ସେଲ୍ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ: ୮ ଜଣଙ୍କ ନାଁରେ ମାମଲା ରୁଜୁ
16/02/2023 at 3:42 PM

ମୁମ୍ବାଇ: ସେଲ୍ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ। ଫେବ୍ରୁଆରୀ ୧୫ ଅପରାହ୍ନ ୪ଟା ବେଳେ ମୁମ୍ବାଇର ଏକ ହୋଟେଲ୍ ସାମ୍ନାରେ ଏହି ଆକ୍ରମଣ ହୋଇଛି।
ପୃଥ୍ୱୀ ଶ ବନ୍ଧୁଙ୍କ ସହ କାର୍ ଭିତରେ ବସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ସେଲ୍ଫୀ ନେବାକୁ ବାଧ୍ୟ କରିଥିଲେ। ହେଲେ କ୍ରିକେଟର ମନା କରିବାରୁ ସେମାନେ ରାଗିଯାଇ ବେସ୍ବଲ ବ୍ୟାଟ୍ରେ ଆକ୍ରମଣ କରିଥିଲେ।
ଏହି ଘଟଣାରେ ମୁମ୍ବାଇ ଓଶିଆୱାର ପୁଲିସ ୮ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଗିରଫମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ୬ ଜଣ ଅଜ୍ଞାତ ବୋଲି ପୁଲିସ ସୂଚନା ମିଳିଛି।
ମାର୍ପିଟ୍ ପରେ ପୃଥ୍ୱୀ ଶହଙ୍କ ବନ୍ଧୁ ଆଶିଷ ସୁରେନ୍ଦ୍ର ଯାଦବ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ପ୍ରଥମେ କାର୍କୁ ଆକ୍ରମଣ କରିବା ପରେ କାର୍କୁ ଫଲୋ କରି ଯାଇଥିଲେ। ଟଙ୍କା ନଦେଲେ ମିଛ କେସ୍ରେ ଫସାଇ ଦେବେ ବୋଲି ସେମାନେ ଅଭିଯୋଗ ଦେଇଥିବା ଆଶିଷ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୮ ଅଭିଯୁକ୍ତଙ୍କ ବିରୋଧରେ ଆପିସିର ଧାରା ୧୪୩,୧୪୮,୧୪୯,୩୮୪, ୪୩୭, ୫୦୪, ୫୦୬ ଦଫା ଲଗାଯାଇଛି।
ସୂଚନା ଅନୁସାରେ, ଶ’ ନିଜ ବନ୍ଧୁଙ୍କ ସହ ରାତ୍ରୀ ଭୋଜନ କରିବାକୁ ମୁମ୍ବାଇର ପଞ୍ଚ ତାରକା ହୋଟେଲ୍ ସାନ୍ତାକ୍ରୁଜକୁ ଯାଇଥିଲେ। କାର୍ ଭିତରେ ବସିଥିବା ବେଳେ ସେଲ୍ଫୀ ନେବାକୁ ଆସିଥିଲେ ଦୁର୍ବୃତ୍ତ। ଦୁଇ ଜଣ ବାଧ୍ୟ କରି ଶଙ୍କ ସହ ସେଲ୍ଫୀ ନେଇଥିଲେ। ପୁଣି କିଛି ସମୟରେ ସେହି ଗ୍ରୁପ୍ ଫେରିଆସି ଆଉ ଥରେ ଅନ୍ୟମାନଙ୍କ ସହ ସେଲ୍ଫୀ ନେବାକୁ ବାଧ୍ୟ କରିଥିଲେ।

ହେଲେ ଶ ମନା କରି ଦେଇଥିଲେ। ସେ କହିଥିଲେ ଯେ ସେ ଡିନର କରିବାକୁ ଆସିଛନ୍ତି। ଡିଷ୍ଟର୍ମ ହେବାକୁ ଚାହୁଁ ନାହାନ୍ତି। ହେଲେ ସେମାନେ ବାଧ୍ୟ କରିବାରୁ ପୃଥ୍ୱୀଙ୍କ ସାଙ୍ଗ ହୋଟେଲ୍ ମ୍ୟାନେଜରକୁ ଡାକି ଗ୍ୟାଙ୍ଗ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ହୋଟେଲ୍ ପରିସରରୁ ବାହାରକୁ ଯିବାକୁ କୁହାଯାଇଥିଲା।
ଏଥିରେ ଗ୍ୟାଙ୍ଗ୍ର ରାଗ ବଡ଼ିଯାଇଥିଲା। ସେମାନେ ହୋଟେଲ୍ ବାହାରେ ଆସି ବେସ୍ ବଲ୍ ବ୍ୟାଟ୍ ଧରି ଅପେକ୍ଷା କରିଥିଲେ। ପୃଥ୍ୱୀ ଶହ ଓ ତାଙ୍କ ବନ୍ଧୁ ଡିନର ସାରି ଫେରିବା ବେଳେ ଗୁଣ୍ଡମାନେ ପୃଥ୍ୱୀଙ୍କ ବନ୍ଧୁ ଆଶିଷ ସୁରେନ୍ଦ୍ର ଯାଦବଙ୍କ ବିଏମ୍ଡବ୍ଲୁ କାର୍ ଉପରେ ଆକ୍ରମଣ କରିଥିଲେ। କାର୍ ଉଭୟ ସାମ୍ନା ଓ ପଛ ପାଖ କାଚ ଭାଙ୍ଗି ଦେଇଥିଲେ।
ସୁରେନ୍ଦ୍ର ନିଜ ଅଭିଯୋଗରେ କହିଛନ୍ତି ଯେ ଆକ୍ରମଣ ବେଳେ କାର୍ ଭିତରେ ପୃଥ୍ୱୀ ବସିଥିଲେ। ଅଯଥା ଝଗଡ଼ା କରିବାକୁ ଆମେ ଚାହୁଁନଥିଲୁ। ତେଣୁ ପୃଥ୍ୱୀଙ୍କୁ ଅନ୍ୟ ଏକ କାର୍ରେ ଘରକୁ ପଠାଇ ଦେଇଥିଲୁ। ହେଲେ ଦୁର୍ବୃତ୍ତଙ୍କ ମଧ୍ୟରେ ୨ ଜଣ କାର୍ ପିଛା କରି ଆସିଥିଲେ। ଜୋଗେଶ୍ୱରୀ ଲୋଟୋସ ପେଟ୍ରୋଲ ପମ୍ପ ପାଖରେ ତାଙ୍କ ଗାଡ଼ିକୁ ପୁଣି ଅଟକାଇଥିଲେ। ଏହାପରେ ହଠାତ୍ ଜଣେ ମହିଳା ଆସି ଧମକ ଦେଇଥିଲେ। ୫୦ ହଜାର ଟଙ୍କା ଦେଲେ ମାମଲା ସମାଧାନ ହୋଇଯିବ। ନହେଲେ ମିଛ ମାମଲାରେ ଫସାଇ ଦେବୁ ବୋଲି ମହିଳା ଧମକ ଦେଇଥିବା ପୃଥ୍ୱୀ ଶଙ୍କ ସାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ପରେ ଥାନାରେ ଅଭିଯୋଗ ହେବା ପରେ ଓଶିୱାରା ପୁଲିସ ୮ ଜଣଙ୍କ ନାଁରେ ମାମଲା ରୁଜୁ କରି ଅପରାଧିଙ୍କୁ ଖୋଜୁଛି ପୁଲିସ୍। ଅନ୍ୟପଟେ ହୋଟେଲ୍ କର୍ମଚାରୀ ଅଭିଯୁକ୍ତ ଗ୍ୟାଙ୍ଗ ମଧ୍ୟରୁ ଦୁଇ ଜଣଙ୍କ ଠିକଣା ସହ ଫୋନ୍ ନମ୍ବର ପୁଲିସକୁ ଦେଇଛନ୍ତି। ଏହି ଦୁଇ ଜଣ ପୃଥ୍ୱୀଙ୍କ ସହ ସେଲ୍ଫୀ ନେଉଥିଲେ ବୋଲି ହୋଟେଲ୍ କର୍ମଚାରୀ କହିଛନ୍ତି। ଏହି ଦୁଇଜଣ ହେଲେ ସପ୍ନା ଗିଲ୍ ଏବଂ ସୋଭିତ୍ ଠାକୁର୍।