lunar eclipse 2026 : ଆଜି ଆକାଶରେ ଦେଖାଯିବ ନାଲି ଜହ୍ନ , କେଉଁଠି କେତେବେଳେ ଦିଶିବ ?

NEWS7
why-is-odisha-lagging-behind-in-giving-justice-to-women-mohan-targeted-naveen--

ନୂଆଦିଲ୍ଲୀ : ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଦିନ ୨ଟା୧୪ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇଛି। ଚନ୍ଦ୍ର ପୃଥିବୀର ଉପଛାୟାରେ ୩ଟା ୨୦ରେ ପ୍ରବେଶ କରିଛି। ଆଂଶିକ ଗ୍ରହଣ ଦିନ ୩ଟା ୨୦ରୁ ଆରମ୍ଭ ହୋଇଛି। ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ। ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ । କିନ୍ତୁ ଏଥିପାଇଁ ସକାଳ ୬ଟା ୨୦ରୁ ଘାତ ସମୟ ଆରମ୍ଭ ହେବ ବୋଲି କୁହାଯାଇଛି । ୨୦୨୬ରେ ୨ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ଦେଖାଯିବ । ଚନ୍ଦ୍ର ଗ୍ରହଣ ଗୋଟିଏ ସୁନ୍ଦର ମହାଜଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ସହଜରେ ଦେଖିହେବ ।ଆସନ୍ତୁଏହିଚନ୍ଦ୍ରଗ୍ରହଣବିଷୟରେଅଧିକକିଛି ଜାଣିବା...

ଚନ୍ଦ୍ରଗ୍ରହଣ -ମାର୍ଚ୍ଚ 3, 2026

ଚନ୍ଦ୍ରଗ୍ରହଣ ସମୟ- ଅପରାହ୍ନ 3:20 ରୁ ସନ୍ଧ୍ୟା 6:47

ଚନ୍ଦ୍ରୋଦୟ ଦୃଶ୍ୟମାନ: ସନ୍ଧ୍ୟା 6:26

ସର୍ବାଧିକ ଗ୍ରହଣ: ସନ୍ଧ୍ୟା 6:33 ରୁ ସନ୍ଧ୍ୟା 6:40

ଗ୍ରହଣ ସମାପ୍ତ: ସନ୍ଧ୍ୟା 6:47

ଚଳିତ ଥର ଚନ୍ଦ୍ରଗ୍ରହଣ ପୂର୍ବ ଫାଲଗୁନି ନକ୍ଷତ୍ରରେ ହେବ। ଯାହା ଶୁକ୍ରର ନକ୍ଷେତ୍ର। ଏହି ସମୟ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରେ। ଯେଉଁମାନେ ଦୀର୍ଘ ସମୟ ଧରି ଅବିବାହିତ ଅଛନ୍ତି ସେମାନେ ଜୀବନସାଥି ପାଇପାରନ୍ତି।

ବ୍ଲଡ୍ ମୁନ୍ କ’ଣ?

ବୈଜ୍ଞାନିକ ଭାଷାରେ, ବ୍ଲଡ୍ ମୁନ୍ ହେଉଛି ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହା ସେତେବେଳେ ଘଟେ, ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳ ରେଖାରେ ଆସିଯାଆନ୍ତି ଏବଂ ପୃଥିବୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ଦିଏ ।ଚନ୍ଦ୍ର ଉପରେ ସିଧାସଳଖ ସୂର୍ଯ୍ୟ କିରଣ ନ ପଡ଼ିଲେ ମଧ୍ୟ ପୃଥିବୀର ବାୟୁମଣ୍ଡଳ ଦେଇ କିଛି ସୂର୍ଯ୍ୟକିରଣ ଚନ୍ଦ୍ର ପୃଷ୍ଠରେ ପଡ଼ିଥାଏ । ଆମ ବାୟୁମଣ୍ଡଳ ସୂର୍ଯ୍ୟକିରଣରୁ ନୀଳ ରଙ୍ଗକୁ ବିଚ୍ଛୁରିତ କରିଦିଏ, କିନ୍ତୁ ଲାଲ୍ ରଙ୍ଗର ଆଲୋକ ତାହାକୁ ଅତିକ୍ରମ କରି ଚନ୍ଦ୍ର ଉପରେ ପଡ଼େ। ଏହି କାରଣରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ତମ୍ବା ରଙ୍ଗ ବା ଗାଢ଼ ଲାଲ୍ ରଙ୍ଗର ଦେଖାଯାଏ, ଯାହାକୁ "ବ୍ଲଡ୍ ମୁନ୍" କୁହାଯାଏ ।

ଚନ୍ଦ୍ରଗ୍ରହଣ 2026: ଅନ୍ୟ କେଉଁ ଦେଶରେ ହେବ ଦୃଶ୍ୟମାନ

ପାକିସ୍ତାନ, ଆଫଗାନିସ୍ତାନ, ଇରାକ, ଇରାନ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା, ରୁଷ ଏବଂ ସମଗ୍ର ଏସିଆରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।

କେଉଁ ଯାଗାରେ କେତେବେଳେ ଚନ୍ଦ୍ର ଗ୍ରହଣ?

ଆନ୍ଧ୍ର ପ୍ରଦେଶ-17:18 ଅପରାହ୍ନ - 19:53 ଅପରାହ୍ନ

ଆସାମ-17:04 ଅପରାହ୍ନ - 19:53 ଅପରାହ୍ନ

ବିହାର-17:37 ଅପରାହ୍ନ - 19:53 PM ଅପରାହ୍ନ

ଚଣ୍ଡିଗଡ଼- 18:22 ଅପରାହ୍ନ - 19:53 PM ଅପରାହ୍ନ

ଦିଲ୍ଲୀ- 18:21 ଅପରାହ୍ନ - 19:53 ଅପରାହ୍ନ

କର୍ଣ୍ଣାଟକ-18:24 ଅପରାହ୍ନ - ଅପରାହ୍ନ

ଚନ୍ଦ୍ରଗ୍ରହଣ 2026: ଅନ୍ୟ ଦେଶରେ ଦୃଶ୍ୟମାନ

ଲସ୍ ଆଞ୍ଜେଲସ୍ 3:04AM

ଡେନଭର 4:04AM

ଶିକାଗୋ 5:04AM

ସେଣ୍ଟ ଲୁଇସ୍ 5:04AM

ନ୍ୟୁୟର୍କ 6:04AM

ୱାଶିଂଟନ୍ 6:04AM

ଚନ୍ଦ୍ରଗ୍ରହଣ: କିପରି ଦେଖିବେ?

- ଯଦି ଆପଣଙ୍କ ପାଖରେ ଦୂରବୀକ୍ଷଣ କିମ୍ବା ଏକ ଛୋଟ ଟେଲିସ୍କୋପ ଅଛି, ତେବେ ଆପଣ ଚନ୍ଦ୍ରର ପରିବର୍ତ୍ତନଶୀଳ ପର୍ଯ୍ୟାୟ ଏବଂ ରଙ୍ଗଗୁଡ଼ିକୁ ଅଧିକ ସ୍ପଷ୍ଟ ଭାବରେ ଦେଖିପାରିବେ।

- ଭଲରେ ଦେଖିବାକୁ ସହର ଆଲୋକରୁ ଦୂରରେ ଏକ ଖୋଲା ସ୍ଥାନ ବାଛନ୍ତୁ। ସ୍ଥାନଟି ପ୍ରଦୂଷଣ ମୁକ୍ତ ହେବା ଉଚିତ।