କୋଲକାତାରେ ବାଜି ମାରିବ ଓ୍ୱେଷ୍ଟ୍ ଇଣ୍ଡିଜ୍ ! ଏହି ସବୁ ମାମଲାରେ ପଛରେ ରହିଛି ଟିମ୍ ଇଣ୍ଡିଆ

NEWS7
wasim-akram-answer-on-controversy-strikes-champions-trophy-final-as-shoaib-akhtar-questions

କୋଲକାତା, ୦୧ /୦୩: କର ବା ମର ଫାଇଟ୍ । ହାରିଲେ ସବୁ ରାସ୍ତା ବନ୍ଦ । ଧୂଳିସାତ ହେବ ଟି୨୦ ଚାମ୍ପିଅନ୍ ଲକ୍ଷ୍ୟ । ସୁପର୍ ୮ରୁ ବିଦା ହେବ ଟିମ୍ ଇଣ୍ଡିଆ । ଖେଳିପାରିବନି ସେମି ଫାଇନାଲ । ଶେଷ ସୁଯୋଗରେ ଭାରତ ଆଗରେ ଓ୍ୱେଷ୍ଟ୍ ଇଣ୍ଡିଜ୍ କଣ୍ଟା । ଶକ୍ତିଶାଳୀ ଇଣ୍ଡିଜକୁ ହରାଇଲେ ସେମିରେ ଏଣ୍ଟ୍ରି । କିନ୍ତୁ ସହଜ ନୁହେଁ ବିଜୟ । ମ୍ୟାଚ୍ ନହେଲେ ବି ବିଦା ହୋଇଯିବ ଡିଫେଣ୍ଡି ଚାମ୍ପିଅନ୍ । କାରଣ ବର୍ଷା ଭାରତୀୟ ଦଳ ପାଇଁ କାଳ ହୋଇପାରେ । 

ସୁପର ସଣ୍ଡେରେ ସୁପର୍ ଫାଇଟ୍ । ସେମି ପୂର୍ବରୁ ନକ୍ ଆଉଟ୍ ମ୍ୟାଚ୍ । ସୁପର ୮ର ଶେଷ ମୁକାବିଲା । ମିଳିବ ସେମି ଫାଇନାଲ୍ ପାଇଁ ଚାରି ନମ୍ବର ଟିମ୍ । ମୁହାଁମୁହିଁ ହେବେ ଭାରତ ଏବଂ ଇଣ୍ଡିଜ୍ । କେହି କାହାଠୁ ନୁହେଁ କମ୍ । ବ୍ୟାଟିଂ ଏବଂ ବୋଲିଂ । ଉଭୟ ଦଳର ପ୍ରଦର୍ଶନ ଜବରଦସ୍ତ । । ଜିମ୍ବାଓ୍ୱେକୁ ବଡ ବ୍ୟବଧାନରେ ହରାଇଛନ୍ତି ଦୁଇ ଟିମ୍ । ଦକ୍ଷିଣ ଆଫ୍ରିକାଠୁ ହାରିଛନ୍ତି । ଦୁଇ ଦଳ ପାଖରେ ସମାନ୍ ପଏଣ୍ଟ । କିନ୍ତୁ ନେଟ୍ ରନ୍ ରେଟରେ ଇଣ୍ଡିଡ୍ ଆଗରେ । ଆହୁରି ମଧ୍ୟ କାରଣ ଅଛି ଯେଉଁଥିରେ ଭାରତ ବିପକ୍ଷରେ ଇଣ୍ଡିଜର ପଲ୍ଲା ଭାରି ରହିଛି ।

ଇଣ୍ଡିଜର ପାଓ୍ୱାର ହିଟର

ଓ୍ୱେଷ୍ଟ୍ ଇଣ୍ଡିଜର ବ୍ୟାଟିଂ ଲାଇନ୍ ଅଫ୍ ଶକ୍ତିଶାଳୀ ରହିଛି । ଦଳରେ ଅନେକ ପାଓ୍ୱାର ହିଟର ରହିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷରେ ଦଳ ସଅଳ ଓ୍ୱିକେଟ ହରାଇଥିଲା । ତଥାପି ଲଢୁଆ ସ୍କୋର କରିବାରେ ଦଳ ସକ୍ଷମ ହୋଇଥିଲା । ଜିମ୍ବାଓ୍ୱେ ବିପକ୍ଷରେ ଇଣ୍ଡିଜ ବ୍ୟାଚର ଦମଦାର୍ ବ୍ୟାଟିଂ କରିଥିଲେ । ରଦରଫୋର୍ଡ ଏବଂ ଜାସନ ହୋଲଡରଙ୍କ ଭଳି ବ୍ୟାଟର ଏବେ ଫର୍ମରେ ଅଛନ୍ତି ।

ଭାରତର ଦୁର୍ବଳ ବୋଲିଂ

ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଭାରତୀୟ ବୋଲର ଭଲ ବୋଲିଂ କରୁଥିଲେ । କିନ୍ତୁ ପରେ ବୋଲିଂରେ ଦଳ ଚମକ ହରାଇଛି । ଦୁର୍ବଳ ଦଳ ଭାରତ ବିପକ୍ଷରେ ଭଲ ସ୍କୋର କରିଛନ୍ତି । ଜିମ୍ବାଓ୍ୱେ ବିପକ୍ଷରେ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ଯାହା ଦଳ ପାଇଁ ବଡ ଟେନସନ୍ ।

୨୦୧୬ର ବିଶ୍ୱକପର ପରାଜୟ

୨୦୧୬ ବିଶ୍ୱକପ୍ ସେମିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୨ ରନ୍ କରିଥିଲା । ଟିମ୍ ସହଜରେ ମ୍ୟାଚ୍ ଜିତିବ ବୋଲି ସମସ୍ତେ ଭାବିଥିଲେ । କିନ୍ତୁ ସିମନସ୍ ଦମଦାର ବ୍ୟାଚିଂ କରି ଭାରତ ହାତରୁ ବିଜୟ ଛଡାଇ ନେଇଥିଲେ । ସେ ୮୨ ରନ କରି ନଟଆଉଟ୍ ରହିଥିଲେ ।

ଇଣ୍ଡିଜ ପାଇଁ କୋଲକାତା ଫେଭରେଟ୍

ଅନେକ ସମୟରେ ଇଣ୍ଡିଜ କୋଲକାତାର ଇଡେନ୍ ଗାର୍ଡେନରେ ଖେଳିବାକୁ ପସନ୍ଦ କରେ । ଏଠାରେ ଦଳର ରେକର୍ଡ ଭଲ ରହିଛି । ୨୦୧୬ରେ ଟିମ୍ ଏଠାରେ ଟି୨୦ ଚାମ୍ପିଅନ୍ ହୋଇଥିଲା ।

ଡାରେନ୍ ସାମୀଙ୍କ ଉପସ୍ଥିତି

୨୦୧୬ରେ ଯେତେବେଳେ ଇଣ୍ଡିଜ ଚାମ୍ପିଅନ୍ ହୋଇଥିଲା ସେତେବେଳେ ଟିମ୍ ର ଅଧିନାୟକ ଥିଲେ ଡାରେନ୍ ସାମୀ । ଏବେ ସେ ଟିମ୍ ର ମୁଖ୍ୟ କୋଚ୍ । ଭାରତକୁ କିପରି ମାତ୍ ଦିଆଯାଇପାରିବ ତାହାର କୌଶଳ ଡାରେନଙ୍କୁ ଭଲ ଭାବେ ଜଣା ଅଛି।