ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

Published By : Prameya-News7 Bureau | August 06, 2025 IST

ସମ୍ବଲପୁର ୦୬।୦୮ : ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଦେବାଶିଷ ପଣ୍ଡା ଘରେ ଚଢାଉ ହୋଇଛି। ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଦେବାଶିଷ ପଣ୍ଡାଙ୍କ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।ଏକାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ୭ଟି ସ୍ଥାନରେ ଚାଲିଛି ଚଢାଉ ଚାଲିଛି । ଯେଉଁଥିରେ ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ କିଛି ଘର ରହିଛି । ଏହି ଚଢାଉରେ ୪ ଜଣ ଡିଏସ୍‌ପି , ୧୦ ଜଣ ଇନ୍ସପେକ୍ଟର ଓ ୪ ଏଏସ୍ଆଇ ସାମିଲ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ଯାଏଁ ହୋଇଥିବା ଚଢାଉରେ ଭିଜିଲାନ୍ସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.