‘ଅବତାର-୩’ର ଟ୍ରେଲର ରିଲିଜ, ୨୧୦୦ କୋଟି ଟଙ୍କାରେ ନିର୍ମାଣ ହୋଇଛି ଫିଲ୍ମ

Published By : Prameya-News7 Bureau | July 30, 2025 IST

ମୁମ୍ଵାଇ ୩୦।୦୭; ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଅବତାର' ତୃତୀୟ ଭାଗ ରିଲିଜ ହୋଇଛି । ୨୧୦୦ କୋଟିର ଫିଲ୍ମ "ଅବତାର: ଫାୟାର ଆଣ୍ଡ ଆଶ୍" (Avatar: Fire and Ash)ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲରଟି ରିଲିଜ୍ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଏହା ଚହଳ ସୃଷ୍ଟି କରିଛି । ପୂର୍ବ ଦୁଇଟି ଫିଲ୍ମ ଭଳି ଏଥର ମଧ୍ୟ ଜେମ୍ସ କ୍ୟାମେରୁନ୍ ଦର୍ଶକଙ୍କୁ ପାଣ୍ଡୋରାର ଏକ ନୂଆ ଏବଂ ଆହୁରି ରୋମାଞ୍ଚକର ଦୁନିଆକୁ ନେଇଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଟ୍ରେଲରରେ କେବଳ ଚମତ୍କାର ଭିଜୁଆଲ୍ ଇଫେକ୍ଟସ୍ ନୁହେଁ, ବରଂ ଏକ ନୂଆ ଏବଂ ଅଧିକ ଶକ୍ତିଶାଳୀ ଖଳନାୟକର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ଟ୍ରେଲରର ଆରମ୍ଭ ପାଣ୍ଡୋରାର ସେହି ପରିଚିତ ନୀଳ ଏବଂ ସବୁଜ ଦୁନିଆରୁ ହୋଇଛି, ଯେଉଁଠାରେ ନା'ଭି   ଜନଜାତି ଶୁଖ, ଶାନ୍ତିରେ ବାସ କରୁଥିବାର ଦେଖାଯାଉଛି । ଜେକ୍ ସଲି (ସାମ୍ ୱାର୍ଥିଙ୍ଗଟନ୍) ଏବଂ ନେତିରି (ଜୋ ସାଲଡାନା) ନିଜ ପରିବାର ସହିତ ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । କିନ୍ତୁ ଏହି ଶୁଖ ଶାନ୍ତି ବେଶୀ ସମୟ ପାଇଁ ରହୁନାହିଁ ।

ଟ୍ରେଲରରେ ଏକ ନୂଆ ବିପଦର ସଙ୍କେତ ମିଳୁଛି । ଏଥର ଲଢେଇ କେବଳ ମଣିଷଙ୍କ ସହ ନୁହେଁ, ବରଂ ପାଣ୍ଡୋରାର ଏକ ନୂଆ ଏବଂ ଭୟଙ୍କର ଜନଜାତି ସହିତ ହେବ । ଏହି ଜନଜାତିକୁ 'ଆଶ୍ ପିପୁଲ' (Ash People) ବା 'ଅଗ୍ନି ମାନବ' କୁହାଯାଉଛି । ସେମାନେ ପାଣ୍ଡୋରାର ଆଗ୍ନେୟଗିରି ଅଞ୍ଚଳରେ ବାସ କରନ୍ତି ଏବଂ ସେମାନଙ୍କର ରଙ୍ଗ ଓ ଚେହେରା ନା'ଭିମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନେ ଅଧିକ କ୍ରୂର ଏବଂ ଆକ୍ରମଣାତ୍ମକ ମନେ ହେଉଛନ୍ତି । ଏହି ଫିଲ୍ମର ମୁଖ୍ୟ ଖଳନାୟକ ହେଉଛି 'ଆଶ୍ ପିପୁଲ'ର ନେତା 'ଭାରାଙ୍ଗ'  । ଏହି ଚରିତ୍ରରେ 'ଗେମ୍ ଅଫ୍ ଥ୍ରୋନ୍ସ'ର ଫେମ୍ ଉନା ଚାପଲିନ୍ ଅଭିନୟ କରୁଛନ୍ତି । ଟ୍ରେଲରରେ ତାଙ୍କର ଝଲକ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.