Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସେଲ୍‌ଫୀକୁ ନେଇ ମାର୍‌ପିଟ୍: ପୃଥ୍ୱୀ ଶଙ୍କ ବିରୋଧରେ ମାଡ଼ ମାରିବା ଅଭିଯୋଗ ଆଣିଲେ ମହିଳା

16/02/2023 at 7:23 PM

ମୁମ୍ବାଇ: ସେଲ୍‌ଫୀ ପାଇଁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନୂଆ ଟ୍ୱିଷ୍ଟ୍। କ୍ରିକେଟର୍‌ଙ୍କ ଉପରେ ଅଭିଯୋଗ ଆଣିଲେ ମହିଳା। ଏହି ମାମଲାରେ ଅଭିଯୁକ୍ତ ଥିବା ସପ୍ନା ଗିଲ୍‌ ପୃଥ୍ୱୀ ଶ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ମାର୍‌ପିଟ୍ କରିଥିବା ଅଭିଯୋଗ ଆଣିଛନ୍ତି। ଏନେଇ ସେ ମୁମ୍ବାଇର ଓଶିୱାରା ଥାନାରେ ଏଫ୍‌ଆଇଆର୍ ଦେଇଛନ୍ତି। ସପ୍ନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପୃଥ୍ୱୀ ଶ ହାତରେ ଏକ ବାଡ଼ି ଧରିଥିବା ବେଳେ ତାଙ୍କ ସାଙ୍ଗମାନେ ମୋ ସହ ଦୁର୍ବ୍ୟବହାର କରିଥିଲେ।

ଅନ୍ୟପଟେ ଓଶିୱାରା ପୁଲିସ ସପ୍ନାଙ୍କୁ ମେଡିକାଲ୍ ଟେଷ୍ଟ ପାଇଁ ଯିବାକୁ ଦେଉ ନାହିଁ, ତାଙ୍କୁ ଅଟକ ରଖିଛି ବୋଲି ବୋଲି ତାଙ୍କ ଓକିଲ ଅଲି କଶିଫ ଖାନ୍ ଅଭିଯୋଗ କରିଛନ୍ତି। ଅଲି କଶିଫ ଖାନ କହିଛନ୍ତି ” ପୃଥ୍ୱୀ ଶ ସପ୍ନାଙ୍କୁ ଆକ୍ରମଣ କରିଥିଲେ। ପୃଥ୍ୱୀଙ୍କ ହାତରେ ଏକ ବାଡ଼ି ଥିଲା। ପୃଥ୍ୱୀଙ୍କ ସାଙ୍ଗମାନେ ପ୍ରଥମେ ସପ୍ନାଙ୍କ ଗ୍ରୁପ୍‌କୁ ହଇରାଣ କରିଥିଲେ। ସେ ବର୍ତ୍ତମାନ ଓଶିଆରା ପୁଲିସ୍‌ ଷ୍ଟେସନ୍‌ରେ ଥିବା ବେଳେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଯାଉ ନାହିଁ।”

पृथ्वी साव

ସୂଚନା ଥାଉକି ସେଲ୍‌ଫୀ ଘଟଣାକୁ ନେଇ ପୃଥ୍ୱୀ ଶଙ୍କ ବନ୍ଧୁ ଅଶିଷ ସୁରେନ୍ଦ୍ର ୮ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ସପ୍ନା ଗିଲ୍‌ଙ୍କ ନାଁ ବି ରହିଛି।

ଗତକାଲି ପୃଥ୍ୱୀ ଶ’ ତାଙ୍କର ୩ ବନ୍ଧୁଙ୍କ ସହ ମୁମ୍ବାଇର ସାନ୍ତାକ୍ରୁଜ୍‌ ହୋଟେଲ୍‌କୁ ଡିନର ପାଇଁ ଯାଇଥିଲେ। ଏହି ସମୟରେ ସପ୍ନା ଗିଲ୍ ଓ ତାଙ୍କ ସାଙ୍ଗ ସୋଭିତ୍ ଠାକୁର୍‌ ଆସି ସେଲ୍‌ଫୀ ନେବାକୁ ବାଧ୍ୟ କରିଥିଲେ। ଥରେ ସେଲ୍‌ଫୀ ନେଇଯିବା ପରେ ପୁଣିଥରେ ସପ୍ନା ଓ ସାଙ୍ଗମାନେ ପୃଥ୍ୱୀଙ୍କ ସହ ଫଟୋ ଉଠାଇବାକୁ ବାଧ୍ୟ କରିଥିଲେ।

ହେଲେ ଏଥର ପୃଥ୍ୱୀ ଶ ମନା କରିଦେଇଥିଲେ। ସେ ଡିନର ପାଇଁ ଅସିଛନ୍ତି ଅଯଥା ଡିଷ୍ଟର୍ବ କରନ୍ତୁ ନାହିଁ ବୋଲି ଶ’ କହିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ ପୃଥ୍ୱୀ ଶହଙ୍କ ବନ୍ଧୁ ହୋଟେଲ୍ ମ୍ୟାନେଜରଙ୍କୁ ଡାକି ସେମାନଙ୍କୁ ବିଦା କରିଦେଇଥିଲେ। ଏହାପରେ ଡିନର ସାରି ଫେରିବା ପରେ ପୃଥ୍ୱୀ ବସିଥିବା ବିଏମ୍‌ଡବ୍ଲୁ ଗାଡ଼ି ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ବେସବଲ ବ୍ୟାଟ୍‌ରେ ଗାଡ଼ିର ଆଗ ଓ ପଛ କାଚ ଭାଙ୍ଗି ଦେଇଥିଲେ।

   Related Posts