ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ; ଆମ୍ ଆଦ୍‌ମୀ ପାର୍ଟିର ପ୍ରାର୍ଥୀ ହେଲେ ମହେଶ ଖିଚି

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ ଲାଗି ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଘୋଷଣା କରିଛି । ଆପ୍ ବରିଷ୍ଠ ନେତା ଗୋପାଳ ରାୟଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି । ମହେଶ ଖିଚି ଆପ୍‌ର ମେୟର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଡେପୁଟି ମେୟର ଲାଗି ରବିନ୍ଦ୍ର ଭରଦ୍ବାଜଙ୍କୁ ପାର୍ଟି ଛିଡ଼ା କରିଛି  । ପ୍ରାର୍ଥୀ ଘୋଷଣା ପରେ ଗୋପାଳ ରାୟ କହିଛନ୍ତି, ଆମ୍ ଆଦମୀ ପାର୍ଟି ଦିଲ୍ଲୀ ନିଗର ନିଗମ ମେୟର ଓ ଡେପୁଟି ମେୟର ନିର୍ବାଚନ କଂଗ୍ରେସ ସହିତ ମେଣ୍ଟରେ ଲଢ଼ିବ ।   

ମହେଶ ଖିଚି ହେଇଛନ୍ତି, କରୋଲ ବାଗର ଓ୍ବାର୍ଡ ନଂ-୮୪ର ଓ୍ବାର୍ଡ ସଦସ୍ୟ । ସେ ଆମ୍ ଆଦମୀ ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟ କରିଆସିଛନ୍ତି । ପ୍ରଥମେ ସେ ବୁଥ୍ ଅଧ୍ୟକ୍ଷ ପରେ ଓ୍ବାର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ମହେଶ ଖିଚିଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ପ୍ରଚାର ଦାୟିତ୍ବ ମଧ୍ୟ ମିଳିଥିଲା ।  ଡୋର ଟୁ ଡୋର୍ ସେ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ ମଧ୍ୟ କରିଛନ୍ତି । ତୃଣମୂଳ ସ୍ତରରୁ ଦଳ ପ୍ରତି ତାଙ୍କର ନିଷ୍ଠାପରତାକୁ ନଜର ରଖି ଆମ ଆଦମୀ ପାର୍ଟିଙ୍କୁ ତାଙ୍କୁ ମେୟର ପ୍ରାର୍ଥୀ କରିଛି ।   

ସୂଚନା ଅନୁଯାୟୀ, ଏପ୍ରିଲ୍ ୨୬ ତାରିଖରେ ଦିଲ୍ଲୀ ମହାନଗର ନିଗମରେ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବ । ଏନେଇ ଆପ୍ ପ୍ରାର୍ଥୀ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ । ଗତବର୍ଷ ନିର୍ବାଚନରେ ଶୈଲୀ ଓବରୟ ମେୟର ଓ ମହମ୍ମଦ ଇକବାଲ୍ ଡେପ୍ୟୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ ।

ଦିଲ୍ଲୀ ମହାନଗରରେ ମୋଟ୍ ଓ୍ବାର୍ଡ ସଦସ୍ୟଙ୍କ ସଂଖ୍ୟା ୨୫୦ । ଯେଉଁଥିରେ ଆମ୍ ଆଦମୀ ପାର୍ଟିର ୧୩୪ଜଣ କର୍ପୋରେଟର ରହିଥିବା ବେଳେ  ବିଜେପି ୧୦୪ଜଣ କର୍ପୋରେଟର ରହିଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ  ମେୟର ନିର୍ବାଚନ ହେବ ।     

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.