ବିଜେଡିର ମତକୁ ନେଇ ବିଜେପି କଲା କାଉଣ୍ଟର, ସମବାୟ ମନ୍ତ୍ରୀ କହିଲେ ବିରୋଧୀ ଦଳର ଦୋମୁହାଁ ନୀତି

NEWS7
weather--forecast-next-one-week-weather-will-be-dry

ଭୁବନେଶ୍ୱର ୧୯/୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେଡି-ବିଜେପି କଥା କଟାକଟି । ସାଧାରଣ ଲୋକଙ୍କ ମାନସିକତାକୁ ନେଇ ବିଜେପି ବିଧାୟକ ମାନେ ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ମତ ଦେଇଛନ୍ତି । ବିଜେଡି ରଖିଥିବା ମନ୍ତବ୍ୟର ବିଜେପି କରିଛି କାଉଣ୍ଟର । ସମବାୟ ମନ୍ତ୍ରୀ କହିଛନ୍ତି ବିଜେଡି କରୁଛି ଦୋ ମୁହାଁ ନୀତି । ତାଙ୍କ କହିବା କଥାନବୀନ ବାବୁ କହୁଛନ୍ତି ମୁଁ ଦରମା ନେବି ନାହିଁ ।

ବିଧାନସଭାରେ ସର୍ବଦଳୀୟ ବୈଠକରେ କାହିଁକି କହିଲେ ନାହିଁ । ସବୁ ଦଳ ସେତେବେଳେ ଦରମା ବଢାଇବାକୁ ଦାବି କଲେ । ସେତେବେଳେ କାହିଁକି ନବୀନ ବାବୁ ବିରୋଧ କଲେ ନାହିଁ । ତାଙ୍କ ଲୋକକୁ ଦରମା ମାଗିବାକୁ ଆଗକୁ ଛାଡିଲେ କାହିଁକି । ସେତେବେଳେ ଆମେ ଦାନି ଲୋକ ଆମେ ନେବା ନାହିଁ କାହିଁକି କହିଲେ ନାହିଁ ବିରୋଧୀ ଦଳ ନେତା । ତାଙ୍କ ଦଳ ବିଧାୟକଙ୍କୁ କାହିଁକି ନିଜେ ୩ ଲକ୍ଷ ଲେଖାଏଁ ଦେଉ ନାହାନ୍ତି । ତାଙ୍କର ବହୁତ ଟଙ୍କା ଅଛି ବୋଲି ମୁଁ ଶୁଣିଛି ।

ବିଜେଡି ଦାବି କଲା ଦରମା ଦିଅ। ସରକାର ଦରମା ଦେବା ବେଳେ ମୁଁ ନେବି ନାହିଁ କହୁଛ । ଆପଣ ବିରୋଧୀ ଦଳ ନେତା । ବ୍ୟକ୍ତିଗତ କଥା କହିପାରିବେ ନାହିଁ। ଯଦି ମୋର ୫୧ ଜଣ ବିଧାୟକ ଦରମା ନେବେ ନାହିଁ ବୋଲି କହିଥାନ୍ତେ ହୋଇଥାନ୍ତା । ତାଙ୍କ ଚାପ ନୁହେଁ, ସାଧାରଣ ଲୋକଙ୍କ ମାନସିକତାକୁ ନେଇ ବିଜେପି ବିଧାୟକ ମାନେ ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ମତ ଦେଇଛନ୍ତି ।