ହିମାନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ରୁଜୁ ପିଟିସନର ଶୁଣାଣି କଲେନି ସୁପ୍ରିମକୋର୍ଟ, ଆବେଦନକାରୀଙ୍କୁ ହାଇକୋର୍ଟ ପଠାଇଦେଲେ

NEWS7
why-is-khechudi-cookedon-makar-sankranti

ନୂଆଦିଲ୍ଲୀ ୧୬।୨: ସୁପ୍ରିମକୋର୍ଟ ସୋମବାର ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରୁଜୁ ପିଟିସନ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏହି ମାମଲାରେ ସିପିଆଇଏମ, ସପିଆଇ ନେତା ଏନି ରାଜା ଓ ଅସାମିୟା ବିଦ୍ୱାନ ହିରେନ ଗୋହେନ ପିଟିସନ ରୁଜୁ କରିଥିଲେ। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ବିପୁଲ ପଞ୍ଚୋଲିଙ୍କ ବେଞ୍ଚ ଆବେଦନକାରୀଙ୍କୁ ହାଇକୋର୍ଟକୁ ଯିବା ଲାଗି ପରାମର୍ଶ ଦେଇଛନ୍ତି। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ସବୁ ପ୍ରସଙ୍ଗ ଉପରେ ଅଧିକାର କ୍ଷେତ୍ରରେ ଥିବା ହାଇକୋର୍ଟ ପ୍ରଭାବୀ ଢଙ୍ଗରେ ନିଷ୍ପତ୍ତି ନେଇ ପାରିବେ।

ବେଞ୍ଚ କହିଛନ୍ତି ଯେ ଆମେ ମାମଲାର ଶୁଣାଣି କରିବା ଲାଗି କୌଣସି କାରଣ ଦେଖୁ ନାହୁଁ। ଏଣୁ ଆମେ ଆବେଦନକାରୀଙ୍କୁ ଅଧିକାର କ୍ଷେତ୍ର ହାଇକୋର୍ଟକୁ ପଠାଉଛୁ ଓ ଆମେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରୁଛୁ ଯେ ଶୁଣାଣିକୁ ପ୍ରାଥମିକତା ଦିଅନ୍ତୁ। କାରଣ ଓକିଲ ମାମଲାରେ ଅର୍ଜେନ୍ସୀ ଥିବା ଉଲ୍ଲେଖ କରିଛନ୍ତି। ଆବେଦନକାରୀଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱଶର୍ମା ଆସାମ ସହିତ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଏହି ବୟାନ ଦେଇଛନ୍ତି। ଏଣୁ ଏହି ମାମଲାକୁ ସୁପ୍ରିମକୋର୍ଟ ଶୁଣାଣି କରିପାରିବେ।

ଅଭିଷେକ ମନୁ ସିଂଘଭୀ ତର୍କ ଦେଇଛନ୍ତି ଯେ ଜଣେ ମୁଖ୍ୟମନ୍ତ୍ରୀ ଯିଏ ସମ୍ବିଧାନର ଶପଥ ନେଇଛନ୍ତି ଓ ସମ୍ବିଧାନିକ ପଦାଧିକାରୀ ଅଟନ୍ତି ହେଲେ ସେ ସମ୍ବିଧାନର ଉଲ୍ଲଂଘନ କରିଛନ୍ତି। ଆବେଦନରେ ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ‘ମିଆଁ ମୁସ୍ଲିମ’ ବୟାନ ଓ ସୋସିଆଲ ମିଡିଆରେ ତାଙ୍କର ଭାଇରାଲ ଭିଡିଓ ଉଦାହରଣ ଦେଇ ଏଫଆଇଆର ରୁଜୁ କରିବାକୁ ଓ ମାମଲାର ଏସଆଇଟି ଯାଞ୍ଚ ପାଇଁ ନିବେଦନ କରାଯାଇଛି। ତେବେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦିଓ ମାମଲାର ସିଧା ଶୁଣାଣି ନିମନ୍ତେ କୋର୍ଟଙ୍କର ଅଧିକାର ଅଛି ତଥାପି ସେ ସର୍ଟକର୍ଟ ଆପଣେଇବା ପକ୍ଷରେ ନାହାନ୍ତି।

ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଆମ ପାଖରେ ପୂର୍ବରୁ ଲମ୍ବିତ ଅନେକ ମାମଲା ଅଛି। ସେଗୁଡିକର ମଧ୍ୟ ଶୁଣାଣି କରିବାକୁ ହେବ। ତେବେ ଏହି ପୁରା ପ୍ରୟାସ ହାଇକୋର୍ଟଙ୍କ ମନବଳ ହ୍ରାସ କରିବା ପରି ଲାଗୁଛି। ଏଥିରେ ହାଇକୋର୍ଟକୁ ଦୁର୍ବଳ କରିବାକୁ ସୁନିୟୋଜିତ ଉଦ୍ୟମ ହେଉଥିବାର ଜଣାପଡୁଛି। ସିଜେଆଇ କହିଛନ୍ତି ଯେ ଆପଣ ଏ ପର୍ଯ୍ୟନ୍ତ ହାଇକୋର୍ଟକୁ ଯାଇ ନାହାନ୍ତି? ଆମର ବିଶ୍ୱାସ ହାଇକୋର୍ଟ ଏହା ଉପରେ ଧ୍ୟାନ ଦେଇ ପାରନ୍ତି। ଏହି ମାମଲାର ଶୁଣାଣି ପ୍ରଥମେ ହାଇକୋର୍ଟ କରିବା କଥା। ଏପରି ମାମଲା ସମାଧାନ ନିମନ୍ତେ ହାଇକୋର୍ଟ ସମ୍ପୂର୍ଣ୍ଣ ସକ୍ଷମ।

ଏହା ବି ପଢନ୍ତୁ :-କେଦାରନାଥ ଧାମର ୩୨୫ତମ ରାଉଳଙ୍କ ନିଯୁକ୍ତିକୁ ନେଇ ଟଳିଲା ଅନିଶ୍ଚିତତା,ଖୁବ ଶୀଘ୍ର ନାମ ଘୋଷଣା କରିବ BKTC