ମୁର୍ଶିଦାବାଦ ପରେ ଦକ୍ଷିଣ ୨୪ ପ୍ରଗଣାରେ ହିଂସା; ଓ୍ବାକଫକୁ ବିରୋଧ କରି ତାତିଲା ISF

Published By : Prameya-News7 Bureau | April 14, 2025 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୁଣି ଏକ ସ୍ଥାନରେ ହିଂସା । ଓ୍ବାକଫ୍ ଆଇନକୁ ବିରୋଧ କରି ଦକ୍ଷିଣ ୨୪ ପ୍ରଗଣାର ଭାଙ୍ଗରରେ ଉତ୍ତେଜନା । ଆଇଏସଏଫ୍ ବା ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟ୍ ସମର୍ଥକମାନେ ଭଙ୍ଗାରୁଜା ଜଳାପୋଡ଼ା କରିଛନ୍ତି । କୋଲକାତା ଚାଲ୍ ମୋର୍ଚ୍ଚା ଉପରେ ରୋକ୍ ଲାଗିବା ପରେ ଉତ୍ତ୍ୟେକ୍ତ ହୋଇ ହିଂସା ଭିଆଇଛନ୍ତି ଆଇଏସଏଫ୍ କର୍ମୀ । ସୋମବାର ଆଇଏସଏଫ୍ କର୍ମୀମାନେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାକୁ ମାର୍ଚ୍ଚ ଆରମ୍ଭ କରିଥିଲେ । ଏହି ସମୟରେ  ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ପ୍ରଦର୍ଶନକାରୀ ମାନେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଜଳାପୋଡ଼ା କରିଛନ୍ତି ।    

ସୂଚନା ଅନୁଯାୟୀ, ଓ୍ବାକଫ୍ ସଂଶୋଧନ ଆଇନକୁ ବିରୋଧ କରି କୋଲକାତାରେ ପ୍ରଦର୍ଶନ ଲାଗି ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟର ସମର୍ଥକମାନେ ଏକ ବସ୍‌ରେ ଦକ୍ଷିଣ ୨୪ ପ୍ରଗଣାରୁ କୋଲକାତା ଆସୁଥିଲେ । ଏହି ସମୟରେ ପୋଲିସ ତାଙ୍କୁ ଭାଙ୍ଗରରେ ଅଟକାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କେବଳ ଦକ୍ଷିଣ ୨୪ ପ୍ରଗଣା ନୁହେଁ ଓ୍ବାକଫ୍‌କୁ ନେଇ ମାଲଦା, ମୁର୍ଶିଦାବାଦ ସହିତ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟରେ ହିଂସା ଦେଖିବାକୁ ମିଳିଛି ।  ଏହାକୁ ନେଇ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଓ ବିରୋଧୀ ବିଜେପି ଉଭୟେ ଉଭୟଙ୍କ ଉପରେ ଦୋଷାରୋପ କରିଛନ୍ତି ।   

ମୁର୍ଶିଦାବାଦ ହିଂସାକୁ ନେଇ କେନ୍ଦ୍ରୀୟ ସୁରକ୍ଷାବଳ ଉପରେ ଦୋଷ ଲଗାଇଛି ଟିଏମସି । ତୃଣମୂଳ କଂଗ୍ରେସର ଜଣେ ବଡ଼ ନେତା କହିଛନ୍ତି, ବିଏସଫ ଏଭଳି କିଛି ଲୋକଙ୍କୁ ଜିଲ୍ଲାରେ ପ୍ରବେଶ ପାଇଁ ଅନୁମତି ଦେଉଛି ଯେଉଁମାନେ ହିଂସାକୁ ବଢ଼ାଉଛନ୍ତି । ସ୍ଥାନୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ବିଏସଫ୍ ଯବାନ ମାନେ ପାଦରେ ଚପଲ ପିନ୍ଧି କରି ମାର୍ଚ୍ଚ କରୁଛନ୍ତି ବୋଲି ଟିଏମସି ଦାବି କରିଛି । ଯଦି ସେମାନେ ଚପଲ ପିନ୍ଧି ଡ୍ୟୁଟି କରୁଛନ୍ତି, ତାହାଲେ ଏହା ବହୁତ ଗମ୍ଭୀର ମାମଲା । କେନ୍ଦ୍ର ସରକାର ଏହି ପୂରା ମାମଲାକୁ ଗମ୍ଭୀରତାର ସହିତ ନେବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.