ଗାଁ ସାଥୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ଜିଲ୍ଲାପାଳ ଓ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Published By : Prameya-News7 Bureau | June 21, 2025 IST

ବୌଦ୍ଧ ୨୧।୬: ବୌଦ୍ଧ ବ୍ଲକ ପଦ୍ମନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ ଖଲିଗାଁ ଗ୍ରାମର ଗାଁ ସାଥୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ।ଜିଲ୍ଲାପାଳ ଓ ବୌଦ୍ଧ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । 

ଅଭିଯୋଗ ଅନୁଯାୟୀ, ଗାଁ ସାଥୀ ଥିବା ମହିମାବତୀ ଭୋଇ ମନରେଗା କାର୍ଯ୍ୟରେ ସହଯୋଗ କରୁନଥିବା ହେତୁ ଶ୍ରମିକ ମାନେ ହଇରାଣ ହେବା ସହ ମନରେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିଲା l ଦ୍ବିତୀୟ ଗାଁ ସାଥୀ ଝୁଲଣାବତୀ ଭୋଇ ମଧ୍ୟ ବିବାହ କରି ଦୀର୍ଘ ୧୦/୧୨ ବର୍ଷ ହେଲା ଶାଶୁ ଘରେ ରହୁଛନ୍ତି । ଫଳରେ ମନରେଗା କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା । ସେଥିପାଇଁ ଗ୍ରାମବାସୀ ପଲିସଭା ଜରିଆରେ ଗ୍ରାମର ବିଜୟ ରଣାଙ୍କୁ ୨୦୨୨ ମସିହାରୁ ଗାଁ ସାଥୀ ମନୋନୀତ କରିଥିଲେ । ତେଣୁ ଗ୍ରାମରେ ଓ ସମସ୍ତ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଗାଁ ସାଥୀ  ମହିମାବତୀ ଭୋଇଙ୍କୁ ବାଦ ଦେଇ ଅନ୍ୟ ବିକଳ୍ପ ମାଧ୍ୟମରେ ମନରେଗା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପାଇଁ ଗ୍ରାମବାସୀ ଜିଲ୍ଲାପାଳ ଓ ବିଡ଼ିଓଙ୍କ ନିକଟରେ ଦାବି କରିଛନ୍ତି । ତୁରନ୍ତ ଏହାର ସମାଧାନ କରାନଗଲେ ଗ୍ରାମବାସୀ ବାଧ୍ୟହୋଇ ଆନ୍ଦୋଳନାତ୍ମକ ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

You Can Read:

ଗାଁର ଦୁଇଟି ପୋଖରୀରେ ବିଷ ! ମରି ଭାସୁଛନ୍ତି ମାଛ, ଲାଗିଲା ନାଲି ପତାକା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.