LIVE TV

ବିଶ୍ୱ ଚାମ୍ପିଅନ ଉପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କାର ବର୍ଷା, ମିଳିଲା ସବୁଠାରୁ ବଡ଼ ପୁରସ୍କାର ରାଶି

NEWS7
woman-stolen-cash-gold-ornament-worth-25-lakhs-from-in-laws-house-gave-to-bf

ମୁମ୍ୱାଇ ୦୩/୧୧: ଏଥର ଭାରତ ଓ ଶ୍ରୀଲଙ୍କା ମହିଳା ଦିନିକିଆ ବିଶ୍ୱକପ୍‌ର ଯୁଗ୍ମ ଆୟୋଜକ ଥିଲେ । ପୂର୍ବରୁ ଭାରତ ୨ ଥର ଫାଇନାଲ (୨୦୦୫, ୨୦୧୭) ଖେଳିଥିଲେ ବି ଟାଇଟଲ ତୋଳି ଧରିବାର ସ୍ୱପ୍ନ ପୂରା କରିପାରି ନଥିଲା । ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ଶ୍ରେଷ୍ଠ ଅଲରାଉଣ୍ଡ ପ୍ରଦର୍ଶନ କରି ଦଳକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ତେବେ ବିଶ୍ୱ ବିଜେତା ହେବା ପରେ ଚାମ୍ପିଅନ୍ସଙ୍କୁ ମିଳିବ ୩୯ କୋଟି । ଚାମ୍ପିଅନ ହେବା ପରେ ଭାରତୀୟ ଦଳକୁ ୪.୪୮ ମିଲିୟନ ଡଲାର (୩୯.୭୮ କୋଟି ଟଙ୍କା) ମିଳିବ ବୋଲି ଜାଣିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୧୨୩ କୋଟି ଟଙ୍କାର ପୁରସ୍କାର ରାଶି ରହିଥିଲା । ସେଥିରୁ ଚାମ୍ପିଅନକୁ ୩୯.୭୮ କୋଟି ଟଙ୍କା ମିଳିବ । ସେହିଭଳି ବିସିସିଆଇ ଦେଇପାରେ ୧୨୫ କୋଟି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିବା ପରେ ବିସିସିଆଇ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲା । ଏଥର ବି ସମାନ ପୁରସ୍କାର ରାଶି ମହିଳା ଦଳ ପାଇଁ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।

ସେପଟେ ଦକ୍ଷିଣ ଆଫ୍ରିକା ଟାଇଟଲରୁ ବଞ୍ଚିତ ହୋଇଥିଲେ ମଧ୍ୟ, ଏହା ଏପର୍ଯ୍ୟନ୍ତ ସର୍ବାଧିକ ରନର୍ସ-ଅପ୍ ପୁରସ୍କାର ରାଶି ପାଇଛି। ଦ୍ୱିତୀୟ ସ୍ଥାନ ଅଧିକାର କରିବା ପାଇଁ ଆଫ୍ରିକୀୟ ଦଳ $୨.୨୪ ମିଲିୟନ କିମ୍ବା ପ୍ରାୟ ₹୨୦ କୋଟି ପାଇଛି। ଏହା ସହିତ, ଆଫ୍ରିକୀୟ ଦଳକୁ ପୂର୍ବ ନିର୍ଦ୍ଧାରିତ ₹୨.୨୨ କୋଟି (ପ୍ରାୟ ₹୨.୨ କୋଟି) ମଧ୍ୟ ମିଳିବ । ଆଫ୍ରିକୀୟ ଦଳ ଲିଗ୍ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚ୍ ଜିତିଛି । ତେଣୁ ପ୍ରତି ମ୍ୟାଚ୍ ପାଇଁ ₹୧.୫ କୋଟି (ପ୍ରାୟ ₹ ୩୪,୩୧୪) ରୁ ଅଧିକ ପୁରସ୍କାର ରାଶି ମିଳିବ ।  

ଅନ୍ୟପଟେ ଭାରତୀୟ ମହିଳା ଦଳ ପ୍ରଥମ ଥର ବିଶ୍ୱ ଚାମ୍ପିଅନ ହେବା ପରେ ସାରା ବିଶ୍ୱରୁ ଛୁଟିଛି ଶୁଭେଚ୍ଛାର ସୁଅ । କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ଠାରୁ ଦେଶ ଓ ବିଦେଶର ବହୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟ ଖେଳାଳି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।