LIVE TV

'ହ୍ୟୁମାନ୍‌ଙ୍କ ମୃତ୍ୟୁ ପାଇଁ ପରୋକ୍ଷରେ ମ୍ୟାନେଜମେଣ୍ଟ ଟିମ୍‌ ଦାୟୀ, ଅସୁସ୍ଥତା ବେଳେ ସଠିକ୍ ପରିଚାଳନା ହୋଇନଥିଲା'

NEWS7
woman-want-to-sale-her-daughter-for-poverty-in-boudh

କଟକ ୨୪।୧୧: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଉଠୁଥିବା ବିବାଦକୁ ନେଇ ମୁହଁ ଖୋଲିଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀକାନ୍ତ ଗୌତମ କହିଛନ୍ତି, ହ୍ୟୁମାନ ସାଗରଙ୍କ ଭଳି ଜଣେ କଣ୍ଠଶିଳ୍ପୀଙ୍କ ଚିର ବିଦାୟ ବିବାଦୀୟ ହେବା ଅନୁଚିତ । ହ୍ୟୁମାନଙ୍କ ଭଳି ଜଣେ ପ୍ରତିଭାଙ୍କୁ ଆମେ ଉଚିତ୍ ସମ୍ମାନ ଦେଇ ପାରିଲେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଶ୍ରୀକାନ୍ତ ।

ଏହାସହ ହ୍ୟୁମାନ ବହୁତ କମ୍ ଦିନ ଭିତରେ ଯଥେଷ୍ଟ ଅଧିକ ସଫଳତା ହାସଲ କଲେ । ମାତ୍ର ସଫଳତାକୁ ହ୍ୟୁମାନ ସଠିକ୍ ଭାବେ ହ୍ୟାଣ୍ଡେଲ କରିପାରିଲେ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି । ଉଭୟ ସଫଳତା ଓ ବିଫଳତାକୁ ହ୍ୟୁମାନ ହ୍ୟାଣ୍ଡେଲ କରିନପାରିବା ବିଡ଼ମ୍ବନାର କଥା ବୋଲି ଶ୍ରୀକାନ୍ତ କହିଛନ୍ତି । ଆଗାମୀ ପୀଢି ହ୍ୟୁମାନଙ୍କ ଉଦାହରଣରୁ ଏକଥା ଶିଖିବା କଥା ବୋଲି ସେ କହିଛନ୍ତି ।

ଏହାସହ ତାଙ୍କ ଟିମ୍ ତାଙ୍କୁ ସଠିକ୍ ଭାବେ ପରିଚାଳନା କରିନଥିବା ଅଭିଯୋଗ ଭିତ୍ତିହୀନ ହୋଇନଥିବ ବୋଲି ଶ୍ରୀକାନ୍ତ କହିଛନ୍ତି । ସେ କହିଛନ୍ତି ଯେ, ହ୍ୟୁମାନ ସିଧାସଳଖ କୌଣସି ଇଭେଣ୍ଟ ଆଦି ବୁଝୁନଥିଲେ । ତାଙ୍କ ଟିମ୍ ଏକଥା ବୁଝୁଥିଲା । ତେଣୁ ଟିମ୍ ତାଙ୍କର ଅସୁସ୍ଥତା ସମୟରେ ତାଙ୍କୁ ଯେଉଁଭଳି ପରିଚାଳନା କରିବା କଥା, ହୁଏତ ସେଭଳି କରିପାରିନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି । ହ୍ୟୁମାନ ସାଗର ଜଣେ ବିରଳ କଳାକାର ଭାବେ ନିଜ ନାଁ ର ଗୋଟିଏ ବ୍ରାଣ୍ଡ ତିଆରି କରିପାରିଥିଲେ ବୋଲି ଶ୍ରୀକାନ୍ତ କହିଛନ୍ତି ।