ମହିଳା ଏଏସ୍ଆଇଙ୍କୁ ଥାନା ଭିତରେ ଗାଳି ଗୁଲଜ ସହ ଆକ୍ରମଣ ଅଭିଯୋଗ, ମାସେ ପରେ ବି ପୋଲିସର ହାତ ଖାଲି

Published By : Prameya-News7 Bureau | July 08, 2025 IST

ଚଣ୍ଡିଖୋଲ ୮।୭: ଥାନା ଭିତରେ ପଶି ମହିଳା ASIଙ୍କୁ ଗାଳି ଗୁଲଜ ସହ ଆକ୍ରମଣ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳାରେ । ଧର୍ମଶାଳା ଥାନାରେ କାର୍ଯ୍ୟରତ ASIଙ୍କୁ ଗାଳି ଗୁଲଜ କରାଯିବା ସହ ଆକ୍ରମଣ ମଧ୍ୟ କରାଯାଇଛି । 

ସୂଚନାଯୋଗ୍ୟ ଯେ, ଧର୍ମଶାଳା ଥାନାରେ କାର୍ଯ୍ୟରତ ASI ଅରୁଣିମା ମହାପାତ୍ର ଗତ ମାସ ୬ ତାରିଖରେ ଥାନାରେ କାର୍ଯ୍ୟ କରୁଥିବା ସମୟରେ ବିଳମ୍ବିତ ରାତିରେ କିଛି ବ୍ୟକ୍ତି ଥାନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଥାନାରେ ଥିବା DCOଙ୍କ ସିଟ୍‌ରେ ବସିଥିଲେ । ମହିଳା ASI ଜଣଙ୍କ ଏହାକୁ ବିରୋଧ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇ ସେଠାରୁ ବ୍ୟକ୍ତି ଜଣଙ୍କ ସହ ତାଙ୍କ ସହଯୋଗୀ ମାନେ ଫେରାର ହୋଇଯାଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ତାଙ୍କ ସହଯୋଗୀଙ୍କ ନାମରେ ଧର୍ମଶାଳା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଘଟଣାକୁ ମାସେ ବିତିଯାଇଥିଲେ ସୁଦ୍ଧା ପୋଲିସ ଏପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ନ୍ୟାୟ ମାଗୁଛନ୍ତି ମହିଳା ASI । ଯେଉଁଠି ପୋଲିସ ଅସୁରକ୍ଷିତ ହୋଇପଡ଼ିଛି ସେଠି ସାଧାରଣ ଜନତାଙ୍କୁ ନ୍ୟାୟ ଦେବ କିଏ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

You Can Read:

ସାମାନ୍ୟ ଗଣ୍ଡଗୋଳରୁ ହତ୍ୟାକାଣ୍ଡ, ପିଟି ପିଟି ମାରିଦେଇଥିବା ପରିବାର ଲୋକଙ୍କ ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.