ଦ ଆଫ୍ରିକାଠୁ ହାରିବା ପରେ ଚିନ୍ତାରେ ଟିମ୍ ଇଣ୍ଡିଆ : ସହଜରେ ଖେଳିପାରିବନି ସେମି ଫାଇନାଲ !

NEWS7
who-is-isha-arora-the-viral-up-poll-officer

ନୂଆଦିଲ୍ଲୀ, ୨୩/୦୨: ଅହମ୍ମଦାବାଦରେ ବ୍ୟାଟିଂ ଫେଲ୍ । ଅଭିଷେକ ଶର୍ମାଙ୍କଠୁ ସୂର୍ଯ୍ୟ କୁମାର ଯାଦାବ । ଇଶାନ କିଷନଙ୍କଠୁ ତିଲକ ବର୍ମା । କାହାରି ଚାଲିଲାନି ବ୍ୟାଟ୍ । ସୁପର ୮ରେ ନିଜର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ୭୬ ରନରେ ପରାସ୍ତ ହୋଇଛି ଭାରତ । ଯାହା ଭାରତୀୟ ଫ୍ୟାନ୍ସଙ୍କୁ ଦେଇଛି ବଡ ଝଟକା । ଟିମ୍ ର ରନରେଟ୍ ଖୁବ୍ ଖରାପ ହୋଇଛି । ଦଳ ଆଗକୁ ସେମି ଖେଳିବ ନା ନାହିଁ ତାକୁ ନେଇ ଆଶଙ୍କା ଦେଖାଦେଇଛି । ଏବେ ଦଳକୁ ଜିତିବାକୁ ହେଲେ ବଳକା ଦୁଇଟି ମ୍ୟାଚ୍ ଜିତିବା ସହ ଅନ୍ୟ ଟିମ୍ ର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ହେବ ।

ସୁପର-୮ର ମୁକାବିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଆରମ୍ଭରୁ ଲାଗିଥିଲା ଝଟକା । ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଆଫ୍ରିକୀୟ ଟିମ୍ । କିନ୍ତୁ କ୍ରିଜରେ ଜମି ରହିଲେ ଡେଓ୍ୱିଡ୍ ବ୍ରେଭିସ୍ ଏବଂ ମିଲର । ଉଭୟେ ଭାରତୀୟ ବୋଲରଙ୍କୁ କରିଥିଲେ ପ୍ରହାର । ଶେଷରେ ଷ୍ଟବସ୍ ଏବଂ ଜାନସେନ୍ ଆସି ଦଳର ରନ୍ କୁ ଆଗକୁ ନେଇଥିଲେ । ଫଳରେ ଟିମ୍ ୧୮୭ ରନ୍ କରିପାରିଥିଲା । ଜବାବରେ ଭାରତର ଆରମ୍ଭ ପୁରା ଖରାପ ଥିଲା । ଇନ୍ ଫର୍ମ ଇଶାନ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଏପରିକି ଅଭିଷେକ ଶର୍ମା ପୁନର୍ବାର ନିରାଶ କରିଥିଲେ । ସେ ୧୫ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର, ତିଲକ ବର୍ମା, ରିଙ୍କୁ ସିଂ କାହାରି ବ୍ୟାଟ୍ ଚାଲି ନଥିଲା । କେବଳ ଶିବମ ଦୁବେ ଶେଷ ଯାଏଁ ଲଢିଥିଲେ ମଧ୍ୟ ସେ ଆଉଟ୍ ହେବାର କିଛି ମିନିଟରେ ଭାରତ ଅଲଆଉଟ୍ ହୋଇଯାଇଥିଲା ।

ତେବେ ପରାଜୟ ପରେ ଭାରତ ପାଇଁ ବଳକା ଦୁଇଟି ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଦଳକୁ ବଳକା ସବୁ ମ୍ୟାଚ୍ ଭଲ ରନ୍ ରେଟରେ ଜିତିବାକୁ ହେବ । ସୂର୍ଯ୍ୟ ସେନା ଓ୍ୱେଷ୍ଟ୍ ଇଣ୍ଡିଜ୍ ଏବଂ ଜିମ୍ବାଓ୍ୱେକୁ ଭେଟିବ । ଦୁଇଟି ବିଜୟ ସହ ରନ୍ ରେଟ୍ ଅଧିକ ରହିଲେ ଦଳ ସେମି ଫାଇନାଲ ଖେଳିବ ନଚେତ୍ ସୁପର-୮ରୁ ବିଦା ହେବ ଟିମ୍ । ଯଦି ଭାରତ ଗୋଟିଏ ମ୍ୟାଚ୍ ଜିତେ ତଥାପି ସେମି ଫାଇନାଲ ଖେଳିବା ସମ୍ଭାବନା ରହିଛି ମାତ୍ର ୧ ପ୍ରତିଶତ ।

ଗୋଟିଏ ଜିଗରେ ଭାରତ ବଳକା ଦୁଇଟି ମ୍ୟାଚ୍ ଜିତିଲେ ୪ ପଏଣ୍ଟ୍ ପାଇବ । ଏହା ସେମିକୁ ଯିବା ପାଇଁ ଯଥେଷ୍ଟ ଯଦି ଇଣ୍ଡିଜ୍ ଏବଂ ଜିମ୍ବାଓ୍ୱେ ଦୁଇଟି ଲେଖାଏଁ ମ୍ୟାଚ୍ ହାରନ୍ତି । ଏହାସହ ଦକ୍ଷିଣ ଆଫ୍ରିକା ଅବଶିଷ୍ଟ ମ୍ୟାଚରୁ ଗୋଟିଏ ମୁକାବିଲା ଜିତିଲେ ବି ଭାରତ ସେମିକୁ ଯାଇପାରିବ । କିନ୍ତୁ ଟିମ୍ ଇଣ୍ଡିଆ ଦୁଇଟି ମ୍ୟାଚ୍ ଜିତିବା ଜରୁରୀ ।

ସେହିପରି ଭାରତ ଯଦି କେବଳ ଗୋଟିଏ ମ୍ୟାଚ୍ ଜିତେ ତାହାଲେ ଟିମ୍ କୁ ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରିବାକୁ ହେବ । ଦକ୍ଷିଣ ଆଫ୍ରିକା ନିଜର ସବୁ ମୁକାବିଲା ଜିତିଲେ ଭାରତର କ୍ୱାଲିଫାଏ ସମ୍ଭାବନା ବଢିଯିବ । ଏହାସହ ଓ୍ୱେଷ୍ଟ୍ ଇଣ୍ଡିଜ୍ କିମ୍ବା ଜିମ୍ବାଓ୍ୱେ ଟିମ୍ ର ନେଟ୍ ରନ୍ ରେଟ୍ କୁ ଅପେକ୍ଷା କରିବାକୁ ହେବ । କାରଣ ଯଦି ଭାରତ, ଜିମ୍ବାଓ୍ୱେ ଏବଂ ଇଣ୍ଡିଜ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତନ୍ତି ତେବେ ଦୁଇ ପଏଣ୍ଟ ସହ ସବୁଠୁ ଅଧିକ ରନ୍ ରେଟ୍ ଥିବା ଦଳ ସେମିକୁ ଉନ୍ନୀତ ହେବ ।