LIVE TV

ପେଟ ବ୍ୟଥା ଲାଗି ମେଡିକାଲରେ ହୋଇଥିଲେ ଭର୍ତ୍ତି, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଜୀବନ

NEWS7
weather-update-in-odisha-225

ମାଥିଲି ୦୬।୧୧ : ଚିକିତ୍ସାଧିନ ଅବସ୍ଥାରେ ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ । ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ବଳଦିଆଗୁଡ଼ା ଏସଏସ୍‌ଡି ଉଚ୍ଚ ବିଦ୍ୟାଳୟରୁ ଆସିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ବୁଧବାର ଦିନ ହଷ୍ଟେଲରେ ଛାତ୍ରୀଙ୍କ ଆଖି ଫୁଲିଥିଲା । ଯାହା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ହଷ୍ଟେଲକୁ ଫେରିଥିଲେ ଛାତ୍ରୀ । ହେଲେ ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତାଙ୍କୁ ପୁଣି ଥରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ କେଉଁ କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ସେପଟେ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।