ଅଭୂତପୂର୍ବ: ପଶ୍ଚିମବଙ୍ଗରେ SIR ପାଇଁ ବିଚାରବିଭାଗୀୟ ଅଫିସର ନିଯୁକ୍ତ କରିବେ କୋଲକାତା ହାଇକୋର୍ଟ

NEWS7
what-is-friendship-marriage-which-is-becoming-popular-in-japan

ନୂଆଦିଲ୍ଲୀ ୨୦।୨: ପଶ୍ଚିମବଙ୍ଗରେ ଭୋଟର ଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ଉପୁଜିଥିବା ବିବାଦରେ ସୁ୍ପ୍ରିମକୋର୍ଟ ୨୦ ଫେବୃଆରୀ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଢୁଥିବା ଅବିଶ୍ୱାସକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଭୂତପୂ୍ର୍ବ ପଦକ୍ଷେପ ନେଇଛନ୍ତି। ଶୀର୍ଷ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଏବେ ଏହି ପ୍ରକ୍ରିୟାର ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ବିଚାର ବିଭାଗୀୟ ଅଧିକାରୀ (ଜୁଡିସିଆଲ ଅଫିସର) ମୈଦାନକୁ ଓହ୍ଲାଇବେ। ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ପ୍ରକ୍ରିୟା ନିମନ୍ତେ ସେବାରତ ତଥା ପୂର୍ବତନ ବିଚାରବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତ କରନ୍ତୁ।

ଶୁଣାଣି କାଳରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟରେ ଜାରି ଆରୋପ ଓ ପ୍ରତ୍ୟାରୋପକୁ ନେଇ ଗଭୀର ନିରାଶା ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ସାମ୍ବିଧାନିକ ସଂସ୍ଥା ମଧ୍ୟରେ ଟ୍ରଷ୍ଟ ଡେଫିସିଟ୍ ଏତେମାତ୍ରାରେ ବଢି ଯାଇଛି ଯେ ଏବେ ନିରପେକ୍ଷତା ଲାଗି ବିଚାରବିଭାଗୀୟ ହସ୍ତକ୍ଷେପ ଜରୁରି ହୋଇପଡିଛି। ଭୋଟର ଲିଷ୍ଟରେ ୧.୩୬କୋଟି ନାମ ଏପରି ଲୋକଙ୍କ ରହିଛି ଯେଉଁମାନଙ୍କ ବୟସ ଓ ମାତାପିତାଙ୍କ ନାମକୁ ନେଇ ‘ଲଜିକାଲ ଡିସ୍କ୍ରିପାନ୍ସୀ’ ରହିଛି। ଏବେ ଅତିରିକ୍ତ ଅଥବା ଜିଲ୍ଲା ଜଜ୍ ପଦର ଅଧିକାରୀ ସବୁ ଜିଲ୍ଲାରେ ଏପରି ଦାବି ଓ ଆପତ୍ତିର ସମାଧାନ କରିବେ।

​​​​​​​

ଏହାର ପୂର୍ବ ଶୁଣାଣିରେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ହାଜର ହୋଇଥିଲେ। ସେ କହିଥିଲେ ଯେ ବେଙ୍ଗଲକୁ ନିର୍ବାଚନ ଆୟୋଗ ଜାଣିଶୁଣି ଟାର୍ଗେଟ କରୁଛନ୍ତି। ଏସଆଇଆରର ଏହି ପ୍ରକ୍ରିୟା ନିର୍ବାଚନ ପୂର୍ବରୁ ଲୋକଙ୍କୁ ବୁଲଡୋଜ କରିବା ଲାଗି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ଏହି ପ୍ରକ୍ରିୟା କେବଳ ନାମ ହଟାଇବା ପାଇଁ ନାମ ଯୋଡିବା ପାଇଁ ନୁହେଁ। ସୁପ୍ରିମକୋର୍ଟ ଏହି ପୁରା ପ୍ରକ୍ରିୟାକୁ ସମୟବଦ୍ଧ (ଟାଇମ ବାଉଣ୍ଡ) ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଜାନୁୟାରୀ ୧୯ ତାରିଖ ଦିନ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଏସଆଇଆରରେ ଯେଉଁ ଭୋଟରଙ୍କ ନାମ ‘ଲଜିକାଲ ଡିସ୍କ୍ରିପାନ୍ସୀ ଲିଷ୍ଟ’ ରେ ପକାଯାଇଛି ସେମାନଙ୍କ ଯାଞ୍ଚ ସମ୍ପୂର୍ଣ୍ଣ ପାରଦର୍ଶି ରୂପେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ତୃଣମୂଳ କଂଗ୍ରେସ ନେତାଙ୍କ ପିଟିସନ ଆଧାରରେ ଦିଆଯାଇଥିଲା, ଯେଉଁଥିରେ ଏସଆଇଆର ପ୍ରକ୍ରିୟାରେ ଗୁରୁତର ପ୍ରତିକ୍ରିୟାତ୍ମକ ତ୍ରୁଟି ଥିବାର ଅଭିଯୋଗ କରାଯାଇଥିଲା। ଏସଆଇଆର ନିର୍ବାଚନ ଆୟୋଗଙ୍କ ସେହି ପ୍ରକ୍ରିୟା ଯେଉଁଥିରେ ଘରକୁଘର ଯାଇ ଭୋଟରଙ୍କ ସତ୍ୟାପନ କରାଯାଏ। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଏହାକୁ ନେଇ ଏଥି ପାଇଁ ବିବାଦ ଉପୁଜିଲା ଯେ ବିରୋଧୀ ଓ ସରକାର ୧.୩୬ କୋଟି ଭୋଟରଙ୍କୁ ନେଇ ଅଲଗା ଅଲଗା ଦାବି କରିଥିଲେ।

ଏହା ବି ପଢନ୍ତୁ :-ଏପ୍ରିଲରୁ ୨୨ ରାଜ୍ୟରେ ଏସଆଇଆର : ବିଦା ହେବେ ସବୁ ଜାଲ୍ ଭୋଟର