କାନାଡାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା : କ୍ୟାମ୍ପସ ପାଖରେ ଗୁଳି କଲେ ଦୁର୍ବୃତ୍ତ

NEWS7
why-rajkumar-rao-replace-ayushmann-khurrana-in-badhaai-ho-2

ଟରୋଣ୍ଟୋ, ୨୬/୧୨: କାନାଡାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା । ମଙ୍ଗଳବାର କାନାଡାର ରାଜଧାନୀ ଟରୋଣ୍ଟୋରେ ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଛି । ୟୁନିଭର୍ସିଟି ଅଫ୍ ଟରୋଣ୍ଟୋର କ୍ୟାମ୍ପସ ପାଖରେ ତାଙ୍କୁ ଗୁଳି କରାଯାଇଛି । ଯାହାକୁ ନେଇ ଜୋରଦାର ପ୍ରତିବାଦ ହୋଇଛି ।

ରିପୋର୍ଟ ଅନୁସାରେ, ଶିବାଙ୍କ ଅଓ୍ୱସ୍ତି ନାମକ ଜଣେ ଛାତ୍ର ଟରୋଣ୍ଟୋ ୟୁନିଭର୍ସିଟିରେ ପିଏଚଡି ପାଠ ପଢୁଥିଲେ । ମଙ୍ଗଳବାର ସେ କ୍ୟାମ୍ପସ ପାଖ ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରେ ଗୁଳିଚାଳନା କରିଥିଲେ । ଦିନ ପ୍ରାୟ ୩ଟା ୩୪ରେ ଏହି ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ ।

ତେବେ ଶିବାଙ୍କଙ୍କ ମୃତ୍ୟୁକୁ ନେଇ କାନାଡାରେ ରହୁଥିବା ଭାରତୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିନକୁ ଦିନ ଏଠାରେ ଭାରତୀୟ ଛାତ୍ରଙ୍କ ବିରୋଧରେ ଅତ୍ୟାଚାର ବଢୁଛି । ଇଣ୍ଡିଆନ୍ ଇନ୍ ଟରୋଣ୍ଟୋ କହିଛି ଯେ, କାନାଡାରେ ଜଣେ ପିଏଚଡି ଛାତ୍ରଙ୍କୁ ହତ୍ୟା କରାଯାଇଛି । ଦୂତାବାସ ଶିବାଙ୍କଙ୍କ ପରିବାର ସହ ଯୋଗାଯୋଗ କରୁଛି । କିପରି ଅଭିଯୁକ୍ତ ଗିରଫ ହେବେ ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ।

 

ଏହା ହେଉଛି ୨୦୨୫ରେ ଟରୋଣ୍ଟୋର ୪୧ତମ ହତ୍ୟାକାଣ୍ଡ । ଯଦି କେହି ବ୍ୟକ୍ତି ଅପରାଧ ଘଟାଉଛି ସେନେଇ ପୋଲିସକୁ ଜଣାଇବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କାନାଡାରେ ପଞ୍ଜାବର ଦୁଇ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେମାନେ ଏକ ପାର୍ଟିକୁ ଯାଉଥିବା ବେଳେ କିଛି ଆତତାୟୀ ଆଖିବୁଜା ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ହିଁ ଉଭୟ ପ୍ରାଣ ହରାଇଥିଲେ ।