ଭାରତୀୟ ପୁଅମାନଙ୍କୁ କାହିଁକି ବିବାହ କରିବା ଉଚିତ ? ତିନୋଟି ବିଶେଷ କାରଣ କହିଲେ ରଷିଆନ୍ ମହିଳା

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ ୦୬।୦୮; ଭାରତରେ ବିବାହର ବହୁତ ଅର୍ଥ ଅଛି। ଆମ ଦେଶରେ ବିବାହକୁ ଜନ୍ମ ଜନ୍ମାନ୍ତରର ସମ୍ପର୍କ ଭାବରେ ବିବେଚନା କରାଯାଏ। ହେଲେ ଏନେ ଏହି ବିବାହର କିଛି ମୁଲ୍ୟ ନାହିଁ, ଏବେ ଛାଡପତ୍ର ହାର ବୃଦ୍ଧି ପାଉଛି । ଆପଣ ଦେଖିଥିବେ ଯେ ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ଇନଫ୍ଲୁଏନ୍ସରମାନେ ଭାଇରାଲ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେସେନିଆ ଚାୱରା। ଯିଏ ଧୀରେ ଧୀରେ ଇନଷ୍ଟାଗ୍ରାମରେ ପପୁଲାର ହେବାରେ ଲାଗିଛନ୍ତି। ଏହି ରୁଷୀୟ ଇନ୍‌ଫ୍ଲୁଏନ୍ସର ସୋସିଆଲ ମିଡିଆରେ ତାଙ୍କ ବୈବାହିକ ଜୀବନ ବିଷୟରେ ଖୁବ୍‌ ସେୟାର କରୁଛନ୍ତି। ହେଲେ ସେ ଏପର୍ଯ୍ୟନ୍ତ ଲୋକପ୍ରିୟ ପାଇନଥିଲେ, କିନ୍ତୁ ଏବେ ତାଙ୍କର ଗୋଟିଏ ରିଲ୍ ତାଙ୍କୁ ଭାଇରାଲ କରି ଦେଇଛି।

ଭାରତୀୟ ପୁରୁଷଙ୍କୁ ବିବାହ କରିଥିବା ଜଣେ ଋଷୀୟ ମହିଳା ଇନଷ୍ଟାଗ୍ରାମ ରିଲ୍ ପାଇଁ ଭାଇରାଲ ହୋଇଛନ୍ତି । ଯେଉଁଥିରେ ସେ ଭାରତୀୟ ପୁଅକୁ କାହିଁକି ବିବାହ କଲେ, ତାଙ୍କ ସ୍ୱାମୀଙ୍କୁ ବାଛିବାର ତିନୋଟି ହୃଦୟସ୍ପର୍ଶୀ କାରଣ କହିଛନ୍ତି। ସବୁଠାରୁ ବଡ଼ କାରଣ ହେଉଛି ତାଙ୍କ ସ୍ୱାମୀ ସବୁବେଳେ ତାଙ୍କ ପାଇଁ ରୋଷେଇ କରନ୍ତି। ସେ ସବୁବେଳେ ତାଙ୍କର ଯତ୍ନ ନିଅନ୍ତି ଏବଂ ତାଙ୍କୁ ବହୁତ ଭଲ ପାଆନ୍ତି। ମୁଁ ତାଙ୍କ ଯୋଗୁଁ ନିରାମିଷ ଖାଦ୍ୟ ରାନ୍ଧିବା ଏବଂ ବହୁତ କିଛି ଶିଖିଛି ଓ ଆଗକୁ ଶିଖିବି ଏବଂ ସପିଂ କରିବା ସମୟରେ ଜିନିଷ ସହ ମୁଲଚାଲ କିପରି କରାଯାଏ ଓ କେଉଁ ଟା ଭଲ ଓ ଖରାପ ତା ମଧ୍ୟ ଜାଣି ପାରିଲି । ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, "ବିଶ୍ୱର ସର୍ବୋତ୍ତମ ସ୍ୱାମୀ, ମୁଁ ତୁମକୁ ବହୁତ ଭଲ ପାଏ।" ଲୋକମାନେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓରେ ୨.୨ ମିଲିୟନ ଭ୍ୟୁ ଆସିବା ସହ ୭୫,୦୦୦ ରୁ ଅଧିକ ଲାଇକ୍ ମିଳିଛି।

କେସେନିଆ ଚାୱରା କିଏ?

କେସେନିଆ ଚାୱରା ଜଣେ ରୁଷୀୟ ଇନ୍‌ଫ୍ଲୁଏନ୍ସର।  ଯିଏ ଧାର୍ମିକ ଜ୍ଞାନ ପାଇଁ ଭାରତ ଆସିଥିଲେ। ସେ ଏଠାରେ କେବଳ କିଛି ସପ୍ତାହ ରହିବାକୁ ଯୋଜନା କରିଥିଲେ। କିନ୍ତୁ ସେ ଭାରତକୁ ପ୍ରେମରେ ପଡ଼ିଗଲେ। ସେ ତାଙ୍କ ରିଲ୍ ମାଧ୍ୟମରେ କହିଛନ୍ତି ଯେ ପ୍ରଥମେ ସେ ଭାରତର ଆତ୍ମାକୁ ପ୍ରେମ କରିଥିଲେ ଏବଂ ତା’ପରେ ସେ ତାଙ୍କ ସ୍ୱାମୀଙ୍କୁ ପାଇଲେ। କେସେନିଆ ତାଙ୍କୁ ବିବାହ କରିଥିଲେ ଏବଂ ତା’ପରେ ଭାରତରେ ତାଙ୍କ ସ୍ୱାମୀଙ୍କ ସହିତ ରହିବା ଆରମ୍ଭ କରିଥିଲେ। ତାଙ୍କର ଏକ ଛୋଟ ପିଲା ମଧ୍ୟ ଅଛି, ଯାହା ସହିତ ସେ ବହୁତ ଖୁସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.