ଟି-୨୦ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଦଳ ଘୋଷଣା: ରସିଦ ଖାନ କ୍ୟାପଟେନ୍, ଗୁଲବଦିନ ଏବଂ ନବୀନଙ୍କ କମବ୍ୟାକ୍

NEWS7
woman-dead-body-found-from-a-car-in-bhubaneswar

ନୂଆଦିଲ୍ଲୀ: ଫେବୃଆରୀରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ୧୫ ଜଣିଆ ଦଳ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେବେ ରସିଦ ଖାନ। ସେହିପରି ଇବ୍ରାହିମ ଜାଦରାନଙ୍କୁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଗୁଲବଦିନ ନାଇବ ଏବଂ ନବୀନ-ଉଲ-ହକ ଦଳକୁ କମବ୍ୟାକ କରିଛନ୍ତି। ୨୦୨୪ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ବହୁତ ଭଲ ପ୍ରଦର୍ଶନ କରିଥିଲା। ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଦକ୍ଷିଣ ଆଫ୍ରିକା ଠାରୁ ହାରିଯାଇଥିଲା। ଆଫଗାନିସ୍ତାନ ଏବେ ସେମାନଙ୍କର ପ୍ରଦର୍ଶନକୁ ଉନ୍ନତ କରିବା ଉପରେ ଫୋକସ ଦେବ।

ସେହିପରି ଇବ୍ରାହିମ ଜାଦରାନଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। କାନ୍ଧ ଆଘାତରୁ ସୁସ୍ଥ ହେବା ପରେ ନବୀନ ଫେରୁଛନ୍ତି। ସେ ଶେଷ ଥର ପାଇଁ ଡିସେମ୍ବର ୨୦୨୪ରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଅକ୍ଟୋବରରେ ବାଂଲାଦେଶର ଟେଷ୍ଟ ଗସ୍ତରୁ ବାଦ ଦିଆଯାଇଥିବା ନାଏବ ଏବଂ ଦ୍ରୁତ ବୋଲର ଫଜଲହକ ଫାରୁକିଙ୍କୁ ଦଳରେ ସାମିଲ କରାଯାଇଛି। ଅଫ୍-ସ୍ପିନର ମୁଜୀବ ଉର ରହମାନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସ୍ପିନର ଏଏମ୍ ଗଜାନଫରଙ୍କୁ ରିଜର୍ଭରେ ରଖାଯାଇଛି।

ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ନସିମ୍ ଖାନ କହିଛନ୍ତି, "ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ଗତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରିଥିଲା। ଆମର ଅତୀତର ମହାନ ସ୍ମୃତି ରହିଛି ଏବଂ ଆମେ ଆହୁରି ଭଲ ଫଳାଫଳ ଆଶା କରୁଛୁ କାରଣ ଏଥର ଏସୀୟ ଗ୍ରାଉଣ୍ଡରେ ଖେଳାଯିବ।

ସେହି ୧୫ ଜଣିଆ ଦଳ ଜାନୁଆରୀ ୧୯ ରୁ ୨୨ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ମଧ୍ୟ ଅଂଶଗ୍ରହଣ କରିବ। ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ। ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କାନାଡା ସହିତ ଆଫଗାନିସ୍ତାନ ଗ୍ରୁପ୍ ଡିରେ ସ୍ଥାନିତ ହୋଇଛି। ଫେବୃଆରୀ ୮ରେ ଚେନ୍ନାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ଟି -20 ବିଶ୍ୱକପ ପାଇଁ ଆଫଗାନିସ୍ତାନ ଦଳ: ରସିଦ ଖାନ (ଅଧିନାୟକ), ନୁର ଅହମ୍ମଦ, ଅବଦୁଲ୍ଲା ଅହମ୍ମଦଜାଇ, ସେଦିକୁଲ୍ଲା ଅଟଲ, ଫଜଲହକ୍ ଫାରୁକି, ରହମାନୁଲ୍ଲା ଗୁରୁବାଜ, ନବୀନ-ଉଲ-ହକ, ମହମ୍ମଦ ଇଶାକ, ସହିଦୁଲ୍ଲା କମଲ, ମହମ୍ମଦ ନବୀ, ଉଲବାଦ୍ଦିନ ଉଇବ। ରସୁଲି, ଇବ୍ରାହିମ୍ ଜାଦ୍ରାନ୍