ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ହୁମା କୁରେଶି, ସୋନା-ଜହିରଙ୍କ ବିବାହରେ ହୋଇଥିଲେ ସାମିଲ

Published By : Prameya-News7 Bureau | June 25, 2024 IST

ମୁମ୍ଵାଇ ୨୫।୦୬: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୭ ବର୍ଷ ପରସ୍ପରକୁ ଡେଟ କରିବା ପରେ ସୋନାକ୍ଷୀ ଏବଂ ଜହିର ଜୁନ୍ ୨୩ରେ ସେମାନେ କୋର୍ଟ ମ୍ୟାରେଜ କରିଥିଲେ। ଅପରାହ୍ନରେ ବିବାହ ପଞ୍ଜିକରଣ କରିବା ପରେ ଏହି ଦମ୍ପତି ରାତିରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଦେଇଥିଲେ । ଯେଉଁଥିରେ କିଛି ସ୍ପେଶାଲ ଗେଷ୍ଟ ଓ ପରିବାର ଲୋକ ଅଂଶଗ୍ରହଣ କରିଛନ୍ତି । ତାଙ୍କର ସବୁଠାରୁ ଭଲ ବନ୍ଧୁ ହୁମା କୁରେଶି ସୋନାକ୍ଷୀ ଏବଂ ଜହିରଙ୍କ ବିବାହରେ ତାଙ୍କ ପ୍ରେମିକ ରଚିତ ସିଂଙ୍କ ସହ ଯୋଗ ଦେଇଥିଲେ। ରଚିତ ଏବଂ ହୁମାଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖିବା ପରେ ସମସ୍ତେ ପଚାରୁଛନ୍ତି ରଚିତ ସିଂ କିଏ? ଚଳିତ ବର୍ଷ ଆରମ୍ଭରୁ ହୁମା ତାଙ୍କ ପ୍ରେମ କାହାଣୀ ପାଇଁ ଚର୍ଚ୍ଚାରେ ରହିଆସିଛି। ଯେଉଁ ବ୍ୟକ୍ତିଙ୍କ ସହ ହୁମା କୁରେଶିଙ୍କ ନାମ ଜଡିତ ଅଛି, ସେ ହେଉଛନ୍ତି ରଚିତ ସିଂ। 



ରଚିତ ସିଂ କିଏ?

ରଚିତ ସିଂ ମୁମ୍ବାଇର ଜଣେ ଜଣାଶୁଣା ଅଭିନୟ ପ୍ରଶିକ୍ଷକ ତଥା ଏକ୍ସପିରିୟନସ୍‌ ଅଭିନେତା । ରଚିତ ଆଲିଆ ଭଟ୍ଟ, ରଣବୀର ସିଂ, ବରୁଣ ଧାୱନ, ବିକି କୌଶଲ, ଅନୁଷ୍କା ଶର୍ମାଙ୍କ ପରି ଅନେକ କଳାକାରଙ୍କ ସହ ଅଭିନୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି। ନିକଟରେ ରବିନା ଟଣ୍ଡନଙ୍କ ୱେବ୍ ସିରିଜ୍ କର୍ମା କଲିଂରେ ମଧ୍ୟ ରଚିତ୍‌ଙ୍କୁ ଦେଖିବାକୁ ମିଳିଥିଲା। ସେ ଏହି ଧାରାବାହିକରେ ବେଦାନ୍ତଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

ହୁମା କୁରେଶି ଏବଂ ରଚିତଙ୍କ ସମ୍ପର୍କର ଖବର ପ୍ରଥମ ଥର ପାଇଁ ଆସିନାହିଁ। ପୂର୍ବରୁ ମଧ୍ୟ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା । ବିଶେଷ କଥା ହେଉଛି ସୋନାକ୍ଷୀ ଏବଂ ଜହିରଙ୍କ ବିବାହରେ ଦୁହେଁ ଟ୍ଵିନ୍‌ କରି ଡ୍ରେସ୍‌ ପିନ୍ଧିଥିଲେ। ଯାହାର ଫଟୋ ଖୁବ୍‌ ଭାଇରାଲ ହେଉଛି। କହିବାକୁ ଗଲେ ହୁମାଙ୍କ ଭାଇ ସାକିବ ସଲିମଙ୍କ ସହ ରଚିତଙ୍କର ମଧ୍ୟ ଏକ ଭଲ ବଣ୍ଡିଂ ରହିଛି। ସାକିବ ସୋନାକ୍ଷୀ-ଜହିରଙ୍କ ରିସେପ୍ସନର ଫଟୋ ସେୟାର କରିଥିଲେ।  ଯେଉଁଥିରେ ଉଭୟ ପୋଜ୍ କରୁଥିବା ଦେଖାଯାଇଥିଲା । ରଚିତଙ୍କ ପୂର୍ବରୁ ହୁମା ନିର୍ଦ୍ଦେଶକ ତଥା ସ୍କ୍ରିନ୍ ରାଇଟର୍ ମୁଦସର ଅଜିଜଙ୍କୁ ଡେଟ କରିଥିଲେ। ତିନି ବର୍ଷ ଧରି ଡେଟିଂ କରିବା ପରେ ଦୁହେଁ ଅକ୍ଟୋବର ୨୦୨୨ରେ ବ୍ରେକ୍ଅପ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.