ସ୍ୱାମୀଙ୍କୁ ରାତିସାରା ଖୁଣ୍ଟରେ ବାନ୍ଧି ରଖିଲେ ସ୍ତ୍ରୀ, ସକାଳୁ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | August 14, 2025 IST

ମୋହନା ୧୪।୮: ଗଜପତି ଜିଲ୍ଲା ଅଡବା ଥାନା ଗରଡ଼ମା ଗାଁରେ କଙ୍ଗାରୁ କୋର୍ଟ l  ସ୍ୱାମୀଙ୍କୁ ଗାଁ ମଝିରେ ବାନ୍ଧି ରଖିଲେ ସ୍ତ୍ରୀ । ସ୍ତ୍ରୀ ସହ ତାଙ୍କ ଭାଇ ଓ ଜଣେ ସହଯୋଗୀ ଥିଲେ । ବୁଧବାର ଅପରାହ୍ନ ୩ଟାରୁ ଗାଁ ମଝିରେ ଥିବା ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ ।ଦୀର୍ଘ ୧୦ ଘଣ୍ଟା ପରେ ଖବର ପାଇ ଅଡବା ଥାନା ଅଧିକାରୀ ଓ ଟିମ୍ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି l ବର୍ତ୍ତମାନ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାମୀଙ୍କୁ ରଖି ସ୍ତ୍ରୀଙ୍କ ପରିବାର ସହ ଆଲୋଚନା କରୁଛି ପୋଲିସ l 

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ବୁଡୁଶିଳ ଗ୍ରାମର ଜଳନ୍ତ ବଳିଆରସିଂ ଓ ତାଙ୍କ ସମ୍ପର୍କୀୟ ଭଉଣୀ ଖାଉଟି ଚାଉଳ ନେବା ପାଇଁ ଗରଡ଼ମା ପଞ୍ଚାୟତକୁ ଆସିଥିଲେ l ସେଠାରୁ ଜଳନ୍ତଙ୍କ ସ୍ତ୍ରୀ ତାଙ୍କ ଭାଇ ଓ ସହଯୋଗୀ ସହ ମିଶି ତାଙ୍କୁ ଉଠାଇ ନେଇ ଗାଁ ମଝିରେ ଥିବା ଖୁଣ୍ଟରେ ବାନ୍ଧି ରଖିଥିଲେ l ପୋଲିସ ଖବର ପାଇ ଗୁରୁବାର ସକାଳେ ଜଳନ୍ତଙ୍କୁ ଉଦ୍ଧାର କରିଛି l କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀରେ ମଧ୍ୟରେ ଝଗଡା ହୋଇଥିଲା l ଯାହାକୁ ନେଇ ଅଡବା ଥାନାରେ ମାମଲା ରୁଜୁ ହୋଇଛି l ବର୍ତ୍ତମାନ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଓ ସରପଞ୍ଚ ସମେତ ସ୍ୱାମୀ-ସ୍ତ୍ରୀଙ୍କ ଉଭୟ ପରିବାରକୁ ନେଇ ଆଲୋଚନା ଜାରି ରହିଥିବା ଆର.ଉଦୟଗିରି ଏସଡ଼ିପିଓ ସୂଚନା ଦେଇଛନ୍ତି l

You Can Read:

ଛାତ୍ରୀ ଆତ୍ମହତ୍ୟା ରୋକିବା ଦିଗରେ ପାଦେ ଆଗେଇଛି ଜିଏମ୍‌ୟୁ, ଆରମ୍ଭ ହେବ ହାପିନେସ୍ ଓ ଓମେନ୍ ଷ୍ଟଡିଜ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.