ଅମିତାଭ ବଚ୍ଚନଙ୍କ ଘନିଷ୍ଠ ବନ୍ଧୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଲେ ବିଗ୍ ବି, କହିଲେ-ସମସ୍ତେ ଛାଡିକି ପଳାଉଛନ୍ତି

NEWS7
wife-dies-of-neighbour-attack-in-kuchinda-husband-critical

ମୁମ୍ବାଇ୧୩।୦୩ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦୁଃଖ । ସୋସିଆଲ ମିଡିଆରେ ପୋଷ୍ଟ କଲେ ଦୁଃଖଭରା କାହାଣୀ । ନିଜ ବନ୍ଧୁଙ୍କ ପାଇଁ ଏଭଳି ପୋଷ୍ଟ କରିଥିବା ଜଣା ପଡ଼ିଛି । ଜଣେ ନିକଟତମ ବନ୍ଧୁଙ୍କୁ ହରାଇ ଦୁଃଖ ଅନୁଭବ କରିଛନ୍ତି। ତେବେ ତାଙ୍କର ଏହି ବନ୍ଧୁ ଜଣକ କିଏ ତାହା ଜଣାଇନାହାନ୍ତି । ୮୩ ବର୍ଷୀୟ ଏହି ବର୍ଷିୟାନ ଅଭିନେତାଙ୍କ ଦୁଃଖଭରା ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ମାର୍ଚ୍ଚ ୧୨ ତାରିଖ ୩.୫୦ ସମୟରେ ଏକ ପେଷ୍ଟରେ ଲେଖିଛନ୍ତି କି, ମୁଁ ଆଜି ମୋର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଲି । ଅସୀମ ସ୍ନେହ ଏବଂ ହାସ୍ୟରସରେ ପରିପୂର୍ଣ୍ଣ ଜଣେ ବ୍ୟକ୍ତି। ପ୍ରତ୍ୟେକ ପରିସ୍ଥିତିରେ ଦୃଢ଼ ପ୍ରତିବଦ୍ଧ... ସେ ସବୁଠାରୁ କଷ୍ଟକର ପରିସ୍ଥିତିରୁ ମଧ୍ୟ ବାହାରକୁ ବାହାରିବାର ରାସ୍ତା ଖୋଜି ପାରୁଥିଲେ । ତାଙ୍କ ମୁହଁରେ ସବୁବେଳେ ହସ ରହୁଥିଲା । ମୁଁ ବିଶ୍ୱାସ କରିପାରୁନାହିଁ ଯେ ସେ ଆଉ ଆମ ସହିତ ନାହାନ୍ତି । ଜଣକ ପରେ ଜଣେ ସମସ୍ତେ ଆମକୁ ଛାଡି ଚାଲିଯାଆନ୍ତି।" ଏହି ପୋଷ୍ଟରେ ସେ କାନ୍ଦୁଥିବାର ଏକ ଇମୋଜି ମଧ୍ୟ ଲଗାଇଛନ୍ତି ।

ସେପଟେ ଅମିତାଭଙ୍କ ଏହି ପୋଷ୍ଟରେ ଫ୍ୟାନ୍ସମାନେ ତାଙ୍କୁ ସାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଛି । ବିଗବିଙ୍କୁ ସାହସ ଏବଂ ଧର୍ଯ୍ୟ ଧରିବାକୁ ୟୁଜର୍ସମାନେ କମେଣ୍ଟରେ ଜଣାଇଛନ୍ତି । ଆପଣ ଏଭଳି ଅଧର୍ଯ୍ୟ ହୁଅନ୍ତୁ ନାହିଁ ବୋଲି ମଧ୍ୟ କମେଣ୍ଟ କରିଛନ୍ତି । ୨୦୨୫ ମସିହାରେ ଅମିତାଭ ଦୁଇଜଣ ଘନିଷ୍ଠ ବନ୍ଧୁଙ୍କୁ ହରାଇଛନ୍ତି । ଧର୍ମେନ୍ଦ୍ର ଏବଂ ପୀୟୁଷ ପାଣ୍ଡେଙ୍କ ନିଧନ ହୋଇଥିଲା । ଅମିତାଭ ଏମାନଙ୍କୁ ହରାଇ ବହୁତ ଦୁଃଖ ଅନୁଭବ କରିଥିଲେ । ଅନେକ ବିଜ୍ଞାପନରେ ପୀୟୂଷଙ୍କ ସହ କାମ କରିଛନ୍ତି ଅମିତାଭ। ଏହାସହ ସୋଲେ ଭଳି ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ ।

ଅଧିକ ପଢନ୍ତୁ- ୬୬ ବର୍ଷରେ ପ୍ରେଗନେଣ୍ଟ ଅଛନ୍ତି ନୀନା ଗୁପ୍ତା ! କହିଲେ- ଏହା ମୋର ଇଚ୍ଛା...