ଶ୍ରୀମନ୍ଦିର ଉପରେ କେତେଥର ଉଡ଼ିଛି ଡ୍ରୋନ୍ ? ଗୃହରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ

NEWS7
wife-lost-her-life-in-baleswar

ଭୁବନେଶ୍ୱର ୨୧/୦୨: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଉଡ଼ିଛି ଡ୍ରୋନ୍ । ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୧୦ ଥର ବେଆଇନ ଭାବେ ଡ୍ରୋନ ଉଡ଼ିଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୧୦ ଟି ମାମଲାରୁ ୨ଟି ମାମଲାରେ ଫାଇନାଲ ଫର୍ମ ପ୍ରଦାନ କରାଯାଇଛି।

୮ ଗୋଟି ମାମଲାର ତଦନ୍ତ ଜାରି ରହିଛି। ସେହିପରି ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ ଧରି ପ୍ରବେଶ କରିଛନ୍ତି। ଏଥିରେ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଲେ ଏହି ଘଟଣାରେ ସିଂହଦ୍ବାର ଥାନାରେ ୯ଟି ମାମଲା ରୁଜୁ କରାଯାଇଥିବା ବେଳେ ୭ ଟି ମାମଲାର ଫଇସଲା ହୋଇଛି ଓ ୨ ଟି ମାମଲାର ତଦନ୍ତ ଚାଲିଛି।

also read..

​​​​​​​ଓଡ଼ିଶାର ୧୨ ଜିଲ୍ଲାରେ ବାଲ୍ୟ ବିବାହ ହାର ସର୍ବାଧିକ, ନବରଙ୍ଗପୁର ୩୯.୪ ପ୍ରତିଶତ

ଶ୍ରୀମନ୍ଦିର ଭିତରେ ବା ପରିସରରେ ବେଆଇନଭାବେ ଫଟୋ/ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରସାରଣ ନେଇ ସିଂହଦ୍ୱାର ଥାନାରେ ୮ଟି ମାମଲା ରୁଜୁ କରାଯାଇଛି ଓ ସେଥ୍ ମଧ୍ୟରୁ ୫ ଗୋଟି ମାମଲାର ତଦନ୍ତ ସରିଛି ଓ ୩ ଗୋଟି ମାମଲାର ତଦନ୍ତ ଚାଲିଥିବା ନେଇ ଲିଖିତ ଭାବେ ଜଣାଇଛନ୍ତି ଆଇନ ମନ୍ତ୍ରୀ।