ମହିଳାଙ୍କ ଆଖିରେ ଲୁହ ନୁହେଁ ମୁହଁରେ ଖୁସି ଦେଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ

Published By : Prameya-News7 Bureau | May 29, 2025 IST

ଭୁବନେଶ୍ବର ସିଫାରେ (CIFA) ଆୟୋଜିତ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ । ମହିଳା ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ମନ୍ତ୍ରୀ ଶିବରାଜ ସିଂ ଚୌହାନ । ମହିଳାଙ୍କ ଆଖିରେ ଲୁହ ନୁହେଁ ମୁହଁରେ ଖୁସି ଦେଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ । ମହିଳା ମାନେ ଲକ୍ଷପତି ହେବା ଦିଗରେ ଆଗଉଛନ୍ତି । ଘରର ମହିଳା ଚାଷ କ୍ଷେତ୍ରରେ ବେଶ ଆଗକୁ ବଢ଼ିପାରିଛି । କ୍ଷେତରେ ଉତ୍ପାଦନ ବଢାଇବା ପାଇଁ ସରକାରଙ୍କ ଏହା ପ୍ରୟାସ । ଏହାସହ ପଶୁପାଳ, ମାଛ ଚାଷ, ଅନେକ କିସମର ଚାଷ କରାଇ ଚାଷୀ ଭାଇ, ଭଉଣୀ ମାନଙ୍କୁ ଦିଗଦର୍ଶନ ଦେବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିବା   କହିଥିଲେ ।  ସିଫାର ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ମାଛ ମାନଙ୍କ ପାଇଁ ଏକ ଭ୍ୟାକ୍ସିନର ଉଦଘାଟନ କରିଥିଲେ । ବୈଜ୍ଞାନିକ ମାନଙ୍କୁ ବେଶ ପ୍ରଶଂସା କରିବା ସହ ମାଛ ଚାଷରେ ମହିଳା ମାନଙ୍କ ଭାଗିଦାରୀ ବଢ଼େଇବା ପାଇଁ ସିଫା କର୍ତ୍ତୃପକ୍ଷଙ୍କୁ କହିଥିଲେ । 

ସିଫାରେ ବୈଜ୍ଞାନିକ ମାନେ ୩୩ ପ୍ରଜାତିର ଖାଇବା ମାଛ ଓ ୧୮ ପ୍ରଜାତିର ଘର ସଜେଇବା ମାଛକୁ ଡେଭଲପ କରିଛନ୍ତି । ଯାହା ଚାଷୀ ମାନଙ୍କୁ ବେଶ ସହାୟକ ହେଉଛି । ଆମ ସଂକଳ୍ପ ଚାଷୀମାନଙ୍କ ଆମଦାନୀ ଅଧିକ ବଢୁ। ଏ ଚାଷ କ୍ଷେତ୍ରରେ ମହିଳା ମାନଙ୍କ ଭାଗିଦାରୀକୁ ବେଶ ପ୍ରଶଂସା କରିଥିଲେ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂ ଦେଓ, ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ବିଧାୟକ ବାବୁ ସିଂ, ଆଶ୍ରିତ ପଟ୍ଟନାୟକ, ବିଭାଗୀୟ ସଚିବ ଏବଂ ସିଫା ନିର୍ଦ୍ଦେଶକ ଡ଼ ପ୍ରମୋଦ କୁମାର  ସାହୁଙ୍କ ସହ ସିଫାର ଅନେକ  ଅଧିକାରୀ । 

You Can Read:

କୋରାପୁଟରେ ଡେଙ୍ଗୁର କିଛି ମାମଲା ଥିଲା, ଏବେ ତାହା ନିୟନ୍ତ୍ରଣରେ ଅଛି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.