ପୃଥ୍ୱୀ ଶ’ଙ୍କ ସହ ମାର୍ପିଟ ଘଟଣା; ସପ୍ନା ଗିଲ୍ଙ୍କ ସହ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇଲେ କୋର୍ଟ
20/02/2023 at 5:53 PM

ମୁମ୍ବାଇ: ସେଲ୍ଫୀକୁ ନେଇ କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ମାର୍ପିଟ୍ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତା ସପ୍ନା ଗିଲ୍ଙ୍କ ସହ ଅନ୍ୟ ୩ ଜଣଙ୍କୁ ସୋମବାର ୧୪ ଦିନିଆ ନ୍ୟାୟିକ ହେପାଜତରେ ନେଇଛି ମୁମ୍ବାଇ ଓଶିୱାରା ପୁଲିସ। ଗିରଫ ପରଠାରୁ ସେମାନେ ପୁଲିସ ହେପାଜରେ ଥିଲେ।
ଫେବ୍ରୁଆରୀ ୨୦ ତାରିଖରେ ତାଙ୍କର ପୁଲିସ ହେପାଜତ ଅବଧି ଶେଷ ହେଉଥିବାରୁ ଆଜିଠାରୁ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି। ସେଲ୍ଫୀ ପାଇଁ ପୃଥ୍ୱୀ ଶ’ ସହ ହୋଇଥିବା ମାର୍ପିଟ୍ ଘଟଣାରେ ୮ ଜଣଙ୍କ ନାଁରେ ଥାନାରେ ମାମଲା ହୋଇଥିବା ବେଳେ ଅଭିଯୁକ୍ତ ମଧ୍ୟରେ ସପ୍ନାଙ୍କ ନାଁ ରହିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୧୪୩, ୧୪୮,୧୪୯, ୩୮୪, ୪୩୭, ୫୦୪, ୫୦୬ ଧାରା ଲଗାଯାଇଛି।
ମାର୍ପିଟ୍ ପରେ ସପ୍ନା ଓ ତାଙ୍କ ଗ୍ୟାଙ୍ଗ ବିରୋଧରେ ଥାନାରେ ଏତଲା ଦେଇଥିଲେ ପୃଥ୍ୱୀଙ୍କ ବନ୍ଧୁ ଆଶିଷ ସୁରେନ୍ଦ୍ର ଯାଦବ। ଅଭିଯୋଗକୁ ଭିତ୍ତି କରି ଓଶିଆରା ପୁଲିସ ଏହି ଘଟଣାରେ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ସପ୍ନାଙ୍କ ସହ ମୋଟ ୪ ଜଣଙ୍କୁ ଗିରଫ କରିଥିଲା। ତେବେ ସପ୍ନା କିନ୍ତୁ ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟି ପୃଥ୍ୱୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ପୃଥ୍ୱୀ ଓ ତାଙ୍କ ସାଙ୍ଗମାନେ ସପ୍ନାଙ୍କ ସହ ମାର୍ପିଟ କରିଥିବା ସେ ଅଭିଯୋଗ କରିଛନ୍ତି।
କ’ଣ ଥିଲା ପୂରା ଘଟଣା ?
