କଳାହାଣ୍ଡି ୧୦।୬: ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ୧୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେବା ଘଟଣା ଜିଲ୍ଲା ତଥା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି l ପୂର୍ବରୁ ଛୋଟ ଛୋଟ କର୍ମଚାରୀକୁ ଭିଜିଲାନ୍ସ ଧରୁଥିବା ବେଳେ ଏବେ ଜଣେ IAS ବାବୁଙ୍କୁ ଭିଜିଲାନ୍ସ ଧରିବା ପରେ ଚର୍ଚ୍ଚା ଜୋର । ଏମିତିରେ ଭିଜିଲାନ୍ସକୁ ଲୋକେ ପ୍ରଶଂସା ମଧ୍ୟ କରୁଛନ୍ତି l କିନ୍ତୁ ଯେତେବେଳେ ଉପ ଜିଲ୍ଲାପାଳ ୧୦ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ସେହି ୧୦ ଲକ୍ଷ ଟଙ୍କା କିଏ ଓ କାହିଁକି ଦେଉଥିଲା ତାକୁ ନେଇ ବର୍ତ୍ତମାନ କୌଣସି ସୂଚନା ମିଳିପାରିନାହିଁ l ସୋମବାର ଠାରୁ ସୋସିଆଲ ମିଡ଼ିଆରେ ଶହ ଶହ ପୋଷ୍ଟ ଦେଖିବାକୁ ମିଳୁଛି l ଯଦି ଲାଞ୍ଚ ନେବା ଅପରାଧ ତାହେଲେ ଲାଞ୍ଚ ଦେବା ବି ଅପରାଧ ବୋଲି ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଘୁରି ବୁଲୁଛି l ଆହୁରି ୨୦ ଲକ୍ଷ ଟଙ୍କାରେ ଡିଲ ହୋଇଥିଲା ଯାହାକି ଆଗୁଆ ୧୦ଲକ୍ଷ ଟଙ୍କା ଯଦି କ୍ରସର ମାଫିଆ ଲାଞ୍ଚ ଦେଉଥିଲେ ତାହେଲେ କେତେ ଟଙ୍କାର ରାଜସ୍ବ ଫାଙ୍କିବା ପାଇଁ ଏତେ ଟଙ୍କା ଦେଉଥିଲେ ? ତାଙ୍କୁ ମଧ୍ୟ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିବା କଥା ବୋଲି ଚର୍ଚ୍ଚା ହେଉଛି l
ଚର୍ଚ୍ଚା ଅନୁଯାୟୀ ଯେଉଁ ବ୍ୟବସାୟୀଙ୍କ ନାଁ କୁହାଯାଇଛି ସେହି ବ୍ୟବସାୟୀଙ୍କ କଳା କାରବାରର ଲମ୍ବା ଫର୍ଦ୍ଦ ରହିଛି l ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକ କ୍ରସର କରି ଅନୁମତି ଠାରୁ ଅଧିକ ଖଣି ଖନନ ଓ କ୍ଷମତା ବାହାରେ ପ୍ରୋସେସିଂ କରିବା, ବିନା ପଥର କୁଆଁରୀ ଥାଇ କ୍ରସର ଚଲେଇବା, ବିନା କାଗଜପତ୍ରରେ କ୍ରସର ଚଲାଇବା ସହିତ ଜଣେ ବାଲି ମାଫିଆ ବୋଲି ଅଞ୍ଚଳରେ ସେ ପରିଚିତ ନାଁ l କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଦରେ ଜଣେ ବିପିଏଲ ତାଲିକା ଭୁକ୍ତ ବିଧବା ମହିଳାଙ୍କ ଜମିରେ ବିନା କାଗଜପତ୍ରରେ କ୍ରସର କରି ବର୍ଷ ବର୍ଷ ଧରି ଚଲାଉଥିଲେ l ପରେ ଅଭିଯୋଗ ହେବା ପରେ ତାଙ୍କ ନାଁରେ ଜରିମାନା ପାଇଁ ନୋଟିସ ହୋଇଥିଲା l ଏହା ସହିତ NOC ନଥିବା ଯୋଗୁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର କ୍ରସର ବନ୍ଦ ପାଇଁ ନୋଟିସ ମଧ୍ୟ କରିଥିଲେ l ତେବେ ଉପ ଜିଲ୍ଲାପାଳଙ୍କୁ ତଦନ୍ତ କରିବା ସହିତ ସମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି l
You Can Read:
ନଥିଲା ପୂର୍ବ ଶତ୍ରୁତା, କିଏ ଏବଂ କାହିଁକି ମୁଣ୍ଡକୁ ହାଣି କଲା ହତ୍ୟା