Deepak Tijori Fraud Case: ଠକେଇର ଶିକାର ହେଲେ ବଲିଉଡ୍ ଅଭିନେତା ଦୀପକ ତିଜୋରୀ: ଠକି ନେଲେ ଲକ୍ଷାଧିକ ଟଙ୍କା

NEWS7
who-will-become-the-indias-next-test-captain

ମୁମ୍ବାଇDeepak Tijori Fraud Case:ବଲିଉଡ୍ ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ଦୀପକ ତିଜୋରୀଙ୍କ ସହ ବଡ଼ ଧରଣର ଠକେଇ ହୋଇଛି। ତାଙ୍କଠାରୁ ୫ ଲକ୍ଷ ଟଙ୍କା ଠକି ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଗୋରେଗାଓଁରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଏନେଇ ଦୀପକ ବାଙ୍ଗୁର ନଗର ଥାନାରେ ମାମଲା ରୁଜୁ କରିଛନ୍ତି। ୩ ଜଣ ଲୋକ ତାଙ୍କୁ ତାଙ୍କ ଆଗାମୀ ଫିଲ୍ମ ପ୍ରୋଜେକ୍ଟ ପାଇଁ ଟଙ୍କା ଯୋଗାଡ଼ କରିବା ବାହାନରେ ୫ ଲକ୍ଷ ଟଙ୍କା ଠକି ନେଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାରେ ପୁଲିସକବିତା ଶିବାଗ କୁପର,ଫୌଜିଆ ଆର୍ଶି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଓ ବିଶ୍ୱାସଘାତ କେସ୍ରେ ମାମଲା ରୁଜୁ କରିଛି।

ଦୀପକ ତିଜୋରି୯୦ ଦଶକରୁ ହିନ୍ଦୀ ସିନେମା ସହିତ ଜଡ଼ିତ ଅଛନ୍ତି। ସେ ନିଜକୁ ଜଣେ ଭଲ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଭାବରେ ପ୍ରତିଷ୍ଠିତ କରିଥିଲେ।୧୯୯୦ ଦଶକରେ "ଆଶିକି" ଚଳଚ୍ଚିତ୍ରରେ ତାଙ୍କୁଖୁବ୍ ଲୋକପ୍ରିୟତା ମିଳିଥିଲା।ତେବେ ସେ ଡିସେମ୍ବର୨୦୨୪ରୁ ଏକ ନୂଆ ହିନ୍ଦୀ ଚଳଚ୍ଚିତ୍ର "ଟମ୍,ଡିକ୍ ଆଣ୍ଡ୍ ହ୍ୟାରି"ପାଇଁ ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି।

ଏହି ଚଳଚ୍ଚିତ୍ର ପାଇଁ ପାଣ୍ଠି ଖୋଜୁଥିବା ବେଳେଜଣେ ବନ୍ଧୁ ତାଙ୍କୁ କବିତା କପୁରଙ୍କ ସହ ପରିଚୟ କରାଇଥିଲେ। କବିତା ତାଙ୍କୁ କହିଥିଲେ ଯେ ସେ ପ୍ରସିଦ୍ଧ ମ୍ୟୁଜିକ୍ କମ୍ପାନୀ,ଟି-ସିରିଜ୍ ସହିତ ଜଡ଼ିତ। ସେ ଟଙ୍କା ଯୋଗାଡ଼ କରିପାରିବେ। ଏହାପରେ ଦୀପକ କବିତାଙ୍କୁ ଭେଟି ତାଙ୍କୁ ସିନେମା ବିଷୟରେ ଜଣାଇଥିଲେ। ହେଲେ ପରେ ଜଣାପଡ଼ିଥିଲ ଯେ କବିତା ଟି-ସିରିଜ୍ରୁ ଇସ୍ତଫା ଦେଇ ସାରିଛନ୍ତି।

କବିତା ଦୀପକଙ୍କୁ ଫୌଜିଆ ଅର୍ଶି ନାମକ ଜଣେ ବ୍ୟକ୍ତିଙ୍କ ସହ ସାକ୍ଷାତ୍ କରାଇବା ସହିତ ସେ ପ୍ରଯୋଜକ ବୋଲି ପରିଚୟ ଦେଇଥିଲେ।ଏବଂ କହିଥିଲେ ଯେ ସେ ଖୁବ୍ ଶୀଘ୍ର ଏକ ବିମାନ କମ୍ପାନୀ ଆରମ୍ଭ କରିବେ। କବିତା ଏହା ମଧ୍ୟ କହିଥିଲେ ଯେ ତାଙ୍କର ଜୀ ନେଟୱାର୍କ ମଧ୍ୟରେ ଭଲ ସମ୍ପର୍କ ଅଛି ଏବଂ ସେ କମ୍ପାନୀରୁ ଲେଟର ଅଫ୍ ଇଣ୍ଟରେଷ୍ଟ ବ୍ୟବସ୍ଥା କରିପାରିବେ,ଯାହା ଦ୍ୱାରା ତିଜୋରି ତାଙ୍କ ଚଳଚ୍ଚିତ୍ର ପାଇଁ ନିବେଶକ ଯୋଗାଡ଼ କରିପାରିବେ।

ଏହି ଲେଟର ପାଇବା ପାଇଁ,ଫୌଜିଆ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଯାହାକୁ ଅଢ଼େଇ ଲକ୍ଷ କରି ଦୁଇଟି କିସ୍ତିରେ ଦେବାକୁ କହିଥିଲେ। ପରଦିନ,ଫେବୃଆରୀ ୨୨ ତାରିଖରେ,ଦୀପକ ଏହି ରାଶି ଫୌଜିଆ ଆରସିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

ତିଜୋରିଙ୍କ ବିଶ୍ୱାସ ଜିତିବା ପାଇଁଫୌଜିଆ ଏକ ଫୋନ୍ କଲର ବ୍ୟବସ୍ଥା କରିଥିଲେ ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ଜୀ ନେଟୱାର୍କର "ଯୋଶୀ" ବୋଲି ପରିଚୟ ଦେଇଥିଲେ। ତିଜୋରି ପ୍ରଥମ କିସ୍ତି ଭାବରେ ୨.୫ ଲକ୍ଷ ଟଙ୍କା ଦେଇଥିଲେ। ଅଭିଯୁକ୍ତମାନେ ଗୋଟିଏ ସପ୍ତାହ ମଧ୍ୟରେ ଲେଟର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏଥିପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। କିନ୍ତୁ,ଦେୟ ସତ୍ତ୍ୱେ,ସେମାନେ ପ୍ରତିଶ୍ରୁତି ଅନୁଯାୟୀ ଡକ୍ୟୁମେଣ୍ଟ ପ୍ରଦାନ କରିନଥିଲେ ଏବଂ ତିଜୋରିଙ୍କ ଫୋନ୍ ଉଠାଇ ନଥିଲେ।

ସନ୍ଦେହ ହେବାରୁ ତିଜୋରୀ ନିଜେ ବୁଝାସୁଝା କରିବା ପରେ ଜି-ନେଟୱର୍କରେ ଜୋଶୀ ନାମକ କେହି ବ୍ୟକ୍ତି ନାହାନ୍ତି ବୋଲି ଜାଣିବାକୁ ପାଇଥିଲେ। ତାଙ୍କ ସହ ଠକେଇ ହୋଇଛି ବୋଲି ଜାଣିବା ପରେ ସେ ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ ଘଟଣାରେ ତଦନ୍ତ ଜାରି ରଖିଛି।