ପ୍ରେମରେ ପ୍ରତାରଣା ପାଇଲା ପ୍ରେମିକା, ୬ ମାସର ଛୁଆକୁ ଧରି ପ୍ରେମିକ ଘର ଆଗରେ ଧାରଣା

NEWS7
what-is-friendship-marriage-which-is-becoming-popular-in-japan

ଭୁବନେଶ୍ୱର ୧୩।୧୨ : ଧୋକାବାଜ୍ ପ୍ରେମିକ । ପ୍ରେମ ଜାଲରେ ଫସାଇ ବିବାହ କରିଲା । ବିବାହ ପରେ ହଠାତ୍ ବଦଳିଗଲା ପ୍ରେମିକ । କଥା ଦେଇ ବିବାହ କରିଥିବା ଝିଅ ଛାଡ଼ି ଫେରାର ହୋଇଗଲା ପ୍ରେମିକ । ଆଉ ଏବେ ନ୍ୟାୟ ମାଗୁଛି ପ୍ରେମିକା । ପାଞ୍ଚ ମାସର ଛୁଆକୁ ଧରି ଧାରଣାରେ ବସିଛି ପ୍ରେମିକା ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା କାଳକୁ ଗାଁର ଜଣେ ଯୁବକ ଧରାକୋଟ ଗାଁର ଜୈନକ ଯୁବତୀଙ୍କୁ କରୁଥିଲେ ପ୍ରେମ । ସୋସିଆଲ୍ ମିଡିଆରେ ଚିହ୍ନା, ଆଉ ଚିହ୍ନା ପରେ ଚାଲିଲା ପ୍ରେମ ଭରା ଚାଟ୍। ୨ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ଚାଲିଲା ଏହିପରି ସଂପର୍କ । ଶେଷରେ ପ୍ରେମ ସଂପର୍କ ବିବାହର ରାସ୍ତା ବାଛିଥିଲା । କିଛି ଲୋକଙ୍କ ଉପସ୍ଥିତିରେ ବିବାହ ବି କରିଲେ । ବିବାହ ପରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା।ହେଲେ ପୁତ୍ର ସନ୍ତାନ ଜନ୍ମ ହେବା ପର ଠାରୁ ଯୁବକ ଜଣଙ୍କ ଘରୁ କେଉଁ ଆଡେ ଚମ୍ପଟ ମାରିଥିଲେ । ସେବେଠାରୁ ଆଉ ଧରା ଛୁଆଁ ଦେଉନାହାନ୍ତି ପ୍ରେମିକ । ପ୍ରେମିକା ବାରମ୍ବାର ଫୋନ୍ କରୁଥିଲେ ବି କୌଣସି ଉତ୍ତର ଦେଉନାହାନ୍ତି ପ୍ରେମିକ । ଏପିରିକି ନିଜ ଘର ଲୋକେ ମଧ୍ୟ ରଖିବାକୁ ମନା କରିଦେଇଥିଲେ । ଶେଷରେ ବାଧ୍ୟ ହୋଇ ୬ ମାସର ଛୋଟ ଛୁଆକୁ ଧରି ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ।ସେପଟେ ପ୍ରେମିକଙ୍କ ପରିବାର ଲୋକ ଘରେ ତାଲା ପକାଇ କୁଆଡେ ଚାଲିଯାଇଛନ୍ତି । ଶୀତ କାକରରେ ଛୁଆ ଧରି ଧାରଣାରେ ବସି ନ୍ୟାୟ ମାଗୁଛି ପ୍ରତାରିତା ହୋଇଥିବା ପ୍ରେମିକା । ସେହିପରି ପୂର୍ବରୁ ମଧ୍ୟ ପ୍ରେମିକା ଥାନାରେ ଅଭିଯୋଗ କରିଥିଲେ ।