Live Live
LIVE

ଖାମେନେଇଙ୍କୁ ମାରିବା ପାଇଁ ଇସ୍ରାଏଲ ବ୍ୟବହାର କରିଥିଲା ସବୁଠୁ ଘାତକ ମିସାଇଲ, ଧ୍ବଂସଲୀଳା ରଚିଥିଲା ‘ବ୍ଲୁ ସ୍ପାରୋ’ ମିସାଇଲ

NEWS7
west-bengal-cm-mamata-banerjee-arrives-in-odisha

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ଗତ ଫେବ୍ରୁଆରୀ ୨୮ରେ ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ କରିଥିଲେ। ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଖାମେନେଇଙ୍କ ସହ ଏହି ଅପରେସନରେ ଇରାନର ଅନେକ ବରିଷ୍ଠ ନେତାଙ୍କ ମୃତ୍ୟୁ ହେବା ସହ, ଇରାନର ଅନେକ ରଣନୈତିକ ଠିକଣାକୁ ମଧ୍ୟ ଟାର୍ଗେଟ କରିଥିଲା। ତେବେ ଏହି ଆକ୍ରମଣକୁ ନେଇ ବଡ଼ ଖୁଲାସା ହୋଇଛି। ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ଇସ୍ରାଏଲ ଏହାର ସବୁଠୁ ଘାତକ ‘ବ୍ଲୁ ସ୍ପାରୋ ମିସାଇଲ’ର ବ୍ୟବହାର କରିଥିଲା।

ରିପୋର୍ଟ ଅନୁସାରେ, ଏହି ମିସାଇଲ ପ୍ରଥମେ ପୃଥିବୀ ବାୟୁମଣ୍ଡଳର ଅତି ନିକଟକୁ ଯାଇଥାଏ। ଆଉ ସେଠାରୁ ଖୁବ୍ ଦ୍ରୁତ ଗତିରେ ନିଜ ଲକ୍ଷ୍ୟ ଆଡ଼କୁ ଫେରିଥାଏ। ଫଳରେ ଏହାକୁ ରୋକିବା ବେଶ୍ ମୁସ୍କିଲ ହୋଇଥାଏ ବୋଲି କୁହାଯାଏ। ଏହି କାରଣରୁ ଏହାକୁ ‘ମିସାଇଲ ଫ୍ରମ୍ ସ୍ପେଶ’ର ନାଁ ମଧ୍ୟ ଦିଆଯାଇଛି। ଇସ୍ରାଏଲ ତେହରାନରେ ସେନା ନେତୃତ୍ବର ଗୁରୁତ୍ବପୂର୍ଣ୍ଣ ବୈଠକ ସମୟରେ ଏହି ମିସାଇଲ ମାଡ଼ କରିଥିଲା ।

ବ୍ଲୁ ସ୍ପାରୋ ମିସାଇଲକୁ ଇସ୍ରାଏଲ ହିଁ ପ୍ରସ୍ତୁତ କରିଛି। ଏହା ଏକ ଅତ୍ୟାଧୁନିକ ଏୟାର ଲଞ୍ଚ୍ ବାଲିଷ୍ଟିକ ମିସାଇଲ। ଦ ଟେଲିଗ୍ରାଫର ଏକ ରିପୋର୍ଟ ଅନୁସାରେ, ଏହି ମିସାଇଲର ଟାର୍ଗେଟ ରେଞ୍ଜ୍ ପ୍ରାୟ ୧୨୪୦ ମାଇଲ ବା ୨୦୦୦ କିଲୋମିଟର। ମିସାଇଲର ଲମ୍ବ ପ୍ରାୟ ୬.୫ ମିଟର। ଆଉ ଏହାର ଓଜନ ପ୍ରାୟ ୧.୯ ଟନ୍।

ପ୍ରତିରକ୍ଷା ବିଶ୍ଲେଷକଙ୍କ ମତରେ, ବ୍ଲୁ ସ୍ପାରୋ ମିସାଇଲ ସିଷ୍ଟମର ଭିନ୍ନ ଭିନ୍ନ ଭର୍ଜନକୁ ଏଭଳି ଭାବରେ ବିକଶିତ କରାଯାଇଛି ଯେ, ଲଢ଼ୁଆ ବିମାନ ଏହାକୁ ଦୂରରୁ ବାଲିଷ୍ଟିକ ଷ୍ଟାଇଲର ହତିଆର ଲଞ୍ଚ କରିପାରିବ। ଯାହଦ୍ବାରା ବିମାନ ଶତ୍ରୁର ଏୟାର ଡିଫେନ୍ସ ରେଞ୍ଜ୍ଠାରୁ ବାହାରେ ରହିବି ସଠିକ ଆକ୍ରମଣ କରିପାରିବ। ଆଉ ପୁଣି ବ୍ଲୁ ସ୍ପାରୋ ମିଶାଇଲ ଏୟାର ଡିଫେନ୍ସକୁ ମଧ୍ୟ ଚକମା ଦେଇପାରିବ।