ଯୁଦ୍ଧ ଯୋଗୁ ଲେବାନନରେ ୨ଲକ୍ଷ ପିଲା ବେଘର, ଦୁବାଇରେ ପର୍ଯ୍ୟଟନ ଉଦ୍ୟୋଗ ବିପର୍ଯ୍ୟସ୍ତ

NEWS7
what-is-aamir-khan-doing-with-girlfriend-gauri-in-china

  • ବିଶ୍ୱରେ ୟୁଏଇକୁ ପର୍ଯ୍ୟଟକଙ୍କ ଲାଗି ସୁରକ୍ଷିତ ସ୍ଥଳ ମନେ କରାଯାଏ
  • ଇରାନ ୟୁଏଇର ଅନେକ ସ୍ଥାନକୁ ମିଜାଇଲ ଓ ଡ୍ରୋନରେ ଟାର୍ଗେଟ କରିଛି
  • ଦେଶର ସୁରକ୍ଷିତ ପର୍ଯ୍ୟଟନ ସ୍ଥଳ ଛବି ଉପରେ ନକରାତ୍ମକ ପ୍ରଭାବ ପଡିଛି

ତେଲଆଭିବ ୧୫।୩: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଜାରି ଯୁଦ୍ଧ ରବିବାର ୧୬ତମ ଦିବସରେ ପହଞ୍ଚିଛି। ଇସ୍ରାଏଲ ଏଥିରେ ଲେବାନନକୁ ଦିନତମାମ ଟାର୍ଗେଟ୍ କରିଛି। ଫଳରେ ୮ ଲକ୍ଷ ଲୋକେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଏଥିରେ କେବଳ ପିଲାଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ଥିବା କୁହାଯାଇଛି। ଯୁଦ୍ଧ ଯୋଗୁ ଦୁବାଇର ବଜାର ଓ ସମୁଦ୍ର କୂଳ ଯେଉଁଠି ପର୍ଯ୍ୟଟକଙ୍କ ଭିଡ ପ୍ରାୟ ଜମିଥାଏ ଏବେ ଶୂନଶାନ ହୋଇଯାଇଛି। ହୋଟେଲ ଓ ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯିବା ଯୋଗୁ ଦୁବାଇର ପର୍ଯ୍ୟଟନ ଶିଳ୍ପ ବ୍ୟାପକ ପ୍ରଭାବିତ ହୋଇଛି।

ବିଶ୍ୱରେ ୟୁଏଇକୁ ପର୍ଯ୍ୟଟକଙ୍କ ଲାଗି ସୁରକ୍ଷିତ ସ୍ଥଳ ମନେ କରାଯାଏ। ଏଠାରେ ଅପରାଧ ପ୍ରବଣତା କମ ଥିବା ବେଳେ ସେଭଳି କୌଣସି ବଡ଼ ଧରଣର ଆକ୍ରମଣ କେବେ ହୋଇ ନାହିଁ। ହେଲେ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଚଢଉ କରିବା ଦିନଠାରୁ ୟୁଏଇରେ ଥିବା ଆମେରିକାର ସାମରିକ ଘାଟିକୁ ଇରାନ ଲଗାତାର ଟାର୍ଗେଟ କରୁଛି। ଏହି ସବୁ ସାମରିକ ଘାଟି ଦୁବାଇର ଜନବହୁଳ ଓ ପର୍ଯ୍ୟଟନସ୍ଥଳ ନିକଟବର୍ତ୍ତି ଅଞ୍ଚଳରେ ରହିଛି। ଏଥି ପାଇଁ ଏବେ ୟୁଏକୁ ବହୁ ମୂଲ୍ୟ ଦେବାକୁ ପଡୁଛି।

ଇରାନ ୟୁଏଇର ଅନେକ ସ୍ଥାନକୁ ମିଜାଇଲ ଓ ଡ୍ରୋନରେ ଟାର୍ଗେଟ କରିଛି। ଏଣୁ ଦେଶର ସୁରକ୍ଷିତ ପର୍ଯ୍ୟଟନ ସ୍ଥଳ ଛବି ଉପରେ ନକରାତ୍ମକ ପ୍ରଭାବ ପଡିଛି। ଏହାର ପରିଣାମ ସ୍ୱରୂପ ଦୁବାଇର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯେପରିକି ଅଲ ସିଫା ୱାଟରଫ୍ରଣ୍ଟ ମାର୍କେଟ, ବୁର୍ଜ ଅଲ ଆରବ ନିକଟ ସମୁଦ୍ର କୂଳରେ ସାଧାରଣ ଦିନ ଅପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହୋଇଛି। ଏହା ଛଡା ଇରାନ ଦୁବାଇରେ ଥିବା ବ୍ୟାଙ୍କ ଅଫ ଆମେରିକା ହାଇରାଇଜ ବିଲ୍ଡିଂକୁ ଡ୍ରୋନରେ ଟାର୍ଗେଟ କରିବା ଏବେ ୟୁଏଇର ଆର୍ଥିକ ଉଦ୍ୟୋଗକୁ ଆତଙ୍କିତ କରିଛି।