ରାସନ କାର୍ଡ଼ ଦିଅ, ନ ହେଲେ ବିଷ ଟିକେ ଦିଅ; ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ ଆଣିଲେ ମହିଳା

NEWS7
vitamin-d-saves-countries-from-corona-covid-19-infection

ଆଠଗଡ଼: ରାସନ କାର୍ଡ଼ ଦିଅ, ନହେଲେ ବିଷ ଟିକେ ଦିଅ । ଏ ଯୋଗାଣ ଅଧିକାରୀ (ଏମ ଆଇ )ସବୁ କାଟି ଦେଉଛନ୍ତି । ଆମର ଘର ନାହିଁ, କିନ୍ତୁ ଅଧିକାରୀ କହୁଛନ୍ତି ତୁମର ତିନି ବଖରା ଘର ଅଛି। ଆମେ କ'ଣ ଏ ଦେଶର ନାଗରିକ ନୁହେଁ କି? ଏମିତି କାନ୍ଦି କାନ୍ଦି କଟକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତିଗିରିଆ ବ୍ଲକ୍ ଅନ୍ତର୍ଗତ କଳିବିରୀ ଗାଁର ମହିଳା ପ୍ରଭାତୀ ବେହେରା ଓ ତାଙ୍କ ସ୍ଵାମୀ।

ତିଗିରିଆ ବ୍ଲକରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।ଏହି ଘଟଣା ପରେ ଉପସ୍ଥିତ ପୋଲିସଙ୍କ ସହିତ ଉପସ୍ଥିତ ଅଧିକାରୀମାନେ ମହିଳାଙ୍କୁ ବୁଝା ସୁଝା କରିଛନ୍ତି। ସେପଟେ ଅତିରିକ୍ତ ଜିଲ୍ଲାପାଳ ଆଜି ୯୦ ଟି ଅଭିଯୋଗର ଶୁଣାଣୀ କରିବା ସହ କହିଛନ୍ତି ସବୁ ଅଭିଯୋଗର ତଦନ୍ତ କରାଯାଉଛି। ଯେଉଁଠି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ଖୁବ୍ ଶୀଘ୍ର ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ କଟକ କମଳଜିତ୍ ଦାସ ।