ରାଜଧାନୀରେ ଏହି ସବୁ ସ୍ଥାନରେ ୨୪ ଘଣ୍ଟା ବନ୍ଦ ରହିବ ଜଳ ଯୋଗାଣ

Published By : Prameya-News7 Bureau | July 30, 2025 IST

ଭୁବନେଶ୍ଵର ୩୦।୦୭; ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ଜଳ ଯୋଗାଣ । ଶୁକ୍ରବାର ଅପରାହ୍ନ ୧ଟାରୁ ଶନିବାର ୧ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ । ଚନ୍ଦକା ପାଖରେ ୱାଟକୋର ମୁଖ୍ୟ ପାଣି ପାଇପ୍ ଲାଇନ୍‌ ମରାମତି ହେବ । 

ଏନେଇ ଜଳଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଫଳରେ ପଟିଆ, ଡମଣା, ଖଣ୍ଡଗିରି, ସାମପୁର, ନୂଆପଲ୍ଲୀ ଆଦି ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପାଣି ସଂରକ୍ଷଣ କରି ରଖିବାକୁ ୱାଟ୍‌କୋ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ଚନ୍ଦକା ନରାଜରୁ ଆସିଥିବା ମୁଖ୍ୟ ପାଇପ୍ ଲାଇନ୍‌ ଫାଟି ଯାଇଛି । ଶୁକ୍ରବାର ଏହାର ମରାମତି କାମ ହେବ । ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେଥିପାଇଁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.