ଭୁବନେଶ୍ବର ୨୩।୫: ନୂଆପଡ଼ା ଖରିଆର R&Bର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି । ଏକକାଳୀନ ୮ଟି ସ୍ଥାନରେ ଖୋଳତାଡ଼ ଚାଲିଛି । ଚଢ଼ାଉରେ ୭ ଜଣ ଡ଼ିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ସାମିଲ ଅଛନ୍ତି । ଭୁବନେଶ୍ୱର, ପିପିଲି, ନୂଆପଡ଼ାର ୮ଟି ସ୍ଥାନରେ ଚଢ଼ାଉ ଚାଲିଛି ।
ଭୁବନେଶ୍ୱର ଲିଙ୍ଗିପୁର ଗଙ୍ଗୋତ୍ରୀ ନଗରରେ ୩ ମହଲା ଘର, ଗଙ୍ଗୋତ୍ରୀ ନଗରରେ ନିର୍ମାଣାଧିନ କୋଠା, ପିପିଲି ବିଲିପଡ଼ାରେ ଫାର୍ମ ହାଉସ, ଭୁବନେଶ୍ୱର ବ୍ରହ୍ମେଶ୍ଵର ପାଟଣାରେ ସମ୍ପର୍କୀୟଙ୍କ ଘର, ନୂଆପଡ଼ାରେ ଅଫିସ, ନୂଆପଡ଼ାରେ ସରକାରୀ କ୍ଵାର୍ଟର, ଭୁବନେଶ୍ୱର କେଦାର ଲେନ୍ରେ ସହଯୋଗୀଙ୍କ ଘର, ଭୁବନେଶ୍ୱର ଗ୍ୟାରେଜ ଛକରେ ଆଉ ଜଣେ ସହଯୋଗୀଙ୍କ ଘରେ ଯାଞ୍ଚ ଚାଲିଛି ।
You Can Read:
ବଦଳିଲା ପାଗର ମିଜାଜ୍; ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