LIVE TV

ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ବିଜେଡି ସଭାପତିଙ୍କ ନିକଟକୁ ପଠାଇଲେ ଇସଫାପତ୍ର

NEWS7
woman-to-the-crematorium-and-fed-her-bone-powder-in-pune

ଭୁବନେଶ୍ୱର ୨୫/୧୧: ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ । ବିଜେଡିର ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର୍ ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଲେ । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଦର୍ଶାଇଲେ ।

ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ ଦେବାଶିଷ । ବିଜେଡି ପୂର୍ବ ଆଦର୍ଶରେ ଚାଲୁନି ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ । ଏହାସହ ବରିଷ୍ଠ ନାଗରିକ ସେଲ ସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ ।