ସାବଧାନ...ବାର୍ଡ ଫ୍ଲୁ ନେଇପାରେ ଜୀବନ ! H5N1ରେ ମଣିଷ କିପରି ସଂକ୍ରମିତ ହୋଇପାରେ କହିଲା WHO

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ମଣିଷ ସମେତ ଅନ୍ୟ ପ୍ରଜାତିଙ୍କ ମଧ୍ୟରେ H5N1 ବାର୍ଡ ଫ୍ଲୁ ସଂକ୍ରମଣର ବଢୁଥିବା ବିପଦ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ଡବ୍ଲୁଏଚଓର ମୁଖ୍ୟ ବୈଜ୍ଞାନିକ ଜେରେମି ଫରାର ଜିନେଭାରେ କହିଛନ୍ତି, 'ମୁଁ ଅନୁଭବ କରୁଛି ଯେ ଏବେ ବି ବାର୍ଡ ଫ୍ଲୁ ଏକ ବଡ଼ ଚିନ୍ତାର କାରଣ ହୋଇ ରହିଛି ।' ହୁ' କହିଛି ଯେ ୨୦୨୦ରେ ଆରମ୍ଭ ହୋଇଥିବା ବର୍ତ୍ତମାନର ବାର୍ଡ ଫ୍ଲୁରେ ଗାଈ ଏବଂ ଛେଳି ମଧ୍ୟ ସଂକ୍ରମିତ ହେଉଛନ୍ତି । ଏଥିରୁ ସ୍ତନ୍ୟପାୟୀଙ୍କ ପାଇଁ ବିପଦ ବଢିଛି । ଜେରେମି ଫରାର କହିଛନ୍ତି ଯେ ଏବେ ଏହା ଏକ ବୈଶ୍ୱିକ ଜୁନୋଟିକ ପଶୁ ମହାମାରୀ ହୋଇଛି ।

ଫରାର ଲୋକଙ୍କ ସତର୍କ କରାଇ କହିଛନ୍ତି, 'ନିଶ୍ଚିତ ରୂପେ ଏହା ବଡ଼ ଚିନ୍ତା ଅଟେ, କାରଣ ଏହା ପ୍ରଥମ ବତକ ଏବଂ କୁକୁଡ଼ା ମଧ୍ୟରେ ବ୍ୟାପେ ଏବଂ ପରେ ସ୍ତନପାୟୀଙ୍କୁ ସଂକ୍ରମିତ କରୁଛି । ଏହି ଭାଇରସ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରିବାରେ କ୍ଷମତା ରଖିଛି । ଏହାର ଭାଇରସ ମାରାତ୍ମକ ଯାହା ମଣିଷରୁ ମଣିଷକୁ କରୋନା ପରି ବ୍ୟାପୀ ପାରେ ।'

ହୁ' କହିଛି, ତେବେ ଏହା ଉପରେ କୌଣସି ପ୍ରମାଣ ନାହିଁ ଯେ ଇନଫ୍ଲୁଏଞ୍ଜା H5N1 ଭାଇରସ ମଣିଷଙ୍କ ମଧ୍ୟରେ ବ୍ୟାପୁଛି । କିନ୍ତୁ ସେମାନଙ୍କ ଅଧିକ ବିପଦ ଯେଉଁମାନେ ସେହିପରି ଜୀବଙ୍କ ସମ୍ପର୍କରେ ରହୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଯଦି ଏହା ମଣିଷଙ୍କ ମଧ୍ୟରେ ବ୍ୟାପେ ତେହେ ମୃତ୍ୟୁ ହାର ବହୁ ଗୁଣା ଅଧିକ ହୋଇପାରେ ।

ଗତ ଅନେକ ବର୍ଷରେ ବାର୍ଡ ଫ୍ଲୁ ସଂକ୍ରମଣ ଯୋଗୁଁ ଲକ୍ଷାଧିକ ଜଙ୍ଗଲୀ ପକ୍ଷୀଙ୍କ ମୃତ୍ୟୁ ଖବର ସାମନାକୁ ଆସିଛି । କିନ୍ତୁ ଗତ କିଛି ବର୍ଷରେ ଏହି ସଂକ୍ରମଣ ସନ୍ତ୍ୟପାୟୀଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି । ହୁ ରିପୋର୍ଟ ଅନୁସାରେ ଆମେରିକାର ଆଠ ରାଜ୍ୟର ଡାଏରୀ ଉଦ୍ୟୋଗକୁ ଏହି ଭାଇରସ ପ୍ରଭାବିତ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.