ବାରବାଡୋସରୁ ଦିଲ୍ଲୀ ପାଇଁ ୧୬ ଘଣ୍ଟାର ଯାତ୍ରା, ବିମାନରେ ଖେଳାଳିଙ୍କ ମସ୍ତି; ଖୁସିର ମୁହୂର୍ତ୍ତକୁ ସେୟାର କଲା BCCI

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ ଟାଇଟଲ ଜିତିବା ପରେ ଟିମ୍ ଇଣ୍ଡିଆ ସ୍ୱଦେଶ ଫେରିଛି । ବାରବାଡୋସ ହୋଇଥିବା ବାତ୍ୟା ଯୋଗୁଁ ରୋହିତ୍ ଶର୍ମା ଏବଂ କମ୍ପାନି ଜୁନ୍ ୨୯ରୁ ସେଠାରେ ଫସି ରହିଥିଲେ । ବିସିସିଆଇ ସ୍ୱତନ୍ତ୍ର ଚାର୍ଟର୍ଡ ଫ୍ଲାଇଟ୍ ବ୍ୟବସ୍ଥା କରି ଭାରତୀୟ ଖେଳାଳି, ସପୋର୍ଟ ଷ୍ଟାଫ ଏବଂ ସାମ୍ୱାଦିକଙ୍କୁ ଫେରାଇ ଆଣିଛି । ବିସିସିଆଇ ବାରବାଡୋସରୁ ଦିଲ୍ଲୀ ଫେରିବାର ପ୍ରତିଟି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିଛି । ବିମାନ ଭିତରେ ରୋହିତ ଶର୍ମାଙ୍କ ସମେତ ଅନ୍ୟ ଖେଳାଳିମାନେ ମସ୍ତି କରୁଥିବା ନଜର ଆସୁଛନ୍ତି । ଅନ୍ୟ ଖେଳାଳିମାନେ ମଧ୍ୟ ବିଶ୍ୱକପ ସହ ଖୁସି ମନାଉଥିବା ନଜର ଆସୁଛନ୍ତି ।

 

ଚାରି ଦିନର ଅପେକ୍ଷା ପରେ ବିସିସିଆଇ ଟିମକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା । ଭାରତୀୟ ଟିମ୍ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଏଆଇସି24ଡବ୍ଲ୍ୟୁସି ଏୟାର ଇଣ୍ଡିଆ ଚାମ୍ପିୟନ୍ସ ୨୪ ବିଶ୍ୱକପ ବୁଧବାର ଭାରତୀୟ ସମୟ ସକାଳ ୪ଟା ୫୦ ମିନିଟରେ ବାର୍ବାଡୋସରୁ ଉଡାଣ ଭରିଥିଲା । ୧୬ ଘଣ୍ଟାର ଯାତ୍ରା ପରେ ଗୁରୁବାର ସକାଳେ ଭାରତୀୟ ସମୟ ୬ଟା ଦିଲ୍ଲା ପହଞ୍ଚିଥିଲା ।



ରୋହିତ ଶର୍ମା ବିମାନ ବନ୍ଦରରୁ ବାହାରିବା ପରେ ଫ୍ୟାନ୍ସଙ୍କୁ ଟ୍ରଫିର ଝଲକ ଦେଖାଇଥିଲେ । ଖେଳାଳିମାନେ ହୋଟେଲ୍ ପହଞ୍ଚିବା ପରେ ସେଠାରେ ଢୋଲ ବଜାଇ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହି ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନ୍ୟ ଖେଳାଳିମାନେ ନାଚୁଥିବା ନଜର ଆସୁଛନ୍ତି । ବିସିସିଆଇ ଏହି ବିଶେଷ ମୁହୂର୍ତ୍ତର ଭିଡିଓକୁ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛି, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.