ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ମହିଳା

Published By : Prameya-News7 Bureau | May 26, 2024 IST

ଭୁବନ ୨୬/୫: ଋଣ ଟଙ୍କା ଆଦାୟ ପାଇଁ ଏଜେଣ୍ଟଙ୍କ ଜୁଲମ । ପ୍ରତିଦିନ ଘରକୁ ଆସି ମାଗୁଥିଲେ ଟଙ୍କା । କେମିଟି ଟଙ୍କା ସୁଝିବେ ସେହି ଚିନ୍ତା ଘାରିଥିଲା । ଏପଟେ ସ୍ବାମୀଙ୍କ ଦେହ ଖରାପ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଥିଲା । ସାହାଯ୍ୟ ପାଇଁ ପାଖରେ କେହି ନଥିଲେ । ସବୁ ଆଡୁ ହତାଶ ହୋଇ ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଛନ୍ତି ଭୁଷଳ ପଞ୍ଚାୟତ ସୁଣ୍ଢିକାଟେଣୀ ଗାଁର ମହିଳା । 

ପ୍ରାୟ ବର୍ଷେ ତଳେ ଏକ ପ୍ରାଇଭେଟ କଂପାନୀରୁ ୬୦ ହଜାର ଟଙ୍କା ଋଣ ନେଇଥିଲେ । ଆଉ ମାସକୁ ମାସ କିସ୍ତି ଟଙ୍କା ବି ଦେଉଥିଲେ । ତେବେ ସ୍ବାମୀଙ୍କ ଦେହ ଖରାପ ଥିବାରୁ ୩ମାସ ହେବ କିସ୍ତି ଟଙ୍କା ଦେଇନଥିଲେ । ଆଉ ପ୍ରତିଦିନ ଟଙ୍କା ମାଗିବାକୁ କଂପାନୀର ସୁପରଭାଇଜର ଆସି ଘରେ ଡେରା ପକାଉଥିଲେ । ଯାହାକୁ ନେଇ ବେଶ ବ୍ୟସ୍ତ ବିବ୍ରତ ଥିଲେ ମହିଳା । 

ଘରେ କେହିନଥିବାର ସୁଯୋଗ ନେଇ ଜୀବନ ହାରିଦେଇଛନ୍ତି । ମୃତକଙ୍କର ଗୋଟିଏ ଆଠ ବର୍ଷର ଝିଅ ଓ ୧୪ ମାସର ଶିଶୁ ପୁତ୍ର ଅଛି । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମାଆକୁ ହରାଇ ୨ କୋମଳ ଶିଶୁ ଅନାଥ ହୋଇଯାଇଛନ୍ତି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପିଲାଙ୍କ ଭବିଷ୍ୟତ ପାଇଁ ପ୍ରଶାସନ ସହାୟତା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।  

You Can Read:

ବାତ୍ୟା 'ରେମାଲ' ପାଇଁ ୬ ଟ୍ରେନ୍ ବାତିଲ, ଖଡଗପୁରରେ ଅଟକିବ ଦିଘା-ପୁରୀ ଏକ୍ସପ୍ରେସ୍

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.