ମେଲାନିଆ ଟ୍ରମ୍ପଙ୍କ ଡକ୍ୟୁମେଣ୍ଟାରି ଫ୍ଲପ୍; ବିକ୍ରି ହେଲା ଗୋଟିଏ ଟିକେଟ୍, ୩୪୦ କୋଟିରେ ରାଇଟ୍ କିଣିଥିଲା ଆମାଜନ୍

NEWS7
which-color-of-rose-should-you-give-to-whom

ନୂଆଦିଲ୍ଲୀ: ମେଲାନିଆ ଟ୍ରମ୍ପଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ମେଲାନିଆ’ ବ୍ରିଟେନରେ ଫ୍ଲପ୍ ହୋଇଛି। ଦେଶର ସବୁଠାରୁ ବଡ଼ ସିନେମା ଅପରେଟରମାନଙ୍କ ମଧ୍ୟରୁ ଗୋଟିଏ, ଭୁ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍ ରିଚାର୍ଡସ୍ କହିଛନ୍ତି ଯେ, ଦର୍ଶକମାନେ ଫିଲ୍ମ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି।

ଟିମ୍ ଅନୁଯାୟୀ, ଲଣ୍ଡନର ଇସଲିଙ୍ଗଟନ୍ ଅଞ୍ଚଳର ଏକ ପ୍ରମୁଖ ସିନେମା ହଲରେ ପ୍ରଥମ ଶୋ’ ପାଇଁ ମାତ୍ର ଗୋଟିଏ ଟିକେଟ୍ ବିକ୍ରି ହୋଇଥିଲା। ପରବର୍ତ୍ତୀ ଶୋ’ ପାଇଁ ମାତ୍ର ଦୁଇଟି ଟିକେଟ୍ ବୁକ୍ ହୋଇଥିଲା।

ବ୍ଲାକବର୍ଣ୍ଣ, କାସଲଫୋର୍ଡ ଏବଂ ହାମିଲଟନରେ ଥିବା ୟୁକେ ସିନେମାଘରଗୁଡ଼ିକରେ ପରିସ୍ଥିତି ଆହୁରି ଖରାପ । ଯେଉଁଠାରେ ମେଲାନିଆ ଫିଲ୍ମ ପ୍ରଦର୍ଶିତ ହେବାର ଥିଲା। ଏହି ତିନୋଟି ସ୍ଥାନରେ ମୋଟ ୨୮ଟି ସ୍କ୍ରିନିଂ ସ୍ଥିର କରାଯାଇଥିଲା । କିନ୍ତୁ ଗୋଟିଏ ବି ଟିକେଟ୍ ବିକ୍ରି ହୋଇନଥିଲା।

ଆମାଜନ ଷ୍ଟୁଡିଓ ଏହି ଫିଲ୍ମର ରାଇଟକୁ ପ୍ରାୟ ୩୪୦ କୋଟି ଟଙ୍କାରେ କିଣିଛି । ଏହା ବ୍ୟତୀତ କମ୍ପାନୀ ବିଶ୍ୱବ୍ୟାପୀ ମାର୍କେଟିଂରେ ୩୨୧ କୋଟି ଟଙ୍କା ଖର୍ଚ୍ଚ କରିଛି। ହଲ ଟିକେଟ୍ ବିକ୍ରି ହେଉନଥିବା ବେଳେ ଆମାଜନ୍ ଏକ ବଡ଼ କ୍ଷତି ସହିବାକୁ ଯାଉଛି ।

ଏହି ଡକ୍ୟୁମେଣ୍ଟାରିରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସକୁ ଫେରିବାର କାହାଣୀ ରହିଛି । ଏହି ଫିଲ୍ମଲେ ଟ୍ରମ୍ପଙ୍କ ଶପଥଗ୍ରହଣର ୨୦ ଦିନ ପୂର୍ବର କାହାଣୀ ସଂପର୍କରେ ବର୍ଣ୍ଣାନା କରାଯାଇଛି । ଆମାଜନ ୟୁକେର ୧୦୦ ରୁ ଅଧିକ ଥିଏଟରରେ ଏହି ଡକ୍ୟୁମେଣ୍ଟାରି ରିଲିଜ୍ କରିଛି।

ସେପଟେ ନିର୍ମାତାମାନେ ଆଶା ରଖିଛନ୍ତି ଯେ, ଏହା ହିଟ୍ ହେବ । ଏହା ଆମେରିକାର ପ୍ରାୟ ୧୪୦୦-୨୦୦୦ ସିନେମା ହଲରେ ଏବଂ ବିଶ୍ୱବ୍ୟାପୀ ୨୭ ଟି ଦେଶର ୫୦୦୦ ରୁ ଅଧିକ ସ୍କ୍ରିନରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି ।