ନୂଆଦିଲ୍ଲୀ ୨୩।୦୬: ହିନ୍ଦୁ ଧର୍ମରେ ପୋଷାକ ସ୍ବଚ୍ଛତାକୁ ବହୁତ ମାନ୍ୟତା ଦିଆଯାଇଥାଏ । ଏହା ସ୍ବାସ୍ଥ୍ୟ ପାଇଁ ଯେତିକି ହାନିକାରକ ସେତିକି ଆଧ୍ୟତ୍ମିକ ଜୀବନ ଉପରେ ନକରାତ୍ମକତା ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ ଅନୁସାରେ ମଇଲା କିମ୍ବା ଫଟା ପୋଷାକ ସକରାତ୍ମକତାକୁ କମ୍ କରିଥାଏ । ଯେଉଁଥିପାଇଁ ମାନସିକ ଅଶାନ୍ତି ଏବଂ ଚାପ ବଢିଥାଏ ।
ଗରୁଡ ପୁରାଣ ଅନୁସାରେ ସ୍ବଚ୍ଛତାକୁ ପବିତ୍ରତାର ପ୍ରତୀକ ବିବେଚନା କରାଯାଏ । ପୂଜା-ପାଠରେ ମଇଲା କିମ୍ବା ଫଟା ପୋଷାକ ପିନ୍ଧିବା ଦେବୀ-ଦେବତାଙ୍କ ଅପମାନ ମନାଯାଏ । ଏପରି କପଡା ପିନ୍ଧି ପୂଜା କଲେ ଫଳ ମିଳିନଥାଏ । ମଇଲା ପୋଷାକ ବ୍ୟାକ୍ଟେରିଆଙ୍କ ଘର ହୋଇଥାଏ । ଏଥିରୁ ଶରୀରରେ ଆଲର୍ଜିର କାରଣ ହୋଇଥାଏ ।
ଭାରତୀୟ ସଂସ୍କୃତିରେ ପୋଷାକକୁ ବ୍ୟକ୍ତିତ୍ବର ଦର୍ପଣ ବିବେଚନା କରାଯାଏ । ମଇଲା କିମ୍ବା ଫଟା ପୋଷାକ ପିନ୍ଧିଲେ ସାମାଜିକ ପ୍ରତିଷ୍ଠା କମ୍ ହୋଇଥାଏ । ଏଥିରେ ଆତ୍ମବିଶ୍ବାସ ଏବଂ ସମ୍ମାନରେ ପ୍ରଭାବ ପଡିଥାଏ । ବାସ୍ତୁ ଅନୁଯାୟୀ ମଇଲା-ଫଟା ପୋଷାକ ଦେବୀ ଲକ୍ଷ୍ନୀଙ୍କୁ କ୍ରୋଧ ଦେଇଥାଏ । ଏହା ଆର୍ଥିକ ହାନୀ ଏବଂ ବାଧାକୁ ଆମନ୍ତ୍ରଣ କରିଥାଏ । ହିନ୍ଦୁ ଧର୍ମରେ ସ୍ବଚ୍ଛତାକୁ ମାନସିକ ଶାନ୍ତି ସହିତ ଯୋଡା ଯାଇଥାଏ । ମଇଲା କିମ୍ବା ଫଟା ପୋଷାକ ପିନ୍ଧିଲେ ଆତ୍ମବିଶ୍ବାସ କମ୍ ହୋଇଥାଏ ଏବଂ ମନରେ ଅଶାନ୍ତି ବୃଦ୍ଦି ପାଇଥାଏ ।
ପୂଜା ଏବଂ ଅନ୍ୟ ଶୁଭ କାମରେ ମଇଲା କିମ୍ବା ଫଟା ପୋଷାକ ପିନ୍ଧିବା ଅଶୁଭ ହୋଇଥାଏ । ଏହା ନକରାତ୍ମକତାକୁ ବଢାଇଥାଏ ଏଂ କାର୍ଯ୍ୟରେ ବାଧା ଉତ୍ପନ୍ନ କରିଥାଏ । ସବୁବେଳେ ସ୍ବଚ୍ଛତା ଏବଂ ଭଲ ପୋଷାକ ପିନ୍ଧିବା ଉଚିତ୍ । ଫଟା ପୋଷାକକୁ ତୁରନ୍ତ ଠିକ୍ କରନ୍ତୁ କିମ୍ବା ଦାନ କରିଦିଅନ୍ତୁ ।