ମୁମ୍ଵାଇ ୦୪।୦୫; ଫସିଲେ ବିରାଟ କୋହଲି। ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଗୋଟିଏ ଲାଇକ ଯୋଗୁଁ ହଙ୍ଗାମା । ଆଉ ଏହା ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଷ୍ଟୋରୀ ପୋଷ୍ଟ କରି ସଫେଇ ଦେଇଛନ୍ତି । କହିଛନ୍ତି ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜାଣିଶୁଣି ଫଟୋଟିକୁ ଲାଇକ କରିନାହିଁ, ବରଂ ଏହା ଭୁଲରେ ହୋଇଯାଇଥିଲା। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହା ଉପରେ କୌଣସି ଭୁଲ ଧାରଣା ନ ରଖନ୍ତୁ। ମୋ କଥାକୁ ବୁଝିବା ପାଇଁ ଧନ୍ୟବାଦ।ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣେ ଅଭିନେତ୍ରୀଙ୍କ ଫଟୋରେ ଲାଇକ ହୋଇଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ଚହଳ ପଡ଼ିଥିଲା। ଅଭିନେତ୍ରୀ ଅବନୀତ କୌର ଏପ୍ରିଲ ୩୦ରେ ତାଙ୍କ ଇନଷ୍ଟାଗ୍ରାମ ପେଜରେ କିଛି ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଏକ ଛୋଟ ସ୍କର୍ଟ ସହିତ ସବୁଜ ରଙ୍ଗର ଟପ ପିନ୍ଧି ନଜର ଆସୁଥିଲେ। ଅନେକ ଲୋକ ତାଙ୍କ ଫଟୋକୁ ଲାଇକ କରିଥିଲେ ।
କିନ୍ତୁ ଯେତେବେଳେ କୋହଲି ଏହି ଫଟୋକୁ ଲାଇକ କଲେ, ତେବେ ହଙ୍ଗାମା ସୃଷ୍ଟି ହେଲା। କାରଣ ମେ ୧ ତାରିଖରେ ଅନୁଷ୍କା ଶର୍ମାଙ୍କ ଜନ୍ମଦିନ ଥିଲା। ସେହି ଦିନ ବିରାଟ ଅବନୀତ କୌରଙ୍କ ଫଟୋକୁ ଲାଇକ କରିଥିଲେ, ଯାହାପରେ ଫ୍ୟାନମାନେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ। ଏହାପରେ ବିରାଟ କୋହଲିଙ୍କୁ ସଫେଇ ଦେବାକୁ ପଡ଼ିଥିଲ।ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଷ୍ଟୋରୀ ପୋଷ୍ଟ କରି ଏହି ମାମଲାରୁ ପରଦା ଉଠାଇଥିଲେ।