ମୁମ୍ଵାଇ ୧୪।୦୪; ଗତ ମାସରେ ନିଜର ୬୦ତମ ଜନ୍ମଦିନ ପାଳନ ଅବସରରେ ସମସ୍ତଙ୍କୁ ନୂଆ ପ୍ରେମିକା ଗୌରୀ ସ୍ପ୍ରାଟ୍ଙ୍କ ସହ ପରିଚିତ କରାଇଥିଲେ ଅଭିନେତା ଅମୀର ଖାନ୍ । ତାର କିଛି ସପ୍ତାହ ପରେ ଶନିବାର ପ୍ରେମୀ ଯୁଗଳଙ୍କୁ ସହ ପ୍ରଥମ ଥର ଲାଗି ଏକାଠି ଦେଖିବାକୁ ମିଳିଛି । ଉଭୟ ଚୀନ୍ରେ ଆୟୋଜିତ ହୋଇଥିବା ମକାଉ ଇଣ୍ଟରନ୍ୟାସନାଲ କମେଡି ଫେଷ୍ଟିଭାଲ୍ରେ ପହଞ୍ଚିଥିଲେ ।
ରେଡ୍ କାର୍ପେଟ୍ରେ ଏଣ୍ଟ୍ରି ସମୟରେ ଅମୀର ଗାର୍ଲଫ୍ରେଣ୍ଡଙ୍କର ହାତ ଧରିଥିବା ଦେଖିବାକୁ ମିଳିଥିଲା । ଏହି ଅବସର ଲାଗି କପଲ ଟ୍ରାଡିସନାଲ ଆଉଟ୍ଫିଟ୍କୁ ବାଛିଥିଲେ । ଅମୀର କଳାରଙ୍ଗର କୁର୍ତ୍ତା- ପାଇଜାମା ପିନ୍ଧିଥିବାବେଳେ କଳା ଓ ଗୋଲଡେନ୍ ରଙ୍ଗର ଏମ୍ବ୍ରୟଡୋରୀ ହୋଇଥିବା ସାଲ୍ ଘୋଡ଼ାଇ ହୋଇଥିଲେ । ଗୌରୀଙ୍କୁ ଫ୍ଲୋରାଲ ପ୍ରିଣ୍ଟର ଶାଢ଼ିରେ ଦେଖିବାକୁ ମିଳିଥିଲା । ପୂରା ଉତ୍ସବ ସମୟରେ କପଲ ହସିହସି ମିଡିଆକୁ ପୋଜ୍ ଦେଇଥିଲେ । ଅମୀର ଗୌରୀଙ୍କୁ ଅନ୍ୟ ଅତିଥିମାନଙ୍କ ସହ ମଧ୍ୟ ପରିଚିତ କରାଇଥିଲେ । ଚୀନ୍ର ଲୋକପ୍ରିୟ କଳାକାର ଶେନ୍ ତେଙ୍ଗ ଓ ମା ଲି’ଙ୍କ ସହିତ ଦମ୍ପତିଙ୍କର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମକାଉ ଇଣ୍ଟରନ୍ୟାସନାଲ କମେଡି ଫେଷ୍ଟିଭାଲରେ ଆମିରଙ୍କୁ ମାଷ୍ଟର ହ୍ୟୁମର ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।
ମାର୍ଚ୍ଚ ୧୪ ତାରିଖରେ ଆମିର ନିଜର ୬୦ତମ ଜନ୍ମଦିନ ପାଳନ ଅବସରରେ ଗୌରୀଙ୍କ ସହ ସଂପର୍କକୁ ସାର୍ବଜନୀନ କରିଥିଲେ । ବେଙ୍ଗାଲୁରର ବାସିନ୍ଦା ଗୌରୀ ଆମିରଙ୍କର ପ୍ରଡକ୍ସନ୍ରେ କାମ କରନ୍ତି । ଉଭୟ ପରସ୍ପରକୁ ୨୫ ବର୍ଷ ହେଲା ଜାଣିଥିବାବେଳେ ଗତ ଦେଢ଼ ବର୍ଷ ତଳେ ସେମାନେ ନିକଟତର ହୋଇଥିଲେ । ଗୌରୀଙ୍କର ପ୍ରଥମ ବିବାହରୁ ଏକ ୬ ବର୍ଷର ପୁଅ ରହିଛି ।