ନୂଆଦିଲ୍ଲୀ: ଚାମ୍ପିୟନଙ୍କ ଚାମ୍ପିୟନ।,ଟିମ୍ ଇଣ୍ଡିଆ ଚାମ୍ପିୟନ। ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ହରାଇବା ପରେ ସାରା ଦେଶରେ କ୍ରିକେଟ ପ୍ରେମିଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଟିମ୍ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛାର ସୁଅ। ଭାରତ ତୃତୀୟ ଚାମ୍ପିୟନ ଟ୍ରଫି ୱିନର ହୋଇଛନ୍ତି।
ରବିବାର ଦୁବାଇରେ ନ୍ୟୁଜିଲାଣ୍ଡ ସହିତ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଯେତେ ଆଗକୁ ବଢୁଥିଲା ଉତ୍କଣ୍ଠା ସେତିକି ବଢ଼ୁଥିଲା। ରବିନ୍ଦ୍ର ଜାଡ଼େଜା ଚୌକା ମାରି ଟିମ୍ ଇଣ୍ଡିଆକୁ ଜିତାଇବା ପରେ ହର୍ଷ ଉଲ୍ଲାସର ସହିତ ପଡ଼ିଆ ଭିତରକୁ ପଶି ଆସିଥିଲେ ଟିମ୍ ଇଣ୍ଡିଆର ଷ୍ଟାର୍। ସମସ୍ତେ ନିଜ ନିଡ ଅନ୍ଦାଜରେ ବିଜୟକୁ ସେଲିବ୍ରିଟେ କରୁଥିଲେ।
ହେଲେ ରୋହିତ ଓ ବିରାଟଙ୍କ ସେଲିବ୍ରେସନର ଖୁବ୍ ମଜାଦାର ଥିଲା। ଦୁଇ ଖେଳାଳି ପଡ଼ିଆ ଭିତରେ ଷ୍ଟମ୍ପ ଓପାଡ଼ି ଦାଣ୍ଡିଆ ଡାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍ ମଡିଆରେ ଭାଇରାଲ୍ ହେଉଛି। ।
virat kohli and rohit sharma playing dandiya after winning champions trophy was not in my 2025 bucket list 😭 pic.twitter.com/dZsRRCU8Mt
— saif (@nightchanges) March 9, 2025
ସେପଟେ ୨୫ ବର୍ଷ ତଳର ବଦଲା ନେଲ୍ ଟିମ୍ ଇଣ୍ଡିଆ । ୧୨ ବର୍ଷ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଉଠାଇଲା ଭାରତ । ବର୍ମିଂହମ ପରେ ଦୁବାଇରେ ହେଲା ଚାମ୍ପିଅନ୍ସ ଟ୍ରଫି ୱିନର । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଭାରତ ରୋମାଞ୍ଚକର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ହରାଇ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ୨୫୨ ରନ୍ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି କପ୍ ଉଠାଇଛି ।
ଫାଇନାଲ୍ରେ ରୋହିତଙ୍କ ୭୬ ରନ୍ ଇନିଂସ ଓ ଜାଡେଜାଙ୍କ ବ୍ୟାଟରୁ ବାହାରିଥିବା ୱିନିଂ ଫୋର୍ ଅବିସ୍ମରଣୀୟ ହୋଇ ରହିବ । ସେହିପରି କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ବି କ୍ରିକେଟ୍ ପ୍ରେମୀଙ୍କ ମନରେ ଅଭୁଲା ରହିବ । ଉଲ୍ଲେଖଯୋଗ୍ୟ ଯେ ୨୦୦୦ ମସିହା ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ୍ ଭାରତରୁ ହରାଇ ଚମ୍ପିଅନ୍ ହୋଇଥିଲା । ଆଜିର ବିଜୟ ସହ ସେହି ପୁରୁଣା ପ୍ରତିଶୋଧ ପୂରଣ କରିଛି ରୋହିତ୍ ବାହିନୀ ।