ସେଲ୍ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ କରିଥିଲେ ସପ୍ନା ଗ୍ୟାଙ୍ଗ। ଫେବ୍ରୁଆରୀ ୧୫ ତାରିଖ ଅପରାହ୍ନ ୪ଟା ବେଳେ ମୁମ୍ବାଇର ସାନ୍ତାକ୍ରୁଜର ହୋଟେଲ ସାହାରା ଷ୍ଟାର୍ ନାମକ ଏକ ୫ ଷ୍ଟାର୍ ହୋଟେଲ୍ ସାମ୍ନାରେ ଏହି ଆକ୍ରମଣ ହୋଇଥିଲା। ପୃଥ୍ୱୀ ଶ ତାଙ୍କ ବନ୍ଧୁଙ୍କ ସହ ହୋଟେଲ୍ ରାତ୍ରୀ ଭୋଜନ କରିବାକୁ ଆସିଥିଲେ। ଏହି ସମୟରେ ସପ୍ନା ଗ୍ୟାଙ୍ଗ ଆସି ତାଙ୍କ ସହ ସେଲ୍ଫୀ ନେବାକୁ କହିଥିଲେ। ପ୍ରଥମେ ସପ୍ନା ଓ ତାଙ୍କ ବନ୍ଧୁ ଆସି ସେଲ୍ଫୀ ନେଇ ଚାଲିଯାଇଥିଲେ। ହେଲେ ପରେ ପୁଣିଥରେ ଅନ୍ୟ ସାଙ୍ଗ ସହ ଆସି ପୁଣି ସେଲ୍ଫୀ ପାଇଁ ବାଧ୍ୟ କରିଥିଲେ।
ପୃଥ୍ୱୀ ସହ ଦ୍ୱିତୀୟ ଥର ସେଲ୍ଫୀ ଦେବାକୁ ମନା କରିଥିଲେ। ମୁଁ ଏଠିକି ଖାଇବାକୁ ଆସିଛି। ଏସବୁରେ ଡିଷ୍ଟର୍ବ ହେବାକୁ ଚାହୁଁନି ବୋଲି କ୍ରିକେଟର କହିଥିଲେ। ହେଲେ ସେମାନେ ନମାନିବାର ଉଭୟଙ୍କ ମଧ୍ୟରେ ତର୍କବିତର୍କ ହୋଇଥିଲା। ଏହାପରେ ପୃଥ୍ୱୀଙ୍କ ସାଙ୍ଗ ସୁରେନ୍ଦ୍ର ଯାଦବ ହୋଟେଲ୍ ମ୍ୟାନେଜ୍ରଙ୍କୁ ଡାକିବାରୁ ସମ୍ୟାନେଜର ସେମାନଙ୍କୁ ହୋଟେଲ୍ ପରିସରରୁ ତଡ଼ି ଦେଇଥିଲେ। ଏହାପରେ ଡିନର ସାରି ପୃଥ୍ୱୀ ତାଙ୍କ ବନ୍ଧୁଙ୍କ ବିଏମ୍ଡବ୍ଲୁ କାର୍ରେ ଫେରୁଥିବା ସପ୍ନା ଗ୍ୟାଙ୍ଗ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ।
ଏହି ଘଟଣାରେ ପୃଥ୍ୱୀବଙ୍କ ବନ୍ଦୁ ଆଶିଷ ସୁରେନ୍ଦ୍ର ଯାଦବ ମୁମ୍ବାଇ ଓଶିଆୱାର ପୁଲିସ ଥାନାରେ ମାମଲା କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ୮ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଗିରଫମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ୬ ଜଣ ଅଜ୍ଞାତ ବୋଲି ପୁଲିସ ସୂଚନା ଦେଇଥିଲା।
ଅନ୍ୟପଟେ ସପ୍ନା ମଧ୍ୟ ପୃଥ୍ୱୀ ଶ’ଙ୍କ ବିରୋଧରେ ମାରିପଟ୍ ଅଭିଯୋଗ ଆଣିଥିଲେ। ପୃଥ୍ୱୀ ଓ ତାଙ୍କ ବନ୍ଧୁମାନେ ହାତରେ ବାଡ଼ି ଧରି ତାଙ୍କୁ ମରାପିଟା କରିଥିଲେ ବୋଲି ସପ୍ନା ମଧ୍ୟ ଓଶିୱାରା ପୁଲିସରେ ପାଲଟା ଅଭିଯୋଗ କରିଥିଲେ। ଏହାପରେ ରାତିରେ ପୁଲିସ ସପ୍ନାଙ୍କୁ ଅଟକ ରଖିବା ପରେ ଗରିଫ ମଧ୍ୟ କରିଥିଲା।