ବାଲିଯାତ୍ରା ୨୦୨୫
LIVE TV

ଦୁର୍ଘଟଣାଗ୍ରସ୍ତ ହେଲା ତୁର୍କୀର ସାମରିକ ମାଲବାହୀ ବିମାନ: ଥିଲେ ୨୦ ଯାତ୍ରୀ

NEWS7
widow-woman-ostracize-by-villagers-in-kandhamal

ନୂଆଦିଲ୍ଲୀ:ତୁର୍କୀର ଏକ ସାମରିକ ମାଲବାହୀ ବିମାନ ଆଜରବୈଜାନ ଓ ଜର୍ଜିଆନ ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏନେଇ ମଙ୍ଗଳବାର ତୁର୍କୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏନେଇତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି "ଆଜରବୈଜାନରୁ ଘରକୁ ଫେରିବା ପାଇଁ ଉଡ଼ାଣ ଭରୁଥିବା ଆମରC-130 ସାମରିକ ମାଲବାହୀ ବିମାନ ଜର୍ଜିଆ-ଆଜରବୈଜାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ବିମାନରେ ବିମାନ କର୍ମଚାରୀଙ୍କ ସମେତ ୨୦ ଜଣ କର୍ମଚାରୀ ଥିଲେ।"

ଅଧିକାରୀମାନେ କହିଛନ୍ତି ଯେC-130ହର୍କୁଲେସ୍ ବିମାନଟି ଆଜରବାଇଜାନରୁ ତୁର୍କୀ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଏଥିରେ ଅତି କମରେ୨୦ଜଣ କର୍ମଚାରୀ ଥିଲେ। ଜର୍ଜିଆର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସର୍ଭିସ୍ କହିଛି ଯେ ବିମାନଟି ଏହାର ଆକାଶ ସୀମାରେ ପ୍ରବେଶ କରିବାର କିଛି ସମୟ ପରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଏନେଇରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଦୁଃଖ ପ୍ରକାଶ କରିବା ସହିତ ଅଙ୍କାରାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ଆତ୍ମାଙ୍କ ସଦଗତି କାମନା କରିଥିଲେ। ଘଟଣାରେଆଜରବୈଜାନର ରାଷ୍ଟ୍ରପତି ଇଲହାମ ଆଲିୟେଭ ମଧ୍ୟ ଏର୍ଦୋଗାନଙ୍କୁ ତାଙ୍କର ସମବେଦନାଜଣାଇଥିଲେ

C-130ହର୍କୁଲିସ୍ କାର୍ଗୋ ବିମାନକୁ ଆମେରିକାର ଲକହିଡ୍ ମାର୍ଟିନ୍ କମ୍ପାନୀ ତିଆରି କରିଛି। ବିଶ୍ୱର ଅନେକ ଦେଶର ବାୟୁସେନା ଏହାକୁ କର୍ମଚାରୀ ଏବଂ ଉପକରଣ ସ୍ଥାନାନ୍ତର ପାଇଁ ବ୍ୟବହାର କରୁଛନ୍ତି।ଘଟଣାର ଦୃଶ୍ୟ ଆଜରବୈଜାନ ମିଡିଆରେ ଭାଇରାଲ୍ ହେବା ପରେ ତୁର୍କୀ ଏପରି ନ କରିବାକୁ ନିବେଦନ କରିଛି। ଘଟଣା ବେଳର ଭିଡିଓ ଶେୟାର ନ କରିବାକୁ କହିଛି। ପୀଡିତଙ୍କ ସୁରକ୍ଷା ଏବଂ ଗୋପନୀୟତା ଚିନ୍ତାକୁ ଦର୍ଶାଇ ତୁର୍କୀ ସେନା ଦୁର୍ଘଟଣାର ଫଟୋ କିମ୍ବା ଭିଡିଓ ଶେୟାର ନକରିବାକୁ ମିଡିଆକୁ ଅନୁରୋଧ କରିଛି।