କେନ୍ଦ୍ରାପଡା ୧୭।୩: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ପରିସରକୁ ଧସେଇ ପଶିଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖଣ୍ଡେଇତା ଗାଁରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଥାନା ପରିସରକୁ ଗ୍ରାମବାସୀ ଧସେଇ ପଶିବା ସହିତ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । କିଛି ସମୟ ପାଇଁ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା । ଗତ ୧୦ ତାରିଖ ଦିନ ଖଣ୍ଡେଇତା ଗାଁର ରବିନାରାୟଣ ରାଉତଙ୍କ ପୁଅ ଶ୍ରୀକାନ୍ତ ରାଉତଙ୍କୁ ମୁର୍ମୁଷ ଅବସ୍ଥାରେ ରାଜକନିକା ଥାନା ଠାରୁ କିଛି ଦୂରରୁ ଉଦ୍ଧାର କରାଯାଇ ମେଡିଲାରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକେ ଶ୍ରୀକାନ୍ତ କାମ କରୁଥିବା ପାଣି ଫ୍ୟାକ୍ଟ୍ରିର ମାଲିକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ । ହେଲେ ଶ୍ରୀକାନ୍ତଙ୍କ ମୃତ୍ୟୁର ୬ ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରି ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
You Can Read:
ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ମରୁଡି, କେମିତି ଚାଲିବ ସରକାର : ମୁଖ୍ୟମନ୍ତ୍ରୀ