ପ୍ଲେନରେ କାହିଁକି ନଥାଏ ୧୩ନଂ ସିଟ ? ଜାଣନ୍ତୁ ଏହା ପଛର କାରଣ...

Published By : Prameya-News7 Bureau | August 12, 2025 IST

ନୂଆଦିଲ୍ଲୀ ୧୨।୦୮: ପ୍ରାୟ ସମସ୍ତେ ବିମାନରେ ଯାତ୍ରା କରିଥିବେ । କିନ୍ତୁ ଲକ୍ଷ୍ୟ କରିଛନ୍ତି କି ସିଟ୍ ନମ୍ବର ୧୨ ପରେ ସିଟ୍ ନମ୍ବର ୧୪ ଆସିଯାଏ ? ତେବେ କାହିଁକି ନଥାଏ ସିଟ୍ ନମ୍ବର ୧୩ ? ବାସ୍ତବରେ ୧୩ ସଂଖ୍ୟାକୁ ଅଶୁଭ ବୋଲି ଭାବିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସିଛି । ଅନେକ ଲୋକ ୧୩ ସଂଖ୍ୟାକୁ ଧାର୍ମିକ ଏବଂ ଐତିହାସିକ ଘଟଣା ସହିତ ଜଡିତ କରନ୍ତି । 

ୟୁରୋପୀୟ ପରମ୍ପରାରେ ୧୩ ଦୁର୍ଭାଗ୍ୟ ସହିତ ଜଡିତ । ଯାହା ଅନେକ ସଂସ୍କୃତିରେ ଏହି ସଂଖ୍ୟାକୁ ଅପସନ୍ଦ କରିଛି । ଅନେକ ଯାତ୍ରୀ ୧୩ ନମ୍ବର ସହିତ ଅସହଜ ଅନୁଭବ କରନ୍ତି । ଏଥିପାଇଁ ଅନେକ ଏୟାରଲାଇନ୍ସ ୧୩ନଂ ରୋକୁ ଛାଡି ଦିଅନ୍ତି । ଏଥିପାଇଁ ବିମାନରେ ସିଟ୍ ନମ୍ବର ୧୨ ପରେ ସିଟ୍ ନମ୍ବର ୧୪ ଆସିଥାଏ।

ତେବେ କିଛି ଦେଶରେ ୧୭ ସଂଖ୍ୟାକୁ ମଧ୍ୟ ଅଶୁଭ କୁହାଯାଏ । ଜର୍ମାନ ବିମାନ କମ୍ପାନୀ ଲୁଫ୍ଥାନସା କହିଛି ଯେ ସେମାନେ ସାରା ବିଶ୍ୱର ଯାତ୍ରୀଙ୍କ ବିଶ୍ୱାସକୁ ସମ୍ମାନ କରନ୍ତି। ସେଥିପାଇଁ କିଛି ଅନ୍ତର୍ଜାତୀୟ ବିମାନରେ କେବଳ ୧୩ ନୁହେଁ ବରଂ ୧୭କୁ ମଧ୍ୟ ହଟାଯାଇଥାଏ । ଯାହା ଦ୍ୱାରା ସମସ୍ତ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ।

ଅନ୍ୟପକ୍ଷରେ ୟୁନାଇଟେଡ୍ ଏୟାରଲାଇନ୍ସ ପ୍ରାୟତଃ ରୋ ୧୩ ଏବଂ ୧୪ ଉଭୟ ନଥାଏ କାରଣ ଚୀନ୍ ସଂସ୍କୃତିରେ ୧୪ ର ଅର୍ଥ 'ମୃତ୍ୟୁ'। ୟୁରୋପରେ ଲୁଫ୍ଥାନସା, ରାୟାନଏୟାର, ଆଇବେରିଆ, ଏୟାର ଫ୍ରାନ୍ସ ଏବଂ ଏସିଆରେ ସିଙ୍ଗାପୁର ଏୟାରଲାଇନ୍ସ, କ୍ୟାଥେ ପାସିଫିକ୍ ଭଳି ଏୟାରଲାଇନ୍ସର ସିଟ୍ ନମ୍ବର ୧୩ ନାହିଁ। ମଧ୍ୟପ୍ରାଚ୍ୟରେ ଏମିରେଟ୍ସ ଓ କତାର ଏୟାରୱେଜ୍ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.