ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି, ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଉଠିଲା ମହାଦୀପ

NEWS7
villagers-strike-in-front-of-tehsil-office-in-nayagarh

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ଲିଙ୍ଗରାଜ ମନ୍ଦିରରେ ମହାଦୀପ। ମହାଦୀପ ଉଠିବା ପରେ ବର୍ତ୍ତମାନ ଭକ୍ତମାନେ ସାହାଣମେଲା ଦର୍ଶନ କରିବେ। ଏହାପରେ ଚାରି ପ୍ରହର ପୂଜା, ହରିହର ଭେଟ ଏବଂ ବଡ଼ସିଂହାର ବେଶ ଓ ପହୁଡ଼ ଆଦି ନୀତି ସମାପନ ହେବ। ଏଥର ମହାଦୀପ ଉଠିବାରେ ଯେମିତି କୌଣସି ଅଘଟଣ ନଘଟିବ ସେଥିପାଇଁ ବିହିତ ପଦକ୍ଷେପ ନିଆଯାଇଥିଲା। ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି।