ବିମାନବନ୍ଦରରେ ପାଣି ଏବଂ ଖାଦ୍ୟର ଦାମ୍‌ କାହିଁକି ଅଧିକ ? ଜାଣନ୍ତୁ ଏହା ହେଉଛି ପ୍ରକୃତ କାରଣ…

Published By : Prameya-News7 Bureau | April 12, 2025 IST

ନୂଆଦିଲ୍ଲୀ ୧୨।୦୪: ଏୟାରପୋର୍ଟ କିମ୍ବା ଫ୍ଲାଇଟରେ, ଦିନକୁ ଦିନ ବୃଦ୍ଧି ପାଉଛି ଖାଦ୍ୟ ଏବଂ ପାଣିର ଦାମ୍ । ବିଭିନ୍ନ ବିମାନବନ୍ଦରରେ ଦାମ୍ ମଧ୍ୟ ଭିନ୍ନ ରହୁଛି । ଏବେ ପ୍ରଶ୍ନ ଆସୁଛି ଏଗୁଡିକ ଏତେ ମହଙ୍ଗା କାହିଁକି ? ଆସନ୍ତୁ ଜାଣିବା… 

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି ବୋତଲର ଦାମ୍  ୪.୯୯ ଡଲାର ଅର୍ଥାତ୍ ୪୩୦ ଟଙ୍କା । ତେବେ ଅନ୍ୟ ଏକ ବିମାନବନ୍ଦରରେ ସମାନ ପାଣି ବୋତଲର ଦାମ୍  ୨୮୩ ଟଙ୍କା । ଅର୍ଥାତ୍, ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନିୟମ ବିମାନବନ୍ଦର ଅନୁସାରେ ଭିନ୍ନ ହୋଇଥାଏ।

ଏଥିପାଇଁ କୌଣସି ଜାତୀୟ ନିୟାମକ ସଂସ୍ଥା ନାହିଁ । ଅନେକ ବିମାନବନ୍ଦର ସେମାନଙ୍କର ଅନ୍ୟାନ୍ୟ ଖର୍ଚ୍ଚକୁ ବାଲାନ୍ସ କରିବା ପାଇଁ ସେଠାରେ ବିକ୍ରି ହେଉଥିବା ଜିନିଷଗୁଡ଼ିକର ଦାମ୍ ବୃଦ୍ଧି କରନ୍ତି । ପୋର୍ଟ ଅଥରିଟିଙ୍କ କହିବା କଥା ହେଉଛି ବିମାନବନ୍ଦର ପରିଚାଳନା, ସୁରକ୍ଷା, ସୁବିଧା ଏବଂ କର୍ମଚାରୀଙ୍କ ପାଇଁ ଅନ୍ୟାନ୍ୟ ଉତ୍ପାଦର ଦାମ୍ ବୃଦ୍ଧି କରାଯାଏ । 

ଏଥିପାଇଁ ବିମାନବନ୍ଦରରେ ଚାଲୁଥିବା ଦୋକାନଗୁଡ଼ିକୁ ଉତ୍ପାଦ ଉପରେ ବାହାର ଦାମ୍ ଅପେକ୍ଷା ୧୦% ରୁ ୧୫% ଅଧିକ ଆଦାୟ କରିବାକୁ ଅନୁମତି ଦିଆଯାଇଛି । ସରଳ ଭାଷାରେ କହିବାକୁ ଗଲେ, ବିମାନବନ୍ଦରଗୁଡ଼ିକୁ ପରିଚାଳନା କରିବା ଏବଂ ବିମାନ ଯାତ୍ରାକୁ ସହଜ କରିବାରେ ହେଉଥିବା ଅତିରିକ୍ତ ଖର୍ଚ୍ଚକୁ ବାଲାନ୍ସ କରିବା ପାଇଁ, ସେଠାରେ ବିକ୍ରି ହେଉଥିବା ଉତ୍ପାଦଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଆଦାୟ କରାଯାଏ।  ଏହି ଅତିରିକ୍ତ ଦେୟକୁ "ଷ୍ଟ୍ରିଟ୍ ପ୍ରାଇସିଂ ପ୍ଲସ୍" କୁହାଯାଏ। 

ଏହି ମୂଲ୍ୟଗୁଡ଼ିକ ବିଭିନ୍ନ ବିମାନବନ୍ଦରରେ ସେମାନଙ୍କର ପରିଚାଳନା ଖର୍ଚ୍ଚ ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇଥାଏ । ଏହି କାରଣରୁ ସମସ୍ତ ବିମାନବନ୍ଦରରେ ମିଳୁଥିବା ପାଣି ବୋତଲ ଏବଂ ଖାଦ୍ୟ ମହଙ୍ଗା ହୋଇଥାଏ । କିନ୍ତୁ ପ୍ରତ୍ୟେକ ସ୍ଥାନରେ ଏହାର ମୂଲ୍ୟରେ ପାର୍ଥକ୍ୟ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.