ଢାକା ୧୦/୦୬: ଭାରତର ପଡ଼ୋଶୀ ଦେଶ ବାଂଲାଦେଶ। ଗତ କିଛି ସପ୍ତାହ ମଧ୍ୟରେ ପୁଣି ଦେଖିବାକୁ ମିଳିପାରେ ବଡ଼ ରାଜନୈତିକ ପରିବର୍ତ୍ତନ। ୟୁରେସିଆନ୍ ଟାଇମ୍ସରେ ଏନେଇ ମିଳିଛି ବଡ ସଂକେତ। ବାଂଲାଦେଶର ଫେମସ ରାଇଟର ଓ ସାମ୍ବାଦିକ ସଲାହୁଦ୍ଦିନ ସୋଏବ ଚୌଧୁରୀ ସ୍ପଷ୍ଟ କରିଛନ୍ତି । ତାଙ୍କ ଲିଖିତ ଆର୍ଟିକିଲ୍ ଅନୁଯାୟୀ, ମହମ୍ମଦ ୟୁନୁସ୍ ଜୁଲାଇ ଶେଷ ସୁଦ୍ଧା ନିଜକୁ ଦେଶର ସର୍ବୋଚ୍ଚ ନେତା ଘୋଷଣା କରିପାରନ୍ତି। ଯାହା ପାଇଁ ସେ ବର୍ତ୍ତମାନର ସମ୍ବିଧାନକୁ ଉଚ୍ଛେଦ କରିବାକୁ ଯୋଜନା କରୁଛନ୍ତି।
ୟୁନୁସ୍ଙ୍କ ଉଦ୍ଦେଶ୍ୟ, ଦେଶର ବର୍ତ୍ତମାନର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମାପ୍ତ କରିବା। ବିପ୍ଳବୀ ସରକାର ଗଠନ କରିବା, ଯାହା ସମ୍ପୂର୍ଣ୍ଣ ଭାବରେ ସେନା, ପ୍ରଶାସନ ଓ ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିବ। ଚୌଧୁରୀଙ୍କ ଦାବି ୟୁନୁସ୍ଙ୍କୁ କେବଳ ଆମେରିକାର ଡିପ୍ ଷ୍ଟେଟ୍ର ସମର୍ଥନ ନାହିଁ । ବରଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ମଧ୍ୟ ଏହି ଯୋଜନାର ଏକ ଅଂଶ। ଏହି ଶକ୍ତିଗୁଡ଼ିକ ବାଂଲାଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରିବାକୁ ଓ ସେଠାରେ ଏକ ଇସଲାମିକ୍ ମୌଳବାଦୀ ଶାସନ ପ୍ରତିଷ୍ଠା କରିବାକୁ ଚାହାଁନ୍ତି। ତଥାପି, ବାଂଲାଦେଶୀ ସରକାର ସଲାହୁଦ୍ଦିନ ସୋଏବ ଚୌଧୁରୀଙ୍କ ଦାବିକୁ ମିଥ୍ୟା କହୁଛି।
ବାଂଲାଦେଶର ପ୍ରସିଦ୍ଧ ଲେଖକ ଓ ସାମ୍ବାଦିକ ସଲାହୁଦ୍ଦିନ ସୋଏବ ଚୌଧୁରୀଙ୍କ ଅନୁଯାୟୀ, ମହମ୍ମଦ ୟୁନୁସଙ୍କୁ ଜାତିସଂଘ ଭିତରୁ ମଧ୍ୟ ସମର୍ଥନ ମିଳୁଥିବାର ସଙ୍କେତ ମିଳୁଛି। ରେସିଡେଣ୍ଟ କୋଅର୍ଡିନେଟର ଗ୍ୱିନ୍ ଲୁଇସଙ୍କ ସାମ୍ପ୍ରତିକ ପ୍ରତିକ୍ରିୟା ସୂଚାଇ ଦିଏ ଯେ ଜାତିସଂଘର ନୀରବତା ୟୁନୁସଙ୍କୁ ଅନ୍ତର୍ଜାତୀୟ ବୈଧତା ପ୍ରଦାନ କରିପାରିବ। ଚୌଧୁରୀଙ୍କ ଅନୁଯାୟୀ, ୟୁନୁସ ସରକାର ଜୁଲାଇରେ ଏକ ଜୁଲାଇ ଚାର୍ଟର ଉପସ୍ଥାପନ କରିବାକୁ ଯାଉଛି ।
ଯାହା ବର୍ତ୍ତମାନର ସମ୍ବିଧାନକୁ ବଦଳାଇବ। ଏହି ଚାର୍ଟର ଏକ ଇସଲାମିକ୍ ଶାସନର ମୂଳଦୁଆ ସ୍ଥାପନ କରିବ। ଏହା ମାଧ୍ୟମରେ ୟୁନୁସ ସେନା, ନ୍ୟାୟପାଳିକା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଉପରେ ନିୟନ୍ତ୍ରଣ ହାସଲ କରି ତାଙ୍କର ବିରୋଧୀମାନଙ୍କୁ ଦମନ କରିବାକୁ ଚାହୁଁଛନ୍ତି। ବିଶେଷ କଥା ହେଉଛି ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ୟୁନୁସ ଏହି ଚାର୍ଟରକୁ ଅସ୍ୱୀକାର କରିଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଡକ୍ୟୁମେଣ୍ଟ ତାଙ୍କର ଏକଛତ୍ରବାଦର ଆଧାର ହୋଇପାରେ।
ୟୁନୁସଙ୍କ ଯୋଜନାର ସବୁଠାରୁ ଚିନ୍ତାଜନକ ଅଂଶ ହେଉଛି ବାଂଲାଦେଶର ରଣନୈତିକ ସମ୍ବଳକୁ ଆମେରିକା ଓ ISIକୁ ହସ୍ତାନ୍ତର କରିବା। ଏଥିରେ, ଚିଟାଗଙ୍ଗ ବନ୍ଦରକୁ DP ୱାର୍ଲ୍ଡକୁ ହସ୍ତାନ୍ତର କରିବା ପାଇଁ ପୂର୍ଣ୍ଣ ଜୋରରେ ପ୍ରସ୍ତୁତି ଚାଲିଛି। ସେଣ୍ଟ ମାର୍ଟିନ୍ ଦ୍ୱୀପରେ ଏକ ଆମେରିକୀୟ ସାମରିକ ଘାଟି ପାଇଁ ଅନୁମତି ଦିଆଯାଇପାରେ। ରାଖାଇନରୁ ଏକ କରିଡର ଯୋଜନାରେ କାର୍ଯ୍ୟ କରାଯିବ, ଯାହା ମିଆଁମାର ସୀମାରେ ଅସ୍ଥିରତା ସୃଷ୍ଟି କରିପାରେ।
ପାକିସ୍ତାନୀ କିମ୍ବା ତୁର୍କୀ ଏଜେଣ୍ଟଙ୍କ ମାଧ୍ୟମରେ ଲାଲମୋନିରହାଟ ଏୟାରବେସ୍ ଏବଂ ଅସ୍ତ୍ର କାରଖାନାର ନିୟନ୍ତ୍ରଣ ଆମେରିକାକୁ ହସ୍ତାନ୍ତର କରିବାକୁ ଚେଷ୍ଟା କରାଯାଉଛି। ଏହି ସମସ୍ତ ପଦକ୍ଷେପ ଭାରତର ଜାତୀୟ ସୁରକ୍ଷା ପାଇଁ, ବିଶେଷକରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଏହି ପରିସ୍ଥିତିରେ, ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର ଉଜ୍ ଜମାନଙ୍କ ଭୂମିକାକୁ ସବୁଠାରୁ ନିର୍ଣ୍ଣାୟକ ବୋଲି ବିବେଚନା କରାଯାଉଛି।
ଯଦି ସେନା ସମୟ ମଧ୍ୟରେ ୟୁନୁସଙ୍କ ଯୋଜନା ଉପରେ କାର୍ଯ୍ୟ ନ କରେ, ତେବେ ଦେଶ ଗୃହଯୁଦ୍ଧ ଆଡକୁ ଗତି କରିବ। ଏହା ବିଦେଶୀ ଶକ୍ତି ପାଇଁ ଏକ ଆଖଡ଼ା ପାଲଟିବ। ଏହା ମୌଳବାଦରେ ଗଭୀର ଭାବରେ ବୁଡ଼ିଯିବ। ସଲାହୁଦ୍ଦିନ ସୋଏବ ଚୌଧୁରୀ ଚେତାବନୀ ଦେଇଛନ୍ତି ଯେ ଦେଶର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସାମାଜିକ ଗଠନ ଉପରେ ଏକ ବଡ଼ ସଙ୍କଟ ମାଡ଼ି ଆସୁଛି।