ଏକାସାଙ୍ଗେ ବାଇକ ଫେରୁଥିଲେ ଦୁଇ ଭାଇ, ଦୁର୍ଘଟଣାରେ ଚାଲିଗଲା ଉଭୟଙ୍କ ଜୀବନ

NEWS7
wild-tiger-terrorizes-village-in-borigumma

ଗୁଣୁପୁର ୧୨।୦୧ : ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ଦୁଇ ଭାଇଙ୍କ ଜୀବନ । ରାୟଗଡ଼ା ଜିଲ୍ଲା ଗୁଣୁପୁର ସହ ନିକ ରାସ୍ତାରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଦୁଇ ଭାଇ ହେଲେ ମୁନା କିମ୍ବାକା ଓ କ୍ରିଷ୍ଣା କିମ୍ବାକ।

ଖବର ଅନୁଯାୟୀ, ଗୁଣୁପୁରକୁ କୌଣସି କାମରେ ଆସିଥିଲେ ଦୁଇ ଭାଇ । ସେଠାରୁ କାମ ସାରି ନିଜ ଘରକୁ ଫେରୁଥିଲେ । ହେଲେ ଲିମାପଡ଼ା ନିକଟ ମୁଖ୍ୟ ରାସ୍ତାରେ ଦୁଇ ଭାଇଙ୍କ ବାଇକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ରାସ୍ତାକଡ଼କୁ ଛିଟ୍କୀ ପଡିଥିଲେ । ପରେ ସ୍ଥାନୀୟ ଲୋକେ ଓ ପୋଲିସ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ଦୁଇ ଭାଇଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ସେପଟେ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଆରମ୍ଭ କରିଛି ।