ଅରବିନ୍ଦ କେଜରିୱାଲ ଗିରଫ ମାମଲା: EDକୁ ସୁପ୍ରିମ କୋର୍ଟ ପଚାରିଲେ ୬ ପ୍ରଶ୍ନ, ଜାଣନ୍ତୁ କ’ଣ?

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ ୩୦।୪: ସୁପ୍ରିମକୋର୍ଟରେ ମଙ୍ଗଳବାର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ରୁଜୁ ଆବେଦନର ଶୁଣାଣି ହୋଇଛି। କୋର୍ଟରେ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ଦୀପାଙ୍କର ଦତ୍ତଙ୍କ ପୀଠ କେଜରିୱାଲଙ୍କ ଗିରଫ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ କିଛି ପ୍ରଶ୍ନ କରିଛନ୍ତି। ଯେଉଁଥିରେ କେଜରିୱାଲଙ୍କ ଗିରଫର ସମୟକୁ ନେଇ ପ୍ରଶ୍ନ ଉଠିଛି। ଇଡି ଏହି ସବୁ ପ୍ରଶ୍ନର ଜବାବ ଶୁକ୍ରବାର କୋର୍ଟରେ ରଖିବେ। 

ମାମଲାର ଶୁଣାଣିରେ ଜଷ୍ଟିସ୍ ଖନ୍ନା କହିଛନ୍ତି ଯେ ସ୍ୱାଧୀନତା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆପଣ ଏହାକୁ ଅସ୍ୱୀକାର କରିପାରିବେନି। ଶେଷରେ ଜଷ୍ଟିସ୍‌ ଖନ୍ନା ଗିରଫର ଟାଇମିଂକୁ ନେଇ ପ୍ରଶ୍ନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ କେଜରିୱାଲଙ୍କ ଦ୍ୱାରା ଦାଖଲ ଆବେଦନରେ ତାଙ୍କ ଗିରଫର ସମୟ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବୋଲି କହିଛନ୍ତି। 

ଇଡିଙ୍କୁ ଦାଖଲ କରିବାକୁ ହେବ ଏହି ସବୁ ପ୍ରଶ୍ନର ଉତ୍ତର
ଶୀର୍ଷ ନ୍ୟାୟାଳୟ ଇଡିର ଜବାବ ଦେବା ଓ କାର୍ଯ୍ୟାନୁଷ୍ଠାନ ହେବା ଏବଂ କିଛି ସମୟ ପରେ ବାରମ୍ବାର ଅଭିଯୋଗ ରୁଜୁ ହେବା ମଧ୍ୟରେ ସମୟର ଅନ୍ତର ଜଣାଇବାକୁ କହିଛନ୍ତି। ଇଡିକୁ ଏ କଥାର ବି ଜବାବ ଦେବାକୁ ହେବ ଯେ କଣ କୌଣସି ଜୁଡିସିଆଲ ପ୍ରୋସିଡିଂ ଚାଲିଛି କି, ଆପଣ ଅପରାଧିକ କାର୍ଯ୍ୟାନୁଷ୍ଠାନ କରିବେ କି?ଜଷ୍ଟିସ ସଞ୍ଜୀବ ଖନ୍ନା ସାଧାରଣ ନିର୍ବାଚନ ପୂର୍ବରୁ ଗିରଫର ସମୟକୁ ନେଇ ଇଡିକୁ 

୧-ସାଧାରଣ ନିର୍ବାଚନ ପୂର୍ବରୁ ଗିରଫ କାହିଁକି?
୨-କଣ ଜୁଡିସିଆଲ ପ୍ରୋସିଡିଂ ବିନା ଏଠାରେ ଯାହା କିଛି ବି ହେଉଛି ସେହି ସନ୍ଦର୍ଭରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ହୋଇପାରିବ?
୩-ଏହି ମାମାଲରେ ଏପର୍ଯ୍ୟନ୍ତ କୋରଖ କାର୍ଯ୍ୟାନୁଷ୍ଠାନ ହୋଇନି, ଯଦି ବି ହୋଇଛି ଦେଖାନ୍ତୁ ମାମଲାରେ କେଜରିୱାଲ କିପରି ସାମିଲ?
୪-ଯେଉଁ ପର୍ଯ୍ୟନ୍ତ ମନିଷ ସିସୋଦିଆଙ୍କ କଥା ଉଠୁଛି ତ ଏଥିରେ ପକ୍ଷ ଓ ବିପକ୍ଷ ନିଷ୍କର୍ସ ରହିଛି। ଆମକୁ କୁହନ୍ତୁ ଯେ କେଜରିୱାଲଙ୍କ ମାମଲା କାଇଁ ?ସେମାନେ ଭାବନ୍ତି  ଧାରା ୧୯ର ସୀମା, ଯାହା ପ୍ରୋସିକ୍ୟୁସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଥାଏ, ନା ଅଭିଯୁକ୍ତ ଉପରେ। ଏ ପ୍ରକାରେ ନିୟମିତ ଜାମିନ ନିବେଦନ କରାଯାଇ ନପାରେ। କାରଣ ସେ ଧାରା ୪୫ର ସାମ୍ନା କରୁଛନ୍ତି। ଏଣୁ ଦାୟିତ୍ୱ ତାଙ୍କ ଉପରେ ରହୁଛି। 
୫-ଏବେ ଇଡି କହନ୍ତୁ ଆମେ ଏହାକୁ ବ୍ୟାଖ୍ୟା କିପରି କରିବୁ? କଣ ଆମେ ସୀମାକୁ ଆହୁରି ସମ୍ପ୍ରସାରଣ କରିବୁ ଓ ସୁନିଶ୍ଚିତ କରିବୁ ଯେଉଁ ବ୍ୟକ୍ତି ଦୋଷୀ ତାର ଅନୁସନ୍ଧାନ  ଲାଗି ମାନଦଣ୍ଡ ସମାନ?
୬-କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ଓ ଗିରଫ ଆଦି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏତେ ସମୟର ଅନ୍ତରାଳ କାହିଁକି? ଏହି ସବୁ ପ୍ରଶ୍ନ କରିଛନ୍ତି। ଯାହାର ଜବାବ ଇଡି କୋର୍ଟରେ ଶୁକ୍ରବାର ମଧ୍ୟାହ୍ନ ସୁଧା ଦାଖଲ କରିବେ। ଏହି ମାମଲାର ପରବର୍ତ୍ତି ଶୁଣାଣି ମେ ୩ ତାରିଖରେ ହେବ। 

କୋର୍ଟରେ ମଙ୍ଗଳବାର ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ତାଙ୍କ ଓକିଲ ଅଭିଷେକ ମନୁ ସିଂଘବୀ ତର୍କ ଆରମ୍ଭ କରିଥିଲେ। ଏଥିରେ ସୁପ୍ରିମକୋର୍ଟ ପଚାରିଥିଲେ ଯେ ଏ ବାବଦେ କୌଣସି ଡକ୍ୟୁମେଣ୍ଟ ଅଛି, ଯାହା ଦ୍ୱାରା ସ୍ପଷ୍ଟ ହୋଇପାରିବ ଯେ କାହା ଉପରେ ଭରସା କରାଯାଇଛି, କାହା ଉପରେ ନାହିଁ?ଏହାର ଜାବାବରେ ସିଂଘବୀ ଏପରି କିଛି ନାହିଁ ବୋଲି କହିଥିଲେ। ଏହି ଅବସରରେ ଜଷ୍ଟିସ୍ ଖନ୍ନା ଅଭିଷେକ ମନୁ ସିଂଘଭୀଙ୍କୁ କିଛି ପ୍ରଶ୍ନ କରିଥିଲେ, ଯେପରିକି ଗୋଆ ନିର୍ବାଚନର ତାରିଖ କଣ? ମଦନୀତି କେବେ ପ୍ରସ୍ତୁତ ହେଲା ଓ କେବେ ଲାଗୁ ହେଲା? ସିଂଘଭୀ କହିଥିଲେ ଯେ ମଦ ନୀତି ଲାଗୁ ହେବାର ବର୍ଷକ ପୂର୍ବରୁ ନୀତି ୨୦୨୧ରେ ପ୍ରସ୍ତୁତ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.