ନୂଆଦିଲ୍ଲୀ ୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଲଦ୍ୱୀପ ରାଷ୍ଟ୍ରପତି ମହମଦ ମୁଇଜ୍ଜୁ ମାଲେରେ ମାଲଦ୍ୱୀପ ପ୍ରତିରକ୍ଷା ମନ୍ତ୍ରାଳୟର ଅତ୍ୟାଧୁନିକ ନୂଆ ଭବନକୁ ମିଳିତ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମାଲଦ୍ୱୀପ ଜାତୀୟ ପ୍ରତିରକ୍ଷା ବଳ ଉପଯୋଗ ନିମନ୍ତେ ୭୨ଟି ବାହନ ଓ ଉପକରଣ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ତୃତୀୟ ମଲଦ୍ୱୀପ ଗସ୍ତ। ମୁଇଜ୍ଜୁଙ୍କ କାର୍ଯ୍ୟକାଳରେ କୌଣସି ରାଷ୍ଟ୍ରାଧ୍ୟକ୍ଷଙ୍କ ଏହା ପ୍ରଥମ ମାଲଦ୍ୱୀପ ଗସ୍ତ।
ଭାରତର ପ୍ରଧାନମନ୍ତ୍ରୀ ମାଲଦ୍ୱୀପ ଯାତ୍ରା କାଳରେ ନୂଆ ଏମଓୟୁ ଅନୁସାରେ ମାଲଦ୍ୱୀପକୁ ୪,୮୫୦ କୋଟି ଟଙ୍କା ଋଣ ସହାୟତା ପ୍ରଦାନ କରିଛନ୍ତି। ଏହି ଆର୍ଥିକ ସହାୟତା ଅନୁସାରେ ମାଲଦ୍ୱୀପକୁ ବିଭିନ୍ନ ବିକାଶ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯିବ, ଏହା ଦ୍ୱାରା ମାଲଦ୍ୱୀପର ଆର୍ଥିକ ସ୍ଥିରତା ଓ ବିକାଶରେ ସୁଧାର ଆସିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ମିଳିତ ରୂପେ ଭାରତ ସହାୟତା ପ୍ରାପ୍ତ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏଥିରେ ରକ୍ଷା ମନ୍ତ୍ରାଳୟର ନୂଆ ଭବନ, ଅଡ୍ଡୁ ସହରର ବିଭିନ୍ନ ସଡ଼କ, ଜଳ ନିଷ୍କାସନ ବ୍ୟବସ୍ଥା ଓ ହୁଲହୁମାଲେରେ ୩,୩୦୦ ବାସଗୃହ ଆଦି ଉଦଘାଟିତ ହୋଇଛି।
ମାଲଦ୍ୱୀପ ରାଷ୍ଟ୍ରପତି ମହମଦ ମୁଇଜ୍ଜୁଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତ କରିଛନ୍ତି। ମାଲଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୋଦି ମାଲଦ୍ୱୀପ ଗସ୍ତରେ ପହଞ୍ଚିଛନ୍ତି। ଏହି ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଛନ୍ତି। ଏହି ଅବସର ନା କେବଳ ଦୁଇ ଦେଶଙ୍କ ମଧ୍ୟରେ ସ୍ଥାୟୀ ସମ୍ବଦ୍ଧର ପ୍ରତୀକ ବରଂ ୧୯୬୫ ମସିହାରେ ଭାରତ ଦ୍ୱାରା ମାଲଦ୍ୱୀପର ସ୍ୱାଧୀନତାକୁ ଶୀଘ୍ର ମାନ୍ୟତା ଦିଆଯିବାର ସ୍ମୃତିକୁ ମଧ୍ୟ ମନେ ପକାଉଛି।
ଭାରତ ମାଲଦ୍ୱୀପରେ ୬ ଉଚ୍ଚପ୍ରଭାବ ସମ୍ପନ୍ନ ସାମୂଦାୟିକ ବିକାଶ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛି। ଏହି ପ୍ରକଳ୍ପଗୁଡିକ ଦ୍ୱାରା ମାଲଦ୍ୱୀପର ଅର୍ଥ ବ୍ୟବସ୍ଥା ଉପରେ ଖାସ ପ୍ରଭାବ ପଡିବ। ହୀନ୍ଦ ମହାସାଗର କ୍ଷେତ୍ରରେ ଭାରତର ପ୍ରମୁଖ ସମୁଦ୍ର ପଡୋଶୀ ଭାବେ ମାଲଦ୍ୱୀପ ଅନ୍ୟତମ। ଦୁଇ ଦିବସୀୟ ଯାତ୍ରାରେ ମାଲେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ମାଲଦ୍ୱୀପ ରାଷ୍ଟ୍ରପତି ମହମଦ ମୁଇଜ୍ଜୁଙ୍କ ସହ ବାଣିଜ୍ୟ, ରକ୍ଷା, ସାମୁଦ୍ରିକ ସୁରକ୍ଷା ସମେତ ଅନେକ ପ୍ରମୁଖ କ୍ଷେତ୍ରରେ ସହଯୋଗ ମଜଭୁତ କରିବା ପାଇଁ ବ୍ୟାପକ ବାର୍ତ୍ତା କରିଛନ୍ତି।